ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା ; ଉତ୍କଳ ଶାନ୍ତି କ୍ଲବ୍ ଓ ୟୁନାଇଟେଡ କ୍ଲବ୍ ବିଜୟୀ

ଓଡ଼ିଶା ତାଜା ନ୍ୟୁଜ (୨୦ ମାର୍ଚ୍ଚ ଶନିବାର ) ବରଗଡ଼ :- ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମ୍ ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା ରେ ଆଜିର ମ୍ୟାଚ୍ କୁ ଉତ୍କଳ ଶାନ୍ତି କ୍ଲବ୍ ଓ ୟୁନାଇଟେଡ କ୍ଲବ୍ ଜିତି ନେଇଛନ୍ତି  ।  ଆଜିର ଖେଳରେ ବିକାଶ ଷ୍ଟାଡିୟମ୍ ରେ କୁମ୍ଭାରୀ ର ଭବାନୀ କ୍ଲବ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ଦଳ ପକ୍ଷରୁ ସେକ.ଫଇମ ରାଜା ୩୭ ରନ,ଗଜପତି ଭୋଇ ୩୩ ରନ, ସରୋଜ ପାଣିଗ୍ରାହୀ ଙ୍କ ୧୮ ରନ, ସାହିଦ ଖାଁ ଙ୍କ ୧୧ ରନ ଫଳରେ ଦଳ ୩୭.୪ ଓଭର ରେ ୧୩୯ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ । ପ୍ରତିପକ୍ଷ ଉତ୍କଳ ଶାନ୍ତି କ୍ଲବ୍ ର ହର୍ଜିତ ସିଂ ୧୩/୩, ଆଶୁତୋଷ ମହାରଣା ୨୨/୨,ସରୋଜ ପ୍ରଧାନ ୩୪/୨,ରାମ ବେରୀଵାଲ ୪୪/୧ ୱିକେଟ୍ ନେଇଥିଲେ  । ଏହି ସ୍କୋରର ପିଛାକରି ଉତ୍କଳ ଶାନ୍ତି ଦଳ ୨୨.୫ ଓଭର ଖେଳି ମାତ୍ର ୨ ୱିକେଟ୍ ବିନିମୟରେ ୧୪୩ ରନ କରି ମ୍ୟାଚ୍ କୁ ୮ ୱିକେଟ୍ ରେ ଜିତି ନେଇଥିଲେ  । ଉତ୍କଳ ଶାନ୍ତି ପକ୍ଷରୁ ପ୍ରତ୍ୟୁଷ ଶତପଥୀ ୪୭ ରନ, ହର୍ଜିତ ସିଂ ୨୯ ରନ, ଉମେଶ ଦୀପ ୨୮ ରନ କରିଥିଲେ । ଭବାନୀ କ୍ଲବ ପକ୍ଷରୁ ଶାହିଦ୍ ଖାଁ ୩୧/୨ ୱିକେଟ୍ ନେଇଥିଲେ ।

ମ୍ୟାଚ୍ କୁ ଅକ୍ଷୟ ସାହାଣୀ ଓ ସୁରେଶ ଦାଶ ପରିଚାଳିତ କରିଥିବା ବେଳେ ସ୍କୋର ର ଥିଲେ ରଜତ ଦାଶ  । ସ୍ଥାନୀୟ ମିନି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା କୁ ନିଷ୍ପତ୍ତି ନେଇଥିଲେ ।  ବରଗଡ଼ ସୁପରଜିମ୍ନାସିଅମ୍ ଦଳ ପକ୍ଷରୁ ସତ୍ୟାନନ୍ଦ ମଟାରୀ ୩୭ରନ, ଦେବାଶିଷ ଦାସ ୨୮ ରନ, ପ୍ରହଲ୍ଲାଦ ମେହେର ୧୬ ରନ, ବିଶାଳ ଶୁକ୍ଳା ୧୪ ରନ କରିବା ଫଳରେ ଦଳ ୩୫.୪ ଓଭର ରେ ସମସ୍ତ ୱିକେଟ୍ ହରାଇ କରିଥିଲା୧୫୨ ରନ। ପ୍ରତିପକ୍ଷ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ୍ ପକ୍ଷରୁ ଶ୍ରୀକାନ୍ତ ପ୍ରଧାନ ୩୪/୪ ,ବିକାଶ ପ୍ରଧାନ ୨୨/୩,ଆଜାଦ ପ୍ରଧାନ ୩୦/୧, ସେକ. ମୋଈନୁଦ୍ଦିନ ୧୨/୧, ସୁଶାନ୍ତ ବିଶି ୧୩/୧ ୱିକେଟ୍ ନେଇଥିଲେ । ଜବାବ ରେ ୟୁନାଇଟେଡ କ୍ଲବ୍ ଦଳର ସୁଶାନ୍ତ ବିଶିଙ୍କ ୪୪ ରନ, ଆଜାଦ ପ୍ରଧାନଙ୍କ ୨୯ ରନ, ମଳୟ ହାତୀ ଓ ସଂକଳ୍ପ ରାଉତ ଙ୍କ ୧୩ ରନ ଫଳରେ ଦଳ ୧୫.୩ ଓଭର ରେ ୬ ୱିକେଟ୍ ହରାଇ ୧୫୬ ରନ କରିନେଇ ମ୍ୟାଚ୍ କୁ ୪ ୱିକେଟ୍ ରେ ଜିତି ନେଇଥିଲା ।  ପ୍ରତିପକ୍ଷ ସୁପର ଜିମ୍ନାସିଅମ୍ ପକ୍ଷରୁ ସନ୍ଦୀପ ନାୟକ ୪୧/୨, ପ୍ରହଲ୍ଲାଦ ମେହେର ୩୨/୧,ବିଶାଳ ଶୁକ୍ଳା ୨୭/୧ ୱିକେଟ୍ ନେଇଥିଲେ।ମ୍ୟାଚ୍ ପରିଚାଳନା କରିଥିଲେ ୱିଲସନ ସିଂ ଓ ଭରତ ଚେତନ ପଣ୍ଡା। ସ୍କୋରର ଥିଲେ ମନୋଜ ପାତ୍ର । ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )

Exit mobile version