‘ସୁସ୍ଥ ଗାଁ ସବୁଜ ଗାଁ ‘ପ୍ରଶିକ୍ଷଣ ଶିବିର

 ଓଡ଼ିଶା ତାଜା ନ୍ୟୁଜ(୨୦ ମାର୍ଚ୍ଚ ଶନିବାର) କଳାହାଣ୍ଡି :- ଭାରତ ସରକାରଙ୍କ ଯୁବବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅନ୍ତର୍ଗତ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ପକ୍ଷରୁ ନର୍ଲା ବ୍ଲକ ଶିକ୍ଷା ଅଫିସର ସଭା ଗୃହ ଠାରେ” ସୁସ୍ଥ ଗ୍ରାମ ସବୁଜ ଗ୍ରାମ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜୟ ଦୁର୍ଗା ସ୍ପୋର୍ଟଇଂ କ୍ଲବ ସର୍ଗିଗୁଡାର ସହଭାଗିତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ନର୍ଲା ଥାନା ଅଧିକାରୀ ରମଣୀ ରଞ୍ଜନ ଦଳାଇ, ସମ୍ମାନିତ ଅତିଥି ବ୍ଲକ ଶିକ୍ଷା ଅଧିକାରୀ ନିରୂପମା ଦୋରା, ଜିଲ୍ଲା ପରିଷଦ ସଭ୍ୟ ନର୍ଲା (ଜୋନ ୩) ପ୍ରଦୀପ କୁମାର ନାଏକ,

ନର୍ଲା ପଂଚାୟତ ସମିତି ଡିଗ୍ରୀ କଲେଜର ଇଂରାଜୀ ଅଧ୍ୟାପିକା ବାସନ୍ତୀ ସାହୁ, ପ୍ରଶିକ୍ଷକ ସନ୍ତୋଷ କୁମାର କର ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜୟଦୁର୍ଗା ହାଇସ୍କୁଲର ମୁଖ୍ୟ କିରାଣୀ ଚକ୍ରଧର ସା ଏହି କାର୍ଯ୍ୟକ୍ରମରେ ନର୍ଲାର ୫ ଜଣଵରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ମନୋଜ ଷଡ଼ଙ୍ଗୀ, ଅନିଲ କୁମାର ଅଗ୍ରୱାଲ, ଅଜୟ ସେନାପତି, ଭିକାରି ଗ୍ଉଡଙ୍କୁ ନିର୍ଭୀକ ସାମ୍ବାଦିକ ଓ କୋଭିଡ ସମୟରେ ସାହାସିକତାର ସହିତ ସମ୍ବାଦ ପରିବେଷଣ କରି ଥିବାରୁ ସମ୍ବର୍ଦ୍ଧନା କରାଯାଇଥିଲା । ନେହେରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ପ୍ରସନ୍ନ ମେହେର ଓ ଲେଖାପାଳ ଦ୍ଵିତୀୟା ବନଛୋରଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରବେଶ ଶିକ୍ଷାରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ତାଲିମ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ରର ଜାତୀୟ ଯୁବ ସ୍ବେଚ୍ଛାସେବୀ ମିଳନ କୁମାର ଭୋଇ, ଉତ୍କଳିକା ସାହୁ, ପୂର୍ବତନ ଜାତୀୟ ଯୁବ ସ୍ବେଚ୍ଛାସେବୀ ହେମସାଗର ସାହୁ ସହଯୋଗ କରିଥିବା ବେଳେ ମୁକେଶ ଭୋଇ, ଦିଗାମ୍ବର ନାଏକ, ମୁକେଶ ବାରିକ , ସନତ ସାହୁ ଓ ଉକ୍ତ କ୍ଲବ ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉକ୍ତ ଶିବିରରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ସଫଳ କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)

Exit mobile version