ମୋବାଇଲ ଏବଂ ଟିଭି ରିଚାର୍ଜ ନାମରେ ୫ କୋଟି ଟଙ୍କା ଠକିଥିବା ଯୁବକ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୧୭ ମାର୍ଚ୍ଚ ବୁଧବାର ) କଟକ :- ବାର୍ଷକ ପାଇଁ ମୋବାଇଲ ଫୋନ ଏବଂ ଟିଭି ରିଚାର୍ଜ କରିବା ନାଁରେ ଲୋକଙ୍କ ଠାରୁ ୫ କୋଟି ଟଙ୍କା ଠକି ଥିବା ସାଙ୍ଗଭୀ ଏଣ୍ଟରପ୍ରାଇଜର୍ସ ସଂସ୍ଥାର ମାଲିକ ବିପ୍ର ପ୍ରସାଦ ସ୍ୱାଇଁଙ୍କୁ କଟକ ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକର ଅଫିସରରୁ ପୋଲିସ ୬ଟି କମ୍ପୁଟର, ହାର୍ଡଡିସ,ସମେତ ଏକ ଦାମୀ କାରକୁ ଜବତ କରିଛି । ଗିରଫ ଯୁବକ ଜଣକଙ୍କର ଘର , ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ପାତ୍ରପଡା ଗ୍ରାମରେ । ସେ କଟକ ସଦର ଥାନା ଅନ୍ତର୍ଗତ ବୟିଆଳିଶ ମୌଜାର ଦିବାଟି ଗ୍ରାମରେ ଘର ଭଡ଼ା ନେଇ, ଏହି କାରବାର ଚଳାଇ ଆସୁଥିଲେ ।

ଗ୍ରାମାଞ୍ଚଳରେ ଲୋକମାନଙ୍କୁ କମ ମୂଲ୍ୟରେ ଏହି ସୁବିଧା ବର୍ଷକ ପାଇଁ ମିଳିବ କହି ଅଗ୍ରୀମ ଅର୍ଥ ଆଦାୟ କରିଥିଲେ । ଅଳ୍ପ କିଛି ଦିନ ପାଇଁ ଲୋକେ ଏହି ସୁବିଧା ପାଇବା ପରେ ହଠାତ ବନ୍ଦ ହୋଇଯାଇଥିଲା । ଏନେଇ ଲୋକମାନେ ତାଙ୍କୁ ଯୋଗାଯୋଗ କଲେ ମଧ୍ୟ ତାଙ୍କର ଦେଖା ମିଳି ନଥିଲା । ଏନେଇ କଟକ ଦରଖାପାଟଣା ଅଞ୍ଚଳର ଞାନରଞ୍ଜନ ଶତପଥୀ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ଖୋଳତାଡ଼ କରି ଠକ ବିପ୍ର ପ୍ରସାଦକୁ ଗିରଫ କରିଥିଲେ। ଗିରଫ ବିପ୍ର ପ୍ରସାଦ କୁ ପଚରାଉଚରା କରିବାରୁ ୫କୋଟି ଟଙ୍କା ଲୋକଙ୍କ ଠାରୁ ଠକିନେଇଥିବା ଜଣା ପଡିଥିଲା । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ) ।

Exit mobile version