ରଣପୁର ମା ମଣିନାଗ ଙ୍କ ବିଶ୍ୱ ଶାନ୍ତି ମହାଯଜ୍ଞ ସମାପ୍ତ ; ଦର୍ଶନ କଲେ ଦୁଇ ବିଧାୟକ – ବିଧାୟକ ସତ୍ୟନାରାୟଣ, ପୂର୍ବତନ, ବିଧାୟକ ରବିନାରାୟଣ

ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ ମହାରଣା :- ଉପର ମଣିନାଗ ରେ ବିଶ୍ୱଶାନ୍ତି ମହାଯଜ୍ଞ ରଣପୁର,ନୟାଗଡ ଜିଲା୍ଲ ରଣପୁର ମଣିନାଗ ପାହାଡ ଶିଖରରେ ନୀଳମାଧବଙ୍କ ଚକାଶିଳା ବିଶ୍ୱବସୁଙ୍କ ସାନ ଭାଇ ବିଶ୍ୱବାସବ ଦ୍ୱାରା ପ୍ରତିଷ୍ଠିତ ହୋଇ ମା’ ମଣିନାଗ ରୂପେ ପୂଜା ପାଉଛନ୍ତି । ସେତେବେଳେ ଏହି ପାହାଡକୁ ଯିବା ଦୁଃସାଧ୍ୟ ଥିବାବେଳେ ଏବେ ରାଜ୍ୟ ସରକାର ରାସ୍ତା ନିର୍ମାଣ କରିଛନ୍ତି । ଯାହାଫଳରେ ବିଭିନ୍ନ ପର୍ବପର୍ବାଣି ସେଠାରେ ଧୁମ୍‌ଧାମ୍‌ରେ ପାଳିତ ହେଉଛି ।

ସେଠାରେ ଦୀର୍ଘ ୧୫ ବର୍ଷ ହେଲା ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଅଛି । ଏହି ମହାଯଜ୍ଞ ମାର୍ଚ୍ଚ ୧୧ ତାରିଖ ଠାରୁ ଆରମ୍ଭ ହୋଇ ୧୪ ତାରିଖ ମୀନ ସଂକ୍ରାନ୍ତିରେ ଗୋଧୂଳି ସମୟରେ ପୁର୍ଣ୍ଣାହୂତି ଅନୁଷ୍ଠିତ ହୋଇଯାଇଅଛି । ରଣପୁର ତଳ ମଣିନାଗ ପୀଠ ଠାରୁ ପ୍ରାୟ ୫ କିଲୋମିଟର ଉଚରେ ମଣିନାଗ ପର୍ବତ ଶିଖରରେ ଏହି ପୀଠ ରହିଅଛି । ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଆଜି ଚାଲି ଚାଲି ଓ ଗାଡି ମଟରରେ ପାହାଡ ଉପରକୁ ଯାଇ ଏହି ମହାଯଜ୍ଞ ପୂର୍ଣ୍ଣାହୂତିରେ ଅଂଶ ଗ୍ରହଣ କରିଥିଲେ ।

ଏହି ମହାଯଜ୍ଞ ଅବସରରେ ବିଧାୟକ ସତ୍ୟନାରାୟଣ ପ୍ରଧାନ, ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର, ଏନ.ଏ.ସି. ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ, ପୂର୍ବତନ ସମିତି ସଭ୍ୟ ଦେବାଶିଷ ପଟ୍ଟନାୟକ, ସ୍ୱରାଜ ମହାନ୍ତି, ଗୋପାଳ ମହାନ୍ତିଙ୍କ ସହିତ ରଣପୁର ଅଞ୍ଚଳର ହଜାର ହଜାର ଭକ୍ତ ପୂର୍ଣ୍ଣାହୂତି ସମୟରେ ଉପସ୍ଥିତ ଥିଲେ ।

 

Exit mobile version