ଓଡ଼ିଶା ତାଜା ନ୍ୟୁଜ (୧୮ମାର୍ଚ୍ଚ ଗୁରୁବାର ) ବରଗଡ଼ :- ବରଗଡ଼ ଟାଉନ୍ ହଲ୍ ଠାରେ ଗାଁ କଲ୍ୟାଣ ସମିତି ଓ ମହିଳା ଆରୋଗ୍ୟ ସମିତି ର ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ ପ୍ରଦୀପ ପ୍ରଜ୍ବଳନ କରି ସମ୍ମିଳନୀ କୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଉପ ଜିଲ୍ଲାପାଳ ଶୁଭେନ୍ଦୁ କୁମାର ସାମଲ ଯୋଗଦେଇ ଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅରୁଣ ପାତ୍ର , ଅତିରିକ୍ତ ଚିକିତ୍ସାଧିକାରୀ ଡାକ୍ତର
ଚୁଳାବତୀ ସାହୁ , ଡାକ୍ତର ଦୈତ୍ୟ କୁମାର ପାଢ଼ୀ, ଡାକ୍ତର ବିଭୁତି ଭୁଷଣ ମେହେର , ଡାକ୍ତର ସାଧୁ ଚରଣ ଦାସ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନଳିନୀ ବଳବନ୍ତରାୟ , ପୈ।ରାଧିକାରୀ ରାଜେଶ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ସଭାକୁ ଦୀପାଞ୍ଜଳି ପ୍ରଧାନ ପରିଚାଳନା କରିଥିବା ବେଳେ ଜିଲ୍ଲା ରେ କାର୍ଯ୍ୟ କାରୀ ହେଉଥିବା ସ୍ବାସ୍ଥ୍ୟ ସେବା ସମ୍ପର୍କିତ ବୀବରଣୀ ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
(ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
