ବିଜେପିର ହୀନ ରାଜନୀତି ଯୋଗୁଁ ଦଳ ଛାଡ଼ୁଛନ୍ତି ସହ ସହ କର୍ମୀ, ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପଙ୍କୁ ଅଭିଯୁକ୍ତ ସଜେଇବା ବିଜେପି ପାଇଁ ହେଲା ମହଙ୍ଗା

ଓଡ଼ିଶା ତାଜା ନ୍ୟୁଜ (୧୯ ମାର୍ଚ୍ଚ ଶୁକ୍ରବାର ) ଭୁବନେଶ୍ୱର :- ସାରା ରାଜ୍ୟରେ ହଇ ଚଇ ସୃଷ୍ଟି କରିଥିବା ମାହାଙ୍ଗା ଡବଲ ମର୍ଡର ଘଟଣା ଏବେ ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି, ବିଜେପି ଦଳ ହୀନ ରାଜନୀତିକରି ମନ୍ତ୍ରୀ ପ୍ରତାପ ଙ୍କୁ ମର୍ଡର ଘଟଣାରେ ଅଭିଯୁକ୍ତ ସଜେଇ ଫାଇଦା ନେବାକୁ ଯେତେ ପ୍ରକାର ସଭା ସମିତି ପଦଯାତ୍ରା କଲେବି ତାହା ଲୋକଙ୍କ ଉପରେ ପ୍ରଭାବ ପକାଇ ପାରୁନି, ପୂର୍ବ ଶତ୍ରୁତାରୁ ଘଟି ଥିବା ହତ୍ୟାକାଣ୍ଡ କୁ ରାଜନୈତିକ ହତ୍ୟାକାଣ୍ଡ ରୂପ ଦେବାକୁ ବିଜେପି କଳ ବଳ କୌଶଳ ଲଗାଇ ଯେତେ ଚିତ୍କାର କଲେବି ମାହାଙ୍ଗା ଜନସାଧାରଣ ଘଟଣା ପଛର ରହସ୍ୟ କଣ ସବୁ ଜାଣିଗଲେଣି, ବିଜେପି ର ହୀନ ରାଜନୀତିକୁ ଦଳୀୟ କର୍ମୀ ମାନେ ଉପଲବ୍ଧି କରି ଏବେ ଦଳ ଛାଡ଼ିବା ଆରମ୍ଭ କରିଦେଇଛନ୍ତି, ବିଜେପି ନେତା ସାରଦା ପ୍ରଧାନଙ୍କ ବାହାସ୍ପଟ କୁ ସହଜରେ ହଜମ କରିପାରୁନାହାନ୍ତି କର୍ମୀ ମାନେ,

କେତେ ମିଛ କହି ସେମାନଙ୍କୁ ମନାଇବେ ସାରଦା, ଡବଲ ମର୍ଡର ଘଟଣା ର ପ୍ରକୃତ ସତ କଣ ମାହାଙ୍ଗା ବାସୀଙ୍କୁ ଜଣା, ସେଥିପାଇଁ ଆଜିଯାଏ ସାଧାରଣ ଜନତା କେବେ ବି ବିଜପିର ପ୍ରଳାପ କୁ ବିଶ୍ୱାସ କରୁନାହାନ୍ତି, ଗୋଟପଟେ ବାବୁ ସାରଦା ବିଧାନସଭା ଘେରିବାକୁ ଗଲାବେଳେ ଏବେ ମାହାଙ୍ଗାରେ ବିଜେପି କର୍ମୀ ମାନେ ଅସତ୍ୟ ସହ ରହିବେ ନାଇଁ ପ୍ରତିଜ୍ଞା କରି ବହୁ ସଂଖ୍ୟାରେ ବିଜେଡ଼ି ଦଳରେ ଯୋଗ ଦାନ କରୁଛନ୍ତି, ସାରଦା ବାହାସ୍ପଟ ମାରି ରାତି ଅନିଦ୍ରା ହୋଇ ଯେତେ ରଣ କୌଶଳ କଲେବି ମୁଗୁରା ଡ୍ୟାସ ମେଲା ହୋଇ ଯାଉଛି, ନବୀନ ବାବୁ ଓ ମାହାଙ୍ଗାରେ ପ୍ରତାପ ଜେନାଙ୍କ ବଳିଷ୍ଠ ନେତୃତ୍ୱ ସ୍ଵଚ୍ଚ ଶାସନରେ ଅନୁପ୍ରାଣିତ ହୋଇ ଶହଶହ ସଂଖ୍ୟାରେ ବିଜେପି କର୍ମୀ ମାନେ ଭୁବନେଶ୍ୱର ଯାଇ ମନ୍ତୀ ଜେନାଙ୍କ ସରକାରୀ ବାସଭବନରେ ଆନୁଷ୍ଠାନିକ ଭାବେ ବିଜେଡି ଦଳରେ ଯୋଗଦେଉଛନ୍ତି, ଗତ ଗୁରୁବାର ଦିନ ମାହାଙ୍ଗା ପଂଚାୟତ,

ରାହାଣିଆ ପଂଚାୟତ ର ଶତାଧିକ ବିଜେପି କର୍ମୀ ବିଜେଡିରେ ଯୋଗଦେଇଥିବା ବେଳେ ଆଜି ଶୁକ୍ରବାର ଦିନ ଆନନ୍ଦପୁର ପଂଚାୟତ ଓ ପଣସପୁର ପଂଚାୟତ ର ଶତାଧିକ ବିଜେପି କର୍ମୀ ଦଳତ୍ୟାଗ କରି ବିଜେଡି ଦଳରେ ଯୋଗ ଦେଇଛନ୍ତି, ଯୋଉଥିରୁ ଅନୁମେୟ ହେଉଛି ମାହାଙ୍ଗାରେ ମନ୍ତ୍ରୀ ପ୍ରତାପ ଙ୍କ ଲୋକପ୍ରିୟତା କେତେ ଅଧିକ, ମାହାଙ୍ଗାର ବିଜେପି କର୍ମୀ ମାନେ ସଭାସମିତି ରେ ବିଶେଷ ଭାବରେ ଯୋଗଦେଉନଥିବାରୁ ମାହାଙ୍ଗାର କୁହାଳୀଆ ନେତା ବାହାର ନିର୍ବାଚନ ମଣ୍ଡଳୀରୁ ଲୋକ ଆଣି ବିଧାନ ସଭା ଅଭିମୁଖେ ପଦଯାତ୍ରା କରୁଥିବା ସର୍ବତ୍ର ଚର୍ଚ୍ଚା ହେଉଛି,

Exit mobile version