ଲୋଚାପଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନରେ ଜିଲ୍ଲାପାଳ

ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର )କୁକୁଡାଖଣ୍ଡି :- କୁକୁଡାଖଣ୍ଡି ବ୍ଲକର ୫ଟି ପଞ୍ଚାୟତ ଗ୍ରସ୍ତକରି ପଞ୍ଚାୟତ ହାଲଚାଲ ବୁଝିଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗ ଲୋକଙ୍କ ସମସ୍ୟା ସହ ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟତଦାରଖ କେଉଁଭଳି ଚାଲିଛି ତାହା ଗ୍ରାମାଞ୍ଚଳରେ ଵୁଲି ଦେଖିଥିଲେ ନିମଖଣ୍ଡି ଉଚ୍ଚବିଦ୍ୟାଳୟ ମଧ୍ୟ ଗ୍ରସ୍ତ କରିଥିଲେ ସେଠାରେ ନୂତନ ଭାବେ ହେବାକୁ ଥିବା ସ୍ମାର୍ଟ କ୍ଲାସ ଉପରେ ପ୍ରଧାନଶିକ୍ଷକଙ୍କ ସହ ଅନୁଧ୍ୟାନ କରିଥିଲେ । ଗୁରୁଣ୍ଠି,ହୁଗୁଳାପଟ୍ଟା,ବୋରିଗାଁ,ନିମଖଣ୍ଡି, ଲୋଚାପଡ଼ା ପଞ୍ଚାୟତ ପରିଦର୍ଶନ କରିଥିଲେ ।

ଏବଂ ନୂତନ ଭାବେ ନିର୍ମାଣ ହୋଇଥିବା ଲୋଚାପଡା ପଞ୍ଚାୟତ ପ୍ରଥମେ ଦେଖି ଖୁସୀମନସ୍ତ କରିଥିଲେ ,ସରପଞ୍ଚ ମିନତୀ ବେହେରାଙ୍କୁ ପ୍ରଶଂସା କରିଥିଲେ ଏବଂ ଉପସ୍ଥିତ କୁକୁଡାଖଣ୍ଡି ବିଡ଼ିଓଙ୍କୁ ଏହି ପଞ୍ଚାୟତର ସୌନ୍ଦର୍ଯ୍ୟ ଆଗକୁ ନେବା ସହ ପୋଖରୀ ପାର୍ଶ୍ୱରେ ଆଦର୍ଶ ଭାବେ ଗୋଡିବା ପାଇଁ ନିର୍ଦେଶ ଦେଇଥିଲେ । ଏଥିରେ ତହସିଲଦାର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର, ଏ.ଇ ସୁଜିତ କୁମାର ତହଲ,ଜେ.ଇ ପଦ୍ମିନୀ ବେହେରା ସମେତ ସରପଞ୍ଚଙ୍କ ସ୍ୱାମୀ ବୁଲୁ ବେହେରା, ପ୍ରମୁଖ ଯୋଗଦେଇଥିଲେ l

( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version