ଟାଇମସ୍ ଇଣ୍ଡିଆ ଚ୍ୟାନେଲ ତରଫରୁ ; ସରପଞ୍ଚ ଶ୍ରୀମତୀ ଝିଲ୍ଲୀ ପ୍ରଧାନଙ୍କୁ ସମ୍ମାନିତ – କୁରାଳ

ଓଡ଼ିଶା ତାଜା ନ୍ୟୁଜ୍ ( ୧୮ ମାର୍ଚ୍ଚ , ଗୁରୁବାର ) ଓଡ଼ଗାଁ :- ସାରା ଦେଶରେ ଆତଙ୍କ ଖେଳାଇ ଥିବା  କରୋନା ମହାମାରୀ ସମୟରେ ପଞ୍ଚାୟତ ର ଜନସାଧାରଣ ଓ ପ୍ରବାସୀ ଓଡ଼ିଆଙ୍କୁ ସଠିକ୍ ସେବା ଯୋଗାଇବା ସହିତ ସଂଗରୋଧ ଗୃହ କୁ ସୁପରିଚାଳନା ପାଇଁ କୁରାଳ ଗ୍ରାମପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଝିଲ୍ଲୀ ପ୍ରଧାନ ଓ ସମାଜସେବୀ ପ୍ରଭାତ ପ୍ରଧାନ ଙ୍କୁ  ଟାଇମସ୍  ଇଣ୍ଡିଆ  ଚ୍ୟାନେଲ ତରଫରୁ ଆଜି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସମ୍ମାନୀତ କରାଯାଇଛି । କରୋନା ମହାମାରୀ ସମୟରେ  ଆଶା କର୍ମୀ ଓ ଅଙ୍ଗନବାଡ଼ି

କର୍ମୀ ମାନଙ୍କ ସହିତ କୁରାଳ ପଞ୍ଚାୟତ ର ସରପଞ୍ଚ ଙ୍କ ମିଳିତ ଉଦ୍ୟମରେ ଗ୍ରାମ ପଞ୍ଚାୟତ ର ଜନସାଧାରଣ ମାନଙ୍କୁ  ଘର ଘର ବୁଲି ସଚେତନ କରାଇବା ସହ ମାସ୍କ ବାଣ୍ଟିବା , ପଞ୍ଚାୟତ କୁ ସାନିଟାଇଜ୍ କରିବା , ଡ଼ାକବାଜି ଯନ୍ତ୍ର ମାଧ୍ୟମରେ  କରୋନା ସଚେତନତା କାର୍ଯ୍ୟକ୍ରମ କରିବା ପାଈଁ ଅଣ୍ଟା ଭିଡିଥିଲେ । ଏଥିସହ ମୁହଁ ଓ ହାତକୁ ବାରମ୍ବାର ସାବୁନ ଲଗାଇ ସ୍ବଛ ରଖିବା ପାଈଁ ଲୋକ ଙ୍କୁ ସଚେତନତା କରାଇଥିଲେ । ପଞ୍ଚାୟତବାସୀଙ୍କ ତରଫରୁ ମଧ୍ୟ ଅନେକ ପ୍ରଶଂସା ର ସୁଅ ଛୁଟି ଆସିଛି । ଏହି ଭଳି ମହନୀୟତା କାର୍ଯ୍ୟ ପାଈଁ ପଞ୍ଚାୟତ ରେ ସରପଞ୍ଚ  ଏକ ଉଦାହରଣ ପାଲଟିଛନ୍ତି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ  )

  

Exit mobile version