ନିଜକୁ ପୁଲିସ ଡିଏସପି ଦର୍ଶାଇ ୪ଜଣଙ୍କୁ ବାହା ହେବା ଘଟଣାରେ ଲାଲବାଗ ପୁଲିସ ଜଣକୁ ଗିରଫ କରିଛି

ଓଡ଼ିଶା ତାଜା ନ୍ୟୁଜ (୧୫ ମାର୍ଚ୍ଚ ସୋମବାର ) କଟକ :- ନିଜକୁ ପୁଲିସ ଡିଏସପି ଦର୍ଶାଇ ୪ଜଣଙ୍କୁ ବାହା ହେବା ଘଟଣାରେ ଲାଲବାଗ ପୁଲିସ ଜଣକୁ ଗିରଫ କରିଛି । ରଣପୁର ଥାନା ଅନ୍ତର୍ଗତ ପାମ୍ପଡ଼ା ଗ୍ରାମର ବଳରାମ ପ୍ରହରାଜ ଓରଫ୍‌ କୈଳାସଚନ୍ଦ୍ର ମିଶ୍ରକୁ କୋର୍ଟଚାଲାଣ କରାଯିବା ପରେ ଜେଲ୍‍ ହାଜତକୁ ପଠାଇ ଦିଆଯାଇଛି । ପୁଲିିସ ସୂଚନା ଅନୁଯାୟୀ ବଳରାମ ପୂର୍ବରୁ ବିବାହ କରିଥିଲେ । ତାଙ୍କର ପତ୍ନୀ ଓ ସନ୍ତାନ ଅଛନ୍ତି ।

ସେ ନିଜକୁ ସିଆରପିର ଡିଏସପି ପରିଚୟ ଦେବା ସହ ବାହା ହୋଇ ନଥିବା ଦର୍ଶାଇ ବିଭିନ୍ନ ଇଣ୍ଟରନେଟ୍‍ ସାଇଟ୍‍ରେ ଫଟୋ ଓ ଯୋଗ୍ୟତା ସମ୍ପର୍କିତ ତଥ୍ୟ ଦେଇଥିଲେ । ଏହାକୁ ଆଧାର କରି ସେ ନାଗାଲାଣ୍ଡ, ଖୋର୍ଦ୍ଧା ଓ ନରସିଂହପୁର​‌େ​‌ର ଶିକ୍ଷୟିତ୍ରୀ ଥିବା ଜଣେ ଯୁବତୀଙ୍କୁ ବିବାହ ମଧ୍ୟ କରିଥିଲେ । ଘଟଣା ପ୍ରଘଟ ହେବାରୁ ତୃତୀୟ ପତ୍ନୀ ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଏପଟେ ବଳରାମ ଏକ ଗାଡିର ମାଲିକାନା ପରିବର୍ତ୍ତନ କରିବାକୁ କଟକ ଆସିଥିବା ସୂଚନା ପରେ ଲାଲାବାଗ ପୁଲିସ ତାକୁ ଗିରଫ କରିଥିଲା ।

Exit mobile version