ସମାଜସେବୀଙ୍କ ନାଁରେ ଜମି ଠକେଇ ଅଭିଯୋଗ

ଓଡ଼ିଶା ତାଜା ନ୍ୟୁଜ (୨୦ ମାର୍ଚ୍ଚ ଶନିବାର ) କଟକ :- ଜଣେ ସମାଜସେବୀଙ୍କ ନାମରେ ଜମି ଦେବା ନାମ ୮ ଲକ୍ଷ ୨୫ ହଜାର ଟଙ୍କା ଠକେଇ ଅଭିଯୋଗ କଟକ ମାଲଗୋଦାମ ଥାନାରେ ଶନିବାର ହୋଇଛି । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କଟକ ଶିଖରପୁର ଅଞ୍ଚଳର ଜଣେ ଯୁବକ ଶ୍ରୀକାନ୍ତ ସାହୁ । ଅଭିଯୋଗକାରୀଙ୍କ ସୂଚନା ଅନୁଯାୟୀ ୨୦୧୮ ରେ ଶିଖରପୁର ଉପରସାହି ଅଞ୍ଚଳର ସମାଜସେବୀ ସୁଧାଂଶୁ ଶେଖର ପରିଡାଙ୍କ ଘରେ ଭଡା ଘରେ ରହୁଥିଲେ ଶ୍ରୀକାନ୍ତ ସାହୁ ନାମକ ଯୁବକ ଓ ତାଙ୍କ ପରିବାର ।

ସ୍ଥାନୀୟ ଅଞ୍ଚଳରେ ସମାଜସେବୀ ସୁଧାଂଶୁ ଶେଖର ପରିଡ଼ା ଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ସମୟରେ ତାଙ୍କର ଏକ ଜମି ରହିଥିବା ବେଳେ ଏହାକୁ କିଣିବା ପାଇଁ ଶ୍ରୀକାନ୍ତ ସାହୁଙ୍କୁ ଜମି ବାବଦକୁ ୧୩ ଲକ୍ଷ ୫୦ ହଜାର ଟଙ୍କା ମାଗିଥିଲେ।ଏକାକାଳୀନ ଏତେ ଟଙ୍କା ଦେଇ ନ ପାରିବାରୁ ୮ ଲକ୍ଷ ୨୫ ହଜାର ଟଙ୍କା ପ୍ରଥମ ପର୍ଯ୍ୟାୟରେ ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ବାକିତକ ଟଙ୍କା ଦେବେ ବୋଲି ଆଫିଡେଭିଟ୍ ମାଧ୍ୟମରେ ଦୁଇପକ୍ଷ ରାଜି ହୋଇଥିଲେ। ହେଲେ ସୁଧାଂଶୁ ପରିଡା ଜମି ନ ଦେଇ ଦିନ ପରେ ଦିନ ଗଡାଇ ଚାଲିଥିଲେ। ପରେ ଜମି ନ ଦେବାରୁ ତାହା ବଦଳରେ ଜମି ବାବଦକୁ ନେଉଥିବା ଅଗ୍ରୀମ ଟଙ୍କା କୁ ଫେରସ୍ତ କରିଦେବାକୁ କହିଥିଲେ ଅଭିଯୋଗକାରୀ ଶ୍ରୀକାନ୍ତ ସାହୁ।

ହେଲେ ସୁଧାଂଶୁ ଦୀର୍ଘ ୩ ବର୍ଷ ହେବ ଟଙ୍କା ଫେରସ୍ତ କରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଠକେଇର ଶିକାର ହୋଇଥିବା ଯୁବକ ଶ୍ରୀକାନ୍ତ ସାହୁ । ନିରୁପାୟ ହୋଇ ଆଜି ମାଲଗୋଦାମ ଥାନାରେ ସମାଜସେବୀ ସୁଧାଂଶୁ ଶେଖର ପରିଡାଙ୍କ ନାଁରେ ଏତଲା ଦେଇଛନ୍ତି । ତେବେ ପୁର୍ବରୁ ମଧ୍ୟ ଅଭିଯୋଗକାରୀ ଙ୍କୁ ବାରମ୍ବାର ଧମକଚମକ ଦେଇ ଆସୁଥିଲେ ସମାଜସେବୀ। ଘଟଣା ସମ୍ପର୍କରେ ସମାଜସେବୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ )।

Exit mobile version