ବରଗଡ଼ ଜିଲ୍ଲା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତଯୋଗିତା ; ବ୍ଲୁ ଡ଼ାଇମଣ୍ଡ କ୍ଲବ୍ ଓ ଲାରମ୍ଭା ବିଜୟୀ

ଓଡ଼ିଶା ତାଜା ନ୍ୟୁଜ (୧୭ ମାର୍ଚ୍ଚ ବୁଧବାର )ବରଗଡ଼ :- ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଭିଜନ ୨୦- ୨୪ ଆନୁକୁଲ୍ୟରେ ଆଜି ବରଗଡ଼ ଲେଂଗୁ ମିଶ୍ର ମିନି ଷ୍ଟାଡିୟମ୍ ଓ ବିକାଶ ଷ୍ଟାଡିୟମ୍ ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଚାଲିଥିବା ଆନ୍ତଃ କ୍ଲବ୍ ବରିଷ୍ଠ କ୍ରିକେଟ ପ୍ରତିଯୋଗିତା ରେ ଆଜିର ମ୍ୟାଚ୍ କୁ ବ୍ଲୁ ଡ଼ାଇମଣ୍ଡ କ୍ରିକେଟ୍ କ୍ଲବ୍ ଓ ଲରମ୍ଭା କଲେଜ ଜିତି ନେଇଛନ୍ତି । ଆଜିର ଖେଳରେ ବିକାଶ ଷ୍ଟାଡିୟମ୍ ରେ ବରଗଡ଼ ବ୍ଲୁ ଡାଇମଣ୍ଡ କ୍ଲବ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ଦଳ ପକ୍ଷରୁ ଦେବେନ୍ଦ୍ର କୁଅଁର ଙ୍କ ୧୨୯ ରନ ସହ ପ୍ରତିଯୋଗିତା ର ପ୍ରଥମ ଶତକ, ପିଣ୍ଟୁ କାଲଶା ଙ୍କ ୫୩ ରନ, ରୂପକ ପ୍ରଧାନ ଙ୍କ ୪୦ ରନ,ସୁମିତ ରାୟ ଙ୍କ ୪୩ ରନ, ଅବିନାଶ ସିଂ ଙ୍କ ୩୦ ରନ ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭର ଖେଳି ୭ ୱିକେଟ୍ ବିନିମୟରେ ବିଶାଳ ୩୫୫ ରନ ର ବଡ ସ୍କୋର କରିଥିଲେ। ପ୍ରତିପକ୍ଷ କଟାପାଲି ଦଳ ପକ୍ଷରୁ ଜ୍ୟୋତି ସେଟ୍ ୫୬/୩, ଦୁର୍ଗା ଅଗ୍ରୱାଲ ୬୯/୧,ସାଜନ ସାହୁ ୬୪/୧, ସୋହନ ସାହୁ ୩୩/୧, ଶୃତିରାଜ୍ ମିଶ୍ର ୬୦/୧ ୱିକେଟ୍ ନେଇଥିଲେ । ଏହି ବଡ ସ୍କୋରର ପିଛା କରି କଟାପାଲି ଦଳ ୨୩ ଓଭର ଖେଳିବାରେ ସକ୍ଷମ ହୋଇ ଦଳ ମାତ୍ର ୯୯ ରନ ରେ ଅଲ୍ ଆଉଟ୍ ହୋଇ ମ୍ୟାଚ୍ କୁ ୨୫୬ ରନ ର ବଡ ବ୍ୟବଧାନ ରେ ହାରି ଯାଇଥିଲା । କଟାପାଲି ଦଳ ପକ୍ଷରୁ ଘନଶ୍ୟାମ ୩୦ ରନ,ଶୁଭମ୍ ଦାସ ୨୧ ରନ , ଦୁର୍ଗା ଅଗ୍ରୱାଲ ୧୭ ରନ, ପପୁନ ସେଟ୍ ୧୫ ରନ କରିଥିଲେ । ବ୍ଲୁ ଡ଼ାଇମଣ୍ଡ ଦଳ ପକ୍ଷରୁ ପ୍ରେରିତ ଟତ୍ପୋ ୯/୪, ଅମିତ୍ ବିକ୍ରମ ରାଉତ ୧୬/୩ , ଅବିନାଶ ସିଂ ୨୯/୨, ଅମରଜିତ୍ ସିଂ ୧୭/୧ ୱିକେଟ୍ ନେଇଥିଲେ ।

ମ୍ୟାଚ୍ କୁ ୱିଲସନ ସିଂ ଓ ଶୁଭମ୍ ପାତ୍ର ପରିଚାଳିତ କରିଥିବା ବେଳେ ସ୍କୋର ର ଥିଲେ ରଜତ ଦାଶ । ସ୍ଥାନୀୟ ମିନି ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ରେ ଲରମ୍ଭା କଲେଜ ଟସ ଜିତି ପ୍ରଥମେ ବ୍ୟାଟିଂ କରି ବିଶାଳଅଗ୍ରୱାଲ ଙ୍କ ୬୪ ରନ, ଶଶିକାନ୍ତ ମଲ୍ଲିକ ଙ୍କ ୪୮ ରନ,ବିଜନ ଦେହୁରୀ ଙ୍କ ୨୮ ରନ ଓ ସଙ୍ଖ ଗଡତିଆ ଙ୍କ ୨୦ ରନ ଫଳରେ ୩୭.୩ ଓଭର ରେ ୨୦୮ ରନ କରି ଅଲ୍ ଆଉଟ୍ ହୋଇଯାଇଥିଲେ । ପ୍ରତିପକ୍ଷ ଅତାବିରା ଜେ ୱା ଏସ ପକ୍ଷରୁ ଅବିନାଶ ମହନା ୪୨/୪, ଜିଆଉର୍ ରେହେମାନ ୩୪/୪, ସୋମ୍ୟାଦର୍ଷି ପ୍ରଧାନ ୨୩/୧,ଆଦିତ୍ୟ ସାହୁ ୩୪/୧ ୱିକେଟ୍ ନେଇଥିଲେ । ଜବାବ ରେ ଅତାବିରା ଜେ ୱା ଏସ ଦଳ ୩୭.୧ ଓଭର ରେ ସ୍ବରାଜ ନାଗ ଙ୍କ ୫୦ ରନ, ଏମ. ଡି. ଫିର୍ଦୋସ ଙ୍କ ୪୬ ରନ , ଅର୍ପିତ ପଣ୍ଡା ୧୨ ରନ, କୁସ ସାହୁ ୧୦ ରନ କରିଥିଲେ । ପ୍ରତିପକ୍ଷ ଲରମ୍ଭା କଲେଜ ପକ୍ଷରୁ ଚନ୍ଦନ ସାହୁ ୨୮/୪, ବିଶାଳ ଅଗ୍ରୱାଲ ୨୬/୨,ବିଜନ ଦେହୁରୀ ୧୭/୧, ମୈତ୍ରୟ କମ୍ପ ୨୧/୨ ୱିକେଟ୍ ନେଇଥିଲେ।ମ୍ୟାଚ୍ ପରିଚାଳନା ପ୍ରଦିପ ଦାଶ ଓ ଭରତ ଚେତନ ପଣ୍ଡା । ସ୍କୋରର ଥିଲେ ମନୋଜ ପାତ୍ର ଓ ଅଶୋକ ସାହୁ । ( ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )

Exit mobile version