ବିଧାୟକ ଙ୍କ ପ୍ରତିଶୃତି ; ଦଣ୍ଡା ବାଲୁଙ୍କେଶ୍ୱର ଠାରେ ହେବ କମ୍ୟୁନିଟି ସେଣ୍ଟର – ରଣପୁର

ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର ) ରଣପୁର :- ରଣପୁର ର ଶ୍ରୀ ଜଗନ୍ନାଥ ମନ୍ଦିରର ଦୃଷ୍ଟିକୋଣ ରୁ ରାଜା ରାଜୁଡା ଅମଳ ରୁ ରଣପୁର ରେ ଜଗନ୍ନାଥ ଙ୍କୁ ରଜା ଭାବରେ ଗ୍ରହଣ କରାଯାଇ ତାଙ୍କ ସହିତ ପଞ୍ଚୁ ମହାଦେବ ଙ୍କୁ ଯଥାକ୍ରମେ ସ୍ୱପ୍ନେଶ୍ୱର , ହରିହରେଶ୍ୱର , ତୋଟା ବାଲୁଙ୍କେଶ୍ୱର , ଚଣ୍ଡେଶ୍ୱର ଏବଂ ଦଣ୍ଡା ବାଲୁଙ୍କେଶ୍ୱର ଙ୍କୁ ପଞ୍ଚୁ ମହାଦେବ ଭାବରେ ମାନ୍ୟତା ଦିଆଯାଏ ଏହି ପରିପ୍ରେକ୍ଷୀ ରେ ଦଣ୍ଡା ବାଲୁଙ୍କେଶ୍ୱର ଉନ୍ନତି ପାଇଁ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ସଂକ୍ରାନ୍ତି ଅବସର ରେ ଉକ୍ତ ମନ୍ଦିରରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ କରିବା ପାଇଁ ପ୍ରତିଶୃତି ଦେବା ସହ

ଖଟିଆ ସାହିସ୍ଥ ପ୍ରସନ୍ନ କୁମାର ସାହୁ ଙ୍କ ପତ୍ନୀ ମେରୁଦଣ୍ଡ ସ୍ଥିତ ରୋଗାକ୍ରାନ୍ତ ହୋଇ ଥିବାରୁ ତାଙ୍କୁ ବିଜୁ କଲ୍ୟାଣ ସମିତି ମାଧ୍ୟମ ରେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେବା ସହ ସେଠାରେ ଉପସ୍ଥିତ ଦଣ୍ଡା ବାଲୁଂକେଶ୍ୱର କମିଟି ର ଉପସ୍ଥିତ ପ୍ରମୁଖ ସଦସ୍ୟ ମାନେ ଯଥାକ୍ରମେ ବିରଞ୍ଚି ନାରାୟଣ ତ୍ରିପାଠୀ , ସୁରେଶ ଚନ୍ଦ୍ର ମିଶ୍ର , ସୁଶାନ୍ତ କୁମାର ମିଶ୍ର , ହରିହର ନାୟକ , ଶ୍ରୀନିବାସ ସିଂ , ସାମ୍ବାଦିକ ଅଭିମନ୍ୟୁ ମହାରଣା , ବଳଭଦ୍ର ପୁର ସରପଞ୍ଚ , ରଞ୍ଜନ କୁମାର ସାମନ୍ତରାୟ , ସୁଶାନ୍ତ କୁମାର ବିଶ୍ୱାଳ , କେଳୁ ମହାରଣା ଇତ୍ୟାଦି ଉପସ୍ଥିତ ଥିଲେ ।

Exit mobile version