ଶହଶହ ଅସହାୟ, ରୋଗୀ, ଯନ୍ତ୍ରଣାରେ ଜର୍ଜରିତଙ୍କ ପାଇଁ ଅମୃତର ସିନ୍ଧୁ – “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ (୧୭ ମାର୍ଚ୍ଚ ବୁଧବାର ) ଭୁବନେଶ୍ୱର  :- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଦୁରପ୍ରସାରି ଏହି ଅଭିଯାନକୁ ଅଧିକ ଜନାଦୃତ ତଥା ଲୋକାଭିମୁଖୀ କରିବା ର ମହତ ଉଦ୍ଦେଶ୍ୟ ରେ ଆଜି ବିଜୁ ଯୁବ ଜନତା ଦାୟିତ୍ୱରେ ଥିବା ରାଜ୍ୟ ସାଧାରଣ ସମ୍ପାଦକ ମାନ୍ୟବର ପ୍ରଣବ କୁମାର ବଳବନ୍ତରାୟଙ୍କ ତତ୍ୱବାଧାନରେ ଓ ମାନ୍ୟବର ରାଜ୍ୟ ସଭାପତି ଡ଼ଃବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ବାଲେଶ୍ବର ଜୋନର ପ୍ରତିନିଧି ରୁପେ ମୋତେ ଏହି ବୈଠକରେ ଅଂଶ ଗ୍ରହଣ କରିବାର ସୁଯୋଗ ମିଳିଥିବାରୁ ମୁଁ ସମସ୍ତଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରୁଛି ତତ ସହିତ ସାଧୁବାଦ ଜ୍ଞାପନ କରୁଛି ଜିଲ୍ଲା ସଭାପତି ମାନଙ୍କୁ, ଯେଉଁ ମାନଙ୍କର ଅକ୍ଲାନ୍ତ ପରିଶ୍ରମ ବଳରେ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ଏକ ଜନ-ଆନ୍ଦୋଳନରେ ପରିଣତ ହୋଇପାରିଛି ।

Exit mobile version