ମୋ ସ୍କୁଲ୍ ଅଭିଯାନ ର ସୁଦୃଢ଼ୀକରଣ ପାଇଁ ଗୁରୁତ୍ୱାରୋପ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ଏବଂ ଦଶପଲ୍ଲା ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୧୪ ମାର୍ଚ୍ଚ ରବିବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଚାହାଳି ଜନଶକ୍ତି ଉଚ୍ଚ ବିଦ୍ୟାଳୟ ରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ସହ ନୂତନ ମଧ୍ୟାହ୍ନ ଭୋଜନାଳୟ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ରାଧାକାନ୍ତ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଉଦ୍ଘାଟକ ଭାବେ କୃଷି ଓ

ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ ଏବଂ ମୁଖ୍ୟ ଅତିଥି ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ କରକମଳରେ ମହାପୁରୁଷ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର,ନେତାଜୀ ସୁବାଷ ଚନ୍ଦ୍ର ବୋଷ,

ଉତ୍କଳ ମଣି ଗୋପବନ୍ଧୁ ଦାସ,ଉତ୍କଳ ଗୌରବ ମଧୁସୂଦନ ଦାସ, ଏବଂ ଦାଶରଥି ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବା ସହ ନୂତନ ଭୋଜନାଳୟ ଉଦ୍ଘାଟିତ ହୋଇଥିଲା । ମହାପୁରୁଷ ମାନଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ମନ୍ତ୍ରୀ ଏବଂ ଦଶପଲ୍ଲା ବିଧାୟକ ପରାମର୍ଶ ଦେବା ସହ ମୋ ସ୍କୁଲ୍ ଅଭିଯାନ କୁ ଅଧିକ ସୁଦୃଢ଼ୀକରଣ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ବିଡ଼ିଓ ବିବୁଧ ଗଡ଼ନାୟକ,

ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ପଣ୍ଡା,ସରପଞ୍ଚ ସୁଷମା ରାଉତ,ସମିତି ସଭ୍ୟ ସନ୍ତୋଷ ସେଠୀ ପ୍ରମୁଖ ଯୋଗଦେଇଥିଲେ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅତିଥି ପରିଚୟ ପ୍ରଦାନ ଏବଂ ସ୍ଵାଗତ ଭାଷଣ ଦେଇଥିବାବେଳେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରିନାଥ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।(ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version