ଏକାମ୍ର ରେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପ ର ଶୁଭାରମ୍ଭ – ପୁରୁଣା ଭୁବନେଶ୍ୱର

ଓଡ଼ିଶା ତାଜା ନ୍ୟୁଜ (୧୪ ମାର୍ଚ୍ଚ ,ରବିବାର ) ଭୁବନେଶ୍ୱର :- ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି (M L A LAD) ରୁ ପ୍ରାୟ ଏକ କୋଟିରୁ ଉର୍ଦ୍ଧ ଟଙ୍କାର ବିଭିନ୍ନ ପ୍ରକଳ୍ପର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି । ସେଥି ମଧ୍ୟରୁ ବଡଗଡ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପ୍ରାଚୀର,ବ୍ରିଟ କଲୋନୀ ମଙ୍ଗଳା ମନ୍ଦିର,ରାମ ମନ୍ଦୀର ମଣ୍ଡପ,ରୋଷୋ ଘର, ଶିଶୁପାଳ ଗଡ ମହାବୀର ନଗର ମୁଖ୍ୟ ଫାଟକ, ଲିଙ୍ଗିପୁର ନୂଆଗାଁ ବି. ଏମ. ସି ରାସ୍ତା, ୱାଡ ନଂ ୫୮ ର ସୂର୍ଯ୍ୟ ବିହାର ରାସ୍ତା,

ଶିଶୁପାଳ ଗଡ଼ ଗଡମହାବିର ଅଞ୍ଚଳ ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ବ୍ରହ୍ମେଶ୍ୱର୍ ରାସ୍ତା, ଆନ୍ଦିଗାଡିଆ ଡ୍ରେନ, ବ୍ରହ୍ମେଶ୍ୱର୍ ଉଚ୍ଚ ବିଦ୍ୟାଳୟ ଅତିରିକ୍ତ ଗୃହ ନିର୍ମାଣ, ଜଗନ୍ନାଥ ନଗର ଲେନ ୧ ର ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଡ୍ରେନ ନିର୍ମାଣ ପ୍ରଭୁତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଡେପୁଟି ମେୟର କେ ଶାନ୍ତି, ପ୍ରତାପ ଜେନା,ଜିଲ୍ଲା ପରିଷଦ ସଭ୍ୟା ଦୀପ୍ତିମୟୀ ସୁନ୍ଦରାୟ, ଲୀଙ୍ଗିପୂର୍ ସରପଞ୍ଚ ରୀନାମଣି ବେହେରା,

ସମିତି ସଭ୍ୟl ରଜନୀ ଦାସ,ପୂର୍ବତନ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର, ରାଜେନ୍ଦ୍ର ସମର୍ଥା, ଆଞ୍ଚଳିକ ବିକାଶ ପରିଷଦ ର ସଭାପତି ବୃନ୍ଦାବନ ସାହୁ,ଅରୁଣ ପୁରୋହିତ,ପ୍ରକାଶ ସ୍ୱାଇଁ,କ୍ଷୀରୋଦ ପ୍ରଧାନ, ମନୋରଞ୍ଜନ ମହାନ୍ତି, ପୁର୍ବତନ କର୍ପୋରେଟର ପୁଷ୍ପା ଦାସ,ବନ୍ଦନା ସାହୁ,ଅବନୀ କାନ୍ତ ପାଟସାଣି,କେ ସି ପାତ୍ର,ମାନସ ମହାପାତ୍ର, ଶିଶୁପାଳ ଗଡ ଗ୍ରାମ ପଂଚାୟତର ସରପଞ୍ଚ ଇତିଶ୍ରୀ ଚମ୍ପତି,ସମିତି ସଭ୍ୟl ରଶ୍ମିତା ଶ୍ରୀଚନ୍ଦନ,ଆଲୋକ ସାହୁ, ହେମନ୍ତ ପ୍ରଧାନ,ତାପସ ଷଡ଼ଙ୍ଗୀ, ଇନ୍ଦ୍ରମଣି ତ୍ରିପାଠୀ, ଡ. ଗୌରାଙ୍ଗ ଚରଣ ମହାନ୍ତି, ଜିତେନ୍ଦ୍ର ଛୋଟରାୟ,ସନତ ଦାସ,ଅଜିତ ବେହେରା, ସନ୍ତୋଷ ସିଂ,ସଂଗ୍ରାମ ନାୟକ, ସୁବାସ ସୁନ୍ଦରାୟ ଏବଂ ବହୁ ସ୍ଥାନୀୟ ଅଧିବାସୀମାନେ ଉପସ୍ଥିତ ଥିଲେ।

Exit mobile version