ଅଗ୍ନି ବିପନ୍ନ ପରିବାରକୁ ଦଶପଲ୍ଲା ବିଧାୟକ ଙ୍କ ସହାୟତା

ଓଡ଼ିଶା ତାଜା ନ୍ୟୁଜ ( ୨୧ ମାର୍ଚ୍ଚ ରବିବାର ) ଦଶପଲ୍ଲା :- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଖମାର ସାହି ପଞ୍ଚାୟତ ଅଧୀନରେ ଥିବା ମେଘମାଳ ହରିଜନ ସାହି ଗ୍ରାମ ରେ ଅଗ୍ନିକାଣ୍ଡ ଘଟି ୧୨ ଟି ପରିବାର ର ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଏହି ଦୁଃଖଦ ପୂର୍ଣ୍ଣ ଖବର ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପାଇବା ପରେ

ଭୁବନେଶ୍ୱର ରୁ ଆସି ଅଗ୍ନି ବିପନ୍ନ ପରିବାରକୁ ଭେଟି ଅଗ୍ନିକାଣ୍ଡ ସମ୍ପର୍କରେ ବୁଝିବା ସହ ପ୍ରତ୍ୟେକ ପରିବାରକୁ ଶୁଖିଲା ଖାଦ୍ୟ ଏବଂ ଲୁଗା ବଣ୍ଟନ କରିଥିଲେ।ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ସମସ୍ତ ଜନସାଧାରଣ ସାରଥୀ ହୋଇ ସୁଖ ଦୁଃଖରେ ଠିଆହୋଇ ସାହାଯ୍ୟ କରିଆସୁଥିବା ଦଶପଲ୍ଲା ବିଧାୟକ ଙ୍କ ଜନହିତକର କାର୍ଯ୍ୟ କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି। (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ) 

Exit mobile version