ଓଲଟିଲା ‘ଚକାଡୋଳା’ ବସ୍‌ ; ୨୦ ଯାତ୍ରୀ ଆହତ,୩ ଗୁରୁତର

ଓଡ଼ିଶା ତାଜା ନ୍ୟୁଜ (୧୬ ମାର୍ଚ୍ଚ ମଙ୍ଗଳବାର ) ସୋର  :- ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ସ୍ଥାନୀୟ ତହସିଲ ନିକଟରେ ବସ୍‌ ଓଲଟିପଡ଼ିବାରୁ ପ୍ରାୟ ୨୦ରୁ ଊଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଆହତଙ୍କୁ ସୋର ଡାକ୍ତଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ବାଲେଶ୍ୱର ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଭୁବନେଶ୍ୱରରୁ ଚକାଡୋଳା ବସ୍‌(ଓଆର୍‌୨୨ ଏଫ୍‌ ୫୪୫୪) ଅଭଣା ଫେରୁଥିଲା । ବସ୍‌ଟି ସୋର ତହସିଲ ନିକଟରେ ପହଞ୍ଚିଥିଲା ।

ଏହି ସମୟରେ ଜଣେ ସାଇକେଲ ଆରୋହୀ ବସ ସାମ୍ନାକୁ ଆସିଯାଇଥିଲେ । ସାଇକେଲ ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ବସକୁ ବାମପାଶ୍ୱର୍କୁ କାଟି ଦେଇଥିଲେ ଡ୍ରାଇଭର । ଅପରପଟେ ରାସ୍ତାକାମ ପାଇଁ ହୋଇଥିବା ଗାତରେ ବସ୍‌ଟି ପଡ଼ି ଯାଇ ଏହାର ଡୋର ବନ୍ଦ ହୋଇଯାଇଥିଲା । ଏହାଦେଖି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଜରୁରିକାଳୀନ ଡୋର୍‌ ଓ ଆଗକାଚକୁ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍‌ସ ଯୋଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁତର ୩ ଜଣଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା

(ରିପୋର୍ଟ – ଦୀପ୍ତିମାନ ପତି ) 

Exit mobile version