ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର 2020 :- ସାମ୍ବାଦିକତା କ୍ଷେତ୍ରରେ ନିଜକୁ ସମର୍ପିତ କରି ଯେଉଁମାନେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି, ସେମାନଙ୍କୁ ସମ୍ମାନିତ କରି ପ୍ରୋତ୍ସାହିତ କରିବା ସହ ଏ କ୍ଷେତ୍ରକୁ ପାଦ ବଢାଉଥିବା ଆଗାମୀ ପିିଢିଙ୍କୁ ଆକୃଷ୍ଟ କରିବା ନିମନ୍ତେ ଭୁବନେଶ୍ୱରରେ ସମ୍ବାଦ ପରିବେଷଣ କରିଆସୁଥିବା ‘ଆମ ଟିଭି’ ଓ ‘ମୋ ଖବର’ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର ଓ ନୟାଗଡ଼ ସହରରେ ପୃଥକ୍ ପୃଥକ୍ ଭାବେ ଏଥିନିମନ୍ତେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ସଂସ୍ଥା ପକ୍ଷରୁ ଏକ ଆହ୍ୱାନ ଦିଆଯାଇଛି । ଆଜି ଭୁବନେଶ୍ୱର ୟୁନିଟ୍-୩ସ୍ଥିତ ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲ ପରିସରରେ ସେହିପରି ଏକ ସମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ଉଭୟ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମର ଜଣାଶୁଣା ସାମ୍ବାଦିକମାନଙ୍କ ସହ ଓଲିଉଡ଼ କଳାକାର ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ ଏବଂ ସମାଜସେବୀ କେଶବ ରାଓ, ଜୀବନଜ୍ୟୋତି ବାରିକ ଓ ଅନୁପ ରଥ ପ୍ରମୁଖ ଯୋଗ ଦେଇଥିଲେ । ସମ୍ପ୍ରତି ଉଭୟ ଛାପା ଓ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମରେ ସାମ୍ବାଦିକତା ସେବାରେ ନିୟୋଜିତ ଥିବା ସାମ୍ବାଦିକ ବନ୍ଧୁମାନଙ୍କ ଠାରୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ପ୍ରକାଶିତ ଓ ପ୍ରସାରିତ ଶ୍ରେଷ୍ଠ ସମ୍ବାଦଗୁଡ଼ିକ ଆହ୍ୱାନ କରାଯାଇଛି । ସାମ୍ବାଦିକ କ୍ଷେତ୍ରରେ ପ୍ରାନ୍ତୀୟ ତଥା ଜାତୀୟସ୍ତରରେ ଯେଉଁମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ସେହିମାନଙ୍କ ନାମ ଜନତା ସର୍ବସାଧାରଣ ହିଁ ସୁପାରିଶ କରିବେ । ଏଥିପାଇଁ ଯୋଗେ ସମ୍ବାଦ ପ୍ରେରଣ କରିବା ସହିତ ବଜ୍ଞବଗ୍ଧଙ୍ଖ.ସଦ୍ଭ ଙ୍ଗରଭଗ୍ଦସଗ୍ଧର ମାଧ୍ୟମରେ ସାମ୍ବାଦିକ ଓ ଜନସାଧାରଣଙ୍କ ଦ୍ୱାରା ମନୋନୀତ ସମ୍ବାଦ ସୁପାରିଶ କରିବାକୁ ଅନୁଷ୍ଠାନ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ପ୍ରଣୟ ଜେଠୀ ଅନୁରୋଧ କରିଛନ୍ତି । ପ୍ରତ୍ୟେକ ପର୍ଯ୍ୟାୟରେ ଶ୍ରେଷ୍ଠ ୩ ଜଣ ସାମ୍ବାଦିକଙ୍କୁ ଓ ବଜ୍ଞ ଗ୍ଧଷର ଭରଗ୍ଦଗ୍ଧ ଏବଂ ଘବଜ୍ଞ ଞକ୍ଟଷ ଝଙ୍କଦ୍ଭବ ଐସ ଐକ୍ଟଶବ ବିଭାଗରେ ସମ୍ମାନିତ କରାଯିବ । ପୁରସ୍କାର ବାବଦକୁ କିଛି ଅର୍ଥରାଶିର ବ୍ୟବସ୍ଥା ମଧ୍ୟ ରହିଛି ।
‘ଆମ ଟିଭି’ ଓ ‘ମୋ ଖବର’ ପକ୍ଷରୁ ସୁଦକ୍ଷ ଓ ସମର୍ପିତ ସାମ୍ବାଦିକଙ୍କୁ ସମ୍ମାନ

Related Content
ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ
by
Proprietor Abhimanyu Maharana
September 14, 2026
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
by
Proprietor Abhimanyu Maharana
September 14, 2026
World Odisha Society pays tribute to Pranab Patnaik
by
Proprietor Abhimanyu Maharana
September 14, 2026
ମାନବ ସେବା ହିଁ ମାଧବ ସେବା
by
Proprietor Abhimanyu Maharana
September 14, 2026
ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ
by
Proprietor Abhimanyu Maharana
September 14, 2026
ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ
by
Proprietor Abhimanyu Maharana
September 14, 2026