ନୂଆଗାଁ ବ୍ଲକ୍ ୫୧୩ ଜଣ ବରିଷ୍ଠ ନାଗରିକ ନେଲେ କରୋନା ଟୀକା

ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ମହିପୁର ସି ଏଚ୍ ସି ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୫୧୩ ଜଣ ଙ୍କୁ କରୋନା ଟୀକା ପ୍ରଦାନ କରାଯାଇଛି। ମହିପୁର ସି ଏଚ୍ ସି ସ୍ବାସ୍ଥ୍ୟ କେନ୍ଦ୍ର ରେ ୧୫୧ ଜଣ, ବାହାଡ ଝୋଲା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ୧୩୭ ଜଣ,ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୦୪ ଜଣ ଏବଂ ଜଗନ୍ନାଥ ପ୍ରସାଦ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୨୧ ଜଣ ଏହିପରି ଭାବେ ୫୧୩ ଜଣ ୬୦ ବର୍ଷ ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କୁ କରୋନା ଟୀକା କରଣ କରାଯାଇଛି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version