ଆଇପିଏଲ୍‌ର ଅଫିସିଆଲ ପାର୍ଟନର୍ ଭାବେ ଅପ୍‌ଷ୍ଟକ୍ସ ର ଯୋଗଦାନ

ଓଡ଼ିଶା ତାଜା ନ୍ୟୁଜ (୧୬ ମାର୍ଚ୍ଚ ମଙ୍ଗଳବାର ) ଭୁବନେଶ୍ୱର :-  ଭାରତର ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ୍‌ ବ୍ରୋକରେଜ୍ ସଂସ୍ଥା ଅପ୍‌ଷ୍ଟକ୍ସ ଆଇପିଏଲ୍‌ର ଅଫିସିଆଲ୍ ପାର୍ଟନର୍‌ ଭାବେ ଯୋଗ ଦେଇଥିବା ବିଷୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ ପରିଚାଳନା ପରିଷଦ (ଆଇପିଏଲ୍ ଜିସି) ପକ୍ଷରୁ ଘୋଷଣା କରାଯାଇଛି । ଚଳିତ ବର୍ଷ ଏପ୍ରିଲ୍ ୯ରୁ ଆଇପିଏଲ୍ ଆରମ୍ଭ ହେଉଛି । ଏହା ହେଉଛି ଏକ ବହୁ ବର୍ଷୀୟ ସହଯୋଗିତା । ଭାରତୀୟ ନିବେଶକ ମାନଙ୍କ ପାଇଁ ଆର୍ଥିକ ନିବେଶ କୁ ସହଜ, ସମାନ ଏବଂ ସୁଲଭ କରିବା ଲାଗି ଅପ୍‌ଷ୍ଟକ୍ସକୁ ସ୍ଥାପନ କରାଯାଇଛି ଯାହା ଷ୍ଟକ୍‌, ମ୍ୟୁଚୁଆଲ୍ ଫଣ୍ଡ୍‌, ଡିଜିଟାଲ୍ ଗୋଲ୍ଡ, ଡେରିଭେଟିଭସ୍ ଓ ଇଟିଏଫ୍‌ରେ ଉଭୟ ନିବେଶକ ଓ ଟ୍ରେଡରଙ୍କ ପାଇଁ ଅନଲାଇନ୍ ନିବେଶ ସୁବିଧା ପ୍ରଦାନ କରୁଛି । ଟାଇଗର୍ ଗ୍ଲୋବାଲ୍ ଭଳି ନିବେଶକଙ୍କ ସମର୍ଥନ ଥିବା ଏହି ସଂସ୍ଥା ପାଖରେ ୨.୮ ନିୟୁତରୁ ଅଧିକ ନିବେଶକ ରହିଛନ୍ତି । ଶ୍ରୀଯୁକ୍ତ ବ୍ରିଜେଶ ପଟେଲ୍‌, ଅଧ୍ୟକ୍ଷ, ଆଇପିଏଲ୍ କହିଛନ୍ତି ଯେ, “ଭାରତର ଅନ୍ୟତମ ସର୍ବାଧିକ ଦେଖା ହେଉଥିବା କ୍ରିକେଟ୍ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଅଫିସିଆଲ ସହଯୋଗୀ ଭାବେ ଅପ୍‌ଷ୍ଟକ୍ସକୁ ସାମିଲ କରିଥିବାରୁ ଆମେ ବହୁତ ଖୁସି ।

ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଅପ୍‌ଷ୍ଟକ୍ସ ସହିତ ଆଇପିଏଲ୍ ଦର୍ଶକଙ୍କ ଭିତରେ ଗଭୀର ପ୍ରଭାବ ପକାଇପାରିବ ବିଶେଷ କରି ସେହି ନିୟୁତାଧିକ ଯୁବ ଭାରତୀୟ ଯେଉଁମାନେ ଆର୍ଥିକ ସ୍ତରରେ ସ୍ୱାଧୀନ ହେବାକୁ ଚାହୁଛନ୍ତି ଏବଂ ସେମାନଙ୍କ ପୋର୍ଟଫୋଲିଓକୁ ପରିଚାଳନା କରିବା ଲାଗି ଅଧିକ ବିକଳ୍ପ ସନ୍ଧାନ କରୁଛନ୍ତି ସେମାନଙ୍କ ପାଇଁ ଏହା ବିଶେଷ ସହାୟକ ହେବ ।’’ ଏହି ସହଯୋଗିତା ସମ୍ପର୍କରେ ଶ୍ରୀଯୁକ୍ତ ରବି କୁମାର, ସହ ପ୍ରତିଷ୍ଠାତା ଓ ସିଇଓ, ଅପ୍‌ଷ୍ଟକ୍ସ କହିଛନ୍ତି ଯେ, “ଭାରତରେ ବିସିସିଆଇର ଆଇପିଏଲ୍‌ ସହିତ ସହଯୋଗିତା ସ୍ଥାପନ କରି ଆମେ ବହୁତ ଖୁସି । କ୍ରିକେଟ୍ ହେଉଛି କ୍ରୀଡ଼ା ଠାରୁ ଆହୁରି ବହୁତ କିଛି । ନୂଆ ପିଢ଼ିଙ୍କ ଭିତରେ ଏହା ବେଶ ଲୋକପ୍ରିୟ ଥିବାରୁ ଆମର ସାମାଜିକ ଜୀବନ ଏବଂ ସଂସ୍କୃତି ଉପରେ ଏହାର ଗଭୀର ପ୍ରଭାବ ରହିଛି ।ବିଗତ ଦଶନ୍ଧୀ ଭିତରେ ଭାରତୀୟ କ୍ରିକେଟ୍‌କୁ ଆଇପିଏଲ୍ ଏକ ନୂତନ ଦିଗ ଦେଇଛି, ଠିକ୍ ସେହିପରି ଅପ୍‌ଷ୍ଟକ୍ ଭାରତରେ ଫାଇନାନ୍ସରେ ବିପ୍ଳବ ଆଣିିଛି । ଏଥିପାଇଁ ଦୁଇ ବ୍ରାଣ୍ଡ୍ ଭିତରେ ଉଭୟ ପ୍ରାକୃତି ସମ୍ପର୍କ ସୃଷ୍ଟି ହୋଇଛି । କ୍ରିଡ଼ା ଓ ଫାଇନାନ୍ସ ମଧ୍ୟରେ ଏହି ସମନ୍ୱୟ ଜରିଆରେ ଆମେ ସାରା ଭାରତରେ ଆର୍ଥିକ ସାକ୍ଷରତାର ପ୍ରସାର କରିବୁ ।’’

Exit mobile version