ବିଧାନସଭା ଅଚଳକୁ ନେଇ ନବୀନ ନିବାସ ସମ୍ମୁଖରେ ହାଇଡ୍ରାମା – ବିଜେପି

ଓଡ଼ିଶା ତାଜା ନ୍ୟୁଜ (୧୮ ମାର୍ଚ୍ଚ ଗୁରୁବାର ) ଭୁବନେଶ୍ୱର /ରିପୋର୍ଟ ଅଭିମନ୍ୟୁ  :-  ବିଧାନସଭା ଅଚଳକୁ ନେଇ ନବୀନ ନିବାସ ସମ୍ମୁଖରେ ହାଇଡ୍ରାମା । ନବୀନ ନିବାସ ସମ୍ମୁଖରେ ଧାରଣା ଦେଲେ ବିଜେପି ବିଧାୟକ। ପରେ ମୁଖ୍ୟମନ୍ତ୍ରୀ ନିଜେ ଧାରଣାସ୍ଥଳକୁ ଆସିଲେ ଓ ଆଲୋଚନା ପାଇଁ ନବୀନ ନିବାସ ଭିତରକୁ ଡାକିନେଲେ । ରାଜ୍ୟ ରାଜନୀତିରେ ପ୍ରଥମ ଥର ପାଇଁ ଘଟିଛି ଏଭଳି କିଛି ଘଟଣା ।

ମଣ୍ଡିରେ ଅବ୍ୟବସ୍ଥା ଓ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ଆଜି ରାସ୍ତାକୁ ଓହ୍ଲାଇଥିଲେ ବିଜେପି ବିଧାୟକ । ବିଧାନସଭାରୁ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଏଁ ସେମାନେ ଚାଲି ଚାଲି ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ସେମାନେ ନବୀନ ନିବାସ ଆସିଥିବା କହିଥିଲେ ।

ଅନ୍ୟପକ୍ଷରେ ବିଜେପି ବିଧାୟକଙ୍କ ଶୋଭାଯାତ୍ରା ପଛରେ ବିଜେଡି ବିଧାୟକମାନେ ଶୋଭାଯାତ୍ରା କରି ନବୀନ ନିବାସ ପର୍ଯ୍ୟନ୍ତ ଆସିଥିଲେ  । ନବୀନ ନିବାସ ଭିତରକୁ ନଯାଇ ପାରି ଗେଟ୍ ସମ୍ମୁଖରେ ଧାରଣାରେ ବସିଥିଲେ ବିଜେପି ବିଧାୟକ ।

ବିଜେଡି ବିଧାୟକ ମାନେ ସେମାନଙ୍କୁ ଧାରଣାରୁ ହଟିବାକୁ ହାତ ଯୋଡ଼ି ନିବେଦନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଆସି ବିଜେପି ବିଧାୟକ ମାନଙ୍କୁ ନବୀନ ନିବାସ ଭିତରକୁ ଡାକି ନେଇ ଆଲୋଚନା କରିଥିଲେ ।

ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ସମସ୍ୟା ନେଇ ମୁଁ ଏକ ସ୍ୱତନ୍ତ୍ର ସ୍ଵାଧୀକାର କମିଟି ଗଠନ କରିବି। ଏହି କମିଟି ସୁବାଷ ପାଣିଗ୍ରାହୀଙ୍କ ପ୍ରସଙ୍ଗ ବିଚାର କରିବା ପରେ ମତାମତ ଜଣାଇବେ। ମୁଁ ଆଶା କରୁଛୁ ଆସନ୍ତାକାଲିଠାରୁ ଗୃହ କାର୍ଯ୍ୟ ସ୍ଵଭାବିକ ଭାବେ ଚାଲିବ।

Exit mobile version