ମୀନ ସଂକ୍ରାନ୍ତିରେ ନୟାଗଡ଼ କ୍ଳବ ତରଫରୁ ମାଗଣା ଜଳଖିଆ ବିତରଣ

ଓଡ଼ିଶା ତାଜା ନ୍ୟୁଜ (୧୪ ମାର୍ଚ୍ଚ , ରବିବାର ) ନୟାଗଡ଼ :- ନୟାଗଡ଼ ସଦରମହକୁମାରେ ଅବସ୍ଥିତ ଆହାର କେନ୍ଦ୍ର ନିକଟରେ ନୟାଗଡ଼ କ୍ଲବ୍ ତରଫରୁ ୨୦୦ ଅଭାବୀ ଗରିବ ଦୁଃସ୍ଥ ଲୋକମାନଙ୍କୁ ମାଗଣା ଜଳଖିଆ ବିତରଣ କରାଯାଇଛି। ନୟାଗଡ଼ କ୍ଲବ୍ ର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ଜଳଖିଆ ବିତରଣ କାର୍ଯ୍ୟକ୍ରମ ସକାଳ ୮ଟା ୩୦ ମିନିଟ୍ ସମୟରେ ଆରମ୍ଭ ହୋଇଥିଲା । ଉପମା ଘୁଗୁନି ଜଳଖିଆ ବିତରଣ କରାଯାଇଥିବା ବେଳେ ପ୍ରତ୍ଯେକ ମାସ ସଂକ୍ରାନ୍ତିରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି ଏବଂ ଆଗକୁ ମଧ୍ଯ ଜାରିରହିବ ବୋଲି କ୍ଲବ୍ ର କୋଷାଧ୍ୟକ୍ଷ ଶ୍ରୀଧର ସାହୁ ସୂଚନା ଦେଇଛନ୍ତି ।

ଏହି ମାଗଣା ଜଳଖିଆ ବିତରଣ କାର୍ଯ୍ୟକ୍ରମରେ କ୍ଲବର ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ,ସନ୍ତୋଷ କୁମାର ନାୟକ,ଲକ୍ଷ୍ମୀ ନାରାୟଣ ରଥ, ଧୀରେନ୍ଦ୍ର ପଟ୍ଟନାୟକ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ଓ ପ୍ରଫୁଲ୍ଲ କୁମାର ନାୟକ ସମେତ ବହୁ ସମାଜସେବୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । (ରିପୋର୍ଟ -ରାମକୃଷ୍ଣ ରଥ)

Exit mobile version