ଚଡେୟାପଲ୍ଲୀ ପଞ୍ଚାୟତ ର ଆଦିବାସୀ ଲୋକ ମାନଙ୍କ ବିଭିନ୍ନ ସମସ୍ୟା ବୁଝିଲେ ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୧୪ ମାର୍ଚ୍ଚ ରବିବାର)  ଦଶପଲ୍ଲା :- ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଚଡେୟାପଲ୍ଲୀ  ପଞ୍ଚାୟତ ର ଆଦିବାସୀ ଲୋକମାନଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଥିଲେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଚଡେୟାପଲ୍ଲୀ ପଞ୍ଚାୟତ ର ସିରିକି ବାଡି,କୁଲାଙ୍ଗି,କଳା ପଦର ଓ

ବରସାହି ଗ୍ରସ୍ତ କରି ଲୋକମାନଙ୍କ ସମସ୍ୟା ବୁଝିବା ପାଇଁ କଣ୍ଠି ପଦର ଠାରେ ଏକ ସଭାର ଆୟୋଜନ କରିଥିଲେ । ଉକ୍ତ ସଭାରେ ଯୋଗଦେଇଥିବା ଶହ ଶହ ଆଦିବାସୀ ମହିଳା ଓ ପୁରୁଷ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )

Exit mobile version