Home ଓଡ଼ିଶା ସାରଦା ଙ୍କୁ ତୁରନ୍ତ ଗିରଫ କରାଯାଉ : ମାହାଙ୍ଗା ବିଜେଡ଼ି by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ” ବିପିଏଲ୍ ତାଲିକା ଭୁକ୍ତ ଥିବା ବ୍ୟକ୍ତି କୋଟିପତି ହେଲେ କିପରି ” ଓଡ଼ିଶା ତାଜା ନ୍ୟୁଜ (୨୦ ମାର୍ଚ୍ଚ ଶନିବାର ) ଭୁବନେଶ୍ୱର :- ମାହାଙ୍ଗା ହେଉଛି ଏକ ସଂସ୍କୃତି ସମ୍ପନ୍ନ ମାଟି , କିନ୍ତୁ ଜଣେ ଅଭ୍ୟାସଗତ, ମିଥ୍ୟାବାଦୀ ଓ ବୃତ୍ତିଗତ ଅପରାଧୀ ସାରଦା ପ୍ରଧାନ ସେହି ପବିତ୍ର ମାଟିର ଗରିମାକୁ ଭୁଲୁଣ୍ଠିତ କରିବାକୁ ଉଦ୍ୟମ କରୁଛନ୍ତି । ମାହାଙ୍ଗା ରୁ ବିଧାନସଭା ର ନିର୍ବାଚନ ଲଢିଥିବା ସାରଦା ପ୍ରଧାନ ଏବେ ଭୁବନେଶ୍ୱର ରେ ଆତଙ୍କରାଜ ଚଳାଇଛନ୍ତି । ଲୋକ ଙ୍କ ଘରେ ପଶି ଗୁଣ୍ଡା ଗର୍ଦି କରୁଛନ୍ତି । ନୟାପଲ୍ଲୀ ଥାନା ଆଇ ଆଇସି ଭିଲେଜ୍ N-3 ପ୍ଲଟ୍ ନଂ – ୨୧୧ ଘରେ ନିଜ ଅପରାଧିକ ସହଯୋଗୀ ଙ୍କୁ ଧରି ଜୋର ଜବରଦସ୍ତ ପ୍ରବେଶ କରି ଅଭଦ୍ରୋଚିତ ଵ୍ୟଵହାର , ଆକ୍ରମଣ , ସମ୍ପତି , ନଷ୍ଟ , ଲୁଟ ଭଳି ଜଘନ୍ୟ କାର୍ଯ୍ୟ କରିଥିବା ସମ୍ବନ୍ଧୀୟ ଆଭିଯୋଗ ନୟାପଲ୍ଲୀ ଥାନା ରେ ୧୪୫/୨୧ ନଂ କେସ୍ ପଞ୍ଜିକୃତ ହୋଈଛି । ସାରଦା ପ୍ରଧାନ (ବୁଲୁ) ଙ୍କ ନାମରେ ଅପରାଧିକ କାର୍ଯ୍ୟ ପାଇଁ ମାହାଙ୍ଗା ଥାନାରେ ୫୭/୯୯, ୧୫୬/୨୦୦୨ , ୨୦୯/୯୯ , ps କେସ୍ ନମ୍ବର ୪୬/୦୨ ମାମଲା ରୁଜ୍ଜୁ ହୋଈଛି । GR କେସ୍ ନମ୍ବର ୨୦୯/ ୯୯ ରେ ଗିରଫ ହୋଇ ୨୨ ଦିନ ଚୌଦ୍ୱାର ଜେଲରେ ରହିଥିଲେ । ଇତି ମଧ୍ୟରେ ଜୈନିକ ଭଦ୍ର ବ୍ୟକ୍ତି ଙ୍କ ଘରେ ପଶି ସଙ୍ଗବଦ୍ଧ ଆକ୍ରମଣ ସହିତ ଡକାୟତି ମାମଲା ରେ ଅଭିଯୁକ୍ତ ସାରଦା ପ୍ରଧାନ ଙ୍କ ନାମରେ କେସ୍ ନଂ ୧୪୫/୨୧ ରୁଜ୍ଜୁ କରାଯାଇଛି । ବିପିଏଲ ତାଲିକା ଭୁକ୍ତ ସାରଦା ଖୁବ୍ କମ ଦିନ ଭିତରେ କୋଟିପତି ହେଲେ ବୋଲି ବିଜେଡ଼ି ର ମୁଖପାତ୍ର ଲେନିନ୍ ମହାନ୍ତି ପ୍ରଶ୍ନ କରିବା ସହ ପ୍ରଶ୍ନ କରିବା ସହ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ ଆଜି ମାହାଙ୍ଗା ବ୍ଲକ ଚେୟାରମ୍ୟାନ ଶରତ ନାୟକ ନିଶ୍ଚନ୍ତକୋଇଲି ବ୍ଲକ ଚେୟାରମ୍ୟାନ୍ ସବିତା ଓଝା , ଉଭୟ ବ୍ଲକର ଭାଇସ ଚେୟାରମ୍ୟାନ ରସିଦା ବେଗମ୍ ଓ ସବିତା ମହାନ୍ତି ଙ୍କ ସମେତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳର ଶତାଧିକ କର୍ମୀ ଓ ନେତୃ ମଣ୍ଡଳୀ ଭୁନେଶ୍ବର , କଟକ କମିଶନ ରେଟ୍ ପୋଲିସ ର କମିଶନର ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ । ଏବଂ କେସ ୧୪୫/୨୧ ରେ ଭାରତୀୟ ଦଣ୍ଡ ବିଧାନ ଆଇନ ଅନୁସାରେ ଧାରା ୪୫୦ ଓ ୩୯୫ ଭଳି ସଙ୍ଗୀନ ଦଫାରେ ଅଭିଯୁକ୍ତ ସାରଦା ପ୍ରଧାନ ଙ୍କୁ ତୁରନ୍ତ ଗିରଫ କରାଯିବା ପାଇଁ ଦାବି କରିଥିଲେ । ଶ୍ରୀ ମହାନ୍ତି କହିଛନ୍ତି ଯେ ଯେଉଁ ବ୍ୟକ୍ତି ୧୯୯୭ ମସିହାରେ ବିପିଏଲ ଭୁକ୍ତ ଥିଲେ ଏବେ ସେ କୋଟି କୋଟି ସମ୍ପତି ର ଅଧିକାରୀ । ତାଙ୍କ ନିର୍ବାଚନୀ ସତ୍ୟପାଠ ରେ ସେ ଏହାକୁ ଉଲ୍ଲେଖ କରିଛନ୍ତି । ଏହି ଧନ କେଉଁ ଉତ୍ସ ରୁ ଅର୍ଜନ କରିଛନ୍ତି ତାହା ତଦନ୍ତ ସପେକ୍ଷ ସାରଦା ପ୍ରଧାନ ଙ୍କ ନାମ ରେ ୨୦୦୨ ରୁ ୨୦୨୦ ମଧ୍ୟରେ ଅନେକ ଫୌଜଦାରୀ ମାମଲା ମଧ୍ୟ ରୁଜ୍ଜୁ ହୋଇଛି । ଧନୀ ଓ ଅପରାଧ ରେ ଜଡିତ ଲୋକଙ୍କ ପାଖରେ ମୂଲ୍ୟବାନ ସାମଗ୍ରୀ ପହଞ୍ଚାଇବା , ଓଆରଏଚଡିସି ରେ ଅନିୟମିତତା କରିବା ଋଣ ଆଣି ଫେରସ୍ତ ନ କରିବା , ଦଳିତ ଲୋକଙ୍କ ଘରେ ପଶି ଆକ୍ରମଣ କରିବା ଭଳି ଅପରାଧ ରେ ଜଡିତ ଅଛନ୍ତି । ଭାରତୀୟ ଜନତା ପାର୍ଟି ର ସମର୍ଥନ ପାଇ ସାରଦା ଙ୍କ ଔଧ୍ୟତା ଦିନକୁ ଦିନ ଆହୁରି ବଢ଼ି ଚାଲିଛି । ଭାରତୀୟ ଜନତା ପାର୍ଟି ଏକ ରାଷ୍ଟ୍ରୀୟ ଦଳ ହିସାବ ରେ ସମାଜ କୁ କଳଙ୍କିତ କରୁଥିବା ଏକ ଘୃଣ୍ୟ ବ୍ୟକ୍ତିତ୍ଵ କୁ ପ୍ରୋତ୍ସାହନ ନ ଦିଅନ୍ତୁ ବୋଲି ଲେନିନ ମହାନ୍ତି ଅନୁରୋଧ କରିଛନ୍ତି । ସମାଜ ର ବୃହତ୍ତର ସ୍ବାର୍ଥ ପାଇଁ ଭାରତୀୟ ଜନତା ପାର୍ଟିର ନେତା ବୋଲାଉଥିବା ସାରଦା ପ୍ରଧାନ ଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଲେନୀନ ମହାନ୍ତି । Categories: ଓଡ଼ିଶା, ମହାନଗର, ରାଜନୀତି, ହୋମ୍ Related Content ପେଟ୍ରୋଲ ମିଳୁନି, ସାବିତ୍ରୀ ବ୍ରତ ପାଇଁ ଚିନ୍ତାରେ ସତ୍ଯବାନ by Proprietor Abhimanyu Maharana May 16, 2026 ତିନିରଥ ୧୪ ନାହାକା ଚଉପଟ କାର୍ଯ୍ୟ ଜାରି by Proprietor Abhimanyu Maharana May 16, 2026 ଦୁଇ ଚୋରି ଯାଇଥିବା ଟ୍ରାକ୍ଟର ଉଦ୍ଧାର, ଜଣେ ଗିରଫ by Proprietor Abhimanyu Maharana May 16, 2026 ସାବିତ୍ରୀ ଅମାବାସ୍ୟା ରେ ମା ' ପାଟଖଣ୍ଡା "ସାବିତ୍ରୀ ବେଶ" ରେ ଭକ୍ତଙ୍କୁ ଦର୍ଶନ ଦେଲେ by Proprietor Abhimanyu Maharana May 16, 2026 ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ୭୦ ତମ ରେଳ ସେବା ପୁରସ୍କାର ସମାରୋହ–୨୦୨୫ ପାଳିତ by Proprietor Abhimanyu Maharana May 16, 2026 ବାଲିଗୁଡାରେ ସାବିତ୍ରୀ ବ୍ରତ ପାଳିତ : କିନ୍ନର ମାନେ ପାଳିଲେ ସାବିତ୍ରୀ ବ୍ରତ by Proprietor Abhimanyu Maharana May 16, 2026