ବାଲ୍ୟ ବିବାହ ରୋକିବା ନିମନ୍ତେ ସଚେତନତା

ଓଡ଼ିଶା ତାଜା ନ୍ୟୁଜ (୧୬ ମାର୍ଚ୍ଚ ମଙ୍ଗଳବାର ) ବ୍ରହ୍ମପୁର :- ସ୍ଥାନୀୟ ପୌରାଞ୍ଚଳ ପୁରୁଣା ସିନେମା ପ୍ରେକ୍ଷାଳୟ ନିକଟରେ ମଙ୍ଗଳବାର ମା ଶ୍ୟାମଳାଇ କେୟାର ଏଣ୍ଡ କ୍ୟୁର ହସ୍ପିଟାଲର ଶୁଭ ଉଦଘାଟିତ ହୋଇଯାଇଛି ।ପରିଚାଳନା ନିର୍ଦ୍ଦେଶକ ଆଡଭୋକେଟ ଲକ୍ଷ୍ମୀ ନାରାୟଣ ଦାଶଙ୍କ ତତ୍ତ୍ୱାବଧାନ ରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ଭେଷଜଜ୍ଞ ପ୍ରଫେସର ଡାକ୍ତର ପି ସି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଙ୍ଘର ସଭାପତି ତଥା ସର୍ବ ପୁରାତନ ସାପ୍ତାହିକ ନବୀନର ସମ୍ପାଦକ ରବି ରଥ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସାହୁ ଅତ୍ୟାଧୁନିକ ଯନ୍ତ୍ରପାତି, ସୁବିଧା ସୁଯୋଗ ଥିବା ଏହି ହସ୍ପିଟାଲ ଅଞ୍ଚଳରେ ପ୍ରଥମ ଏବଂ ବିଭିନ୍ନ ପ୍ରକାରର ରୋଗୀ ଚିକିତ୍ସା ସେବାରେ ଉପକୃତ ହୋଇ ପାରିବେ ବୋଲି ମତ ପ୍ରକାଶ କରି ଉତ୍ତରୋତ୍ତର କାମନା କରିଥିଲେ ।

ସମ୍ମାନିତ ଅତିଥି ଶ୍ରୀ ରଥ ରୋଗୀ ସେବା ପ୍ରତି ଅଧିକ ଯତ୍ନଶୀଳ ହେବା ପାଇଁ ପରାମର୍ଶ ଦେବା ସହ ଏହା ଅଞ୍ଚଳ ବାସୀଙ୍କ ପାଇଁ ବେଶ ସହାୟକ ହେବ ବୋଲି କହିଥିଲେ । ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଆଡଭୋକେଟ ଶ୍ରୀ ଦାଶ ଆଗାମୀ ଦିନରେ ଏହାକୁ ଏକ ପ୍ରତିଷ୍ଠିତ ହସ୍ପିଟାଲରେ ପରିଣତ କରିବା ଲକ୍ଷ୍ୟ ରହିଛି ବୋଲି ସୂଚନା ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କର୍ଣ୍ଣେଲ ଅମର ଦାଶ, ନିର୍ଦ୍ଦେଶକ ସଦାଶିବ ପାଣିଗ୍ରାହୀ, ଆଡଭୋକେଟ ପ୍ରଣବ କୁମାର ପାଢୀ ଓ ଲକ୍ଷ୍ମୀ ନାରାୟଣ ଦାଶ ପ୍ରମୁଖଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Exit mobile version