ବିଶାଖପାଟଣା ଏୟାରପୋର୍ଟ ରୁ , ଗଜପତି ପୋଲିସ ର ମୋଷ୍ଟ ୱାଣ୍ଟେଡ ଦୁଇ ଗଞ୍ଜେଇ ମାଫିଆକୁ ଗିରଫ କଲା ପୋଲିସ 

ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର )ପାରଳାଖେମୁଣ୍ଡି :- ଗଜପତି ପୋଲିସକୁ ମିଳିଛି ବଡ଼ ସଫଳତା l ଗଜପତି ପୋଲିସ ମୋଷ୍ଟ୍ ୱାଣ୍ଟେଡ ଥିବା ଗଜପତି ଜିଲ୍ଲାର ଦୁଇ ଗଞ୍ଜେଇ ମାଫିଆକୁ ଆନ୍ଧ୍ର ପ୍ରଦେଶର ବିଶାଖପାଟଣା ଏୟାରପୋର୍ଟ ରୁ ଗଜପତି ପୋଲିସ ଗିରଫ କରି ଆଣିଥିବା ନେଇ ଗଜପତି ଏସପି ତପନ କୁମାର ପଟ୍ଟନାୟକଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି lଗିରଫ ଦୁଇଜଣ ଗଞ୍ଜେଇ ମାଫିଆ ହେଲେ ରାଧାକାନ୍ତ ନାୟକ, ପିତା: ତିରିଶା ନାୟକ, ଅନ୍ୟ ଜଣେ ହେଲା ଜୋସେଫ ପାଣି ପିତା: ସିମନ ପାଣି , ଦୁଇ ଜଣ ଯାକର ଘର ରାଇପଙ୍କା ଗ୍ରାମ, ଅଡବା ଥାନା, ମୋହନା ବ୍ଲକ, ଜିଲ୍ଲା ଗଜପତି ବୋଲି ଜଣା ପଡିଛି l

ଏହି ଦୁଇ ଗଞ୍ଜେଇ ମାଫିଆଙ୍କ ନାମରେ ଗଜପତି ଜିଲ୍ଲାର ଅଡବା ଥାନା, ରାୟଗଡ଼ ଜିଲ୍ଲାର ବିଷମକଟକ, ଗୁଣୁପୁର, ଓ ପଦ୍ମପୁର ସମେତ ଦିଲ୍ଲୀ ର ନାରିନା ଥାନରେ ମଧ୍ଯ ପୃଥକ ପୃଥକ ଭାବେ ଏନ୍ ଡି ପି ଏସ ଏକ୍ଟରେ ମକଦ୍ଦମା ରହିଥିବା ଗଜପତି ଏସପି ଦେଇ ଥିବା ପ୍ରେସ ଇସ୍ତାହାରରୁ ସୂଚନା ମିଳିଛି ଏହି ଦୁଇ ଜଣ ଗଞେଇ ମାଫିଆ ଗିରଫ ଭୟରେ ଦୀର୍ଘ ଦିନ ହେଲା ପୋଲିସକୁ ଚକମା ଦେଖାଇ ଫେରାର ଥିଲେ କୌଣସି ସୂତ୍ରରୁଖବର ପାଇ ଆଜି ସକାଳେ ଗଜପତି ପୋଲିସର ଏକ ସ୍ବତନ୍ତ୍ର ଟିମଆନ୍ଧ୍ର ପ୍ରଦେଶର ବିଶାଖପାଟଣା ଏୟାରପୋର୍ଟ ରୁ ଗିରଫ କରି ପାରଳାଖେମୁଣ୍ଡି ଆଣି କୋର୍ଟ ଚାଲାଣ କରାଯାଇଛି l  (ରିପୋର୍ଟ – ଗରୁଡ଼ ଧ୍ୱଜ ଚୌଧୁରୀ )

Exit mobile version