ବରଗଡ ଜିଲ୍ଲା ଠିକାଦାର ସଂଘ ର ସଭା ଗୃହ ରେ ସାଧାରଣ ସଭା ପୂର୍ବତନ ସଭାପତି ଶ୍ରୀ ପ୍ରଭାତଆଦିତ୍ୟ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୪ ମାର୍ଚ୍ଚ , ରବିବାର ) ବରଗଡ଼ :- ବରଗଡ ଜିଲ୍ଲା ଠିକାଦାର ସଂଘ ର ସଭା ଗୃହ ରେ ସାଧାରଣ ସଭା ପୂର୍ବତନ ସଭାପତି ଶ୍ରୀ ପ୍ରଭାତଆଦିତ୍ୟ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଆଗାମୀ ବର୍ଷ ସକାଶେ ନୂତନ କର୍ମ କର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେଲା । ଶ୍ରୀ ପ୍ରଭାତଆଦିତ୍ୟ ମିଶ୍ର ଙ୍କୁ ସଂଘର ଆଜୀବନ ଚେୟାରମ୍ୟାନ୍ ରୂପେ ନିର୍ବାଚିତ କରାଗଲା । ଆସନ୍ତା ବର୍ଷ ପାଇଁ ଶ୍ରୀ ବିରଞ୍ଚି ନାରାୟଣ ଦାସ ସଭାପତି, ସୁଦେଶ ମଙ୍ଗୁଆଲ ଉପସଭାପତି ସୁବାଷ ଚନ୍ଦ୍ର ବାରିକ ସାଧାରଣ ସଂପାଦକ, କମଳ କୁମାର ତାନ୍ଡି ଯୁଗ୍ମ ସଂପାଦକ ଏବଂ ଅଶୋକ ଦାଶ କୋଷାଧ୍ଧକ୍ଷ ରୂପେ ନିର୍ବାଚିତ ହେଲେ। କାର୍ଯ୍ୟକାରୀ କମିଟି କୁ ଆଠ ଜଣ ସଦସ୍ୟ ସର୍ବଶ୍ରୀ ରାଜକୁମାର ବିଶି କୃଷ୍ଣ ଚନ୍ଦ୍ର ଦାଶ ମାନଭଂଜନ କର ମୁକୁନ୍ଦ ରଥ ଲକ୍ଷ୍ମୀ ନାରାୟଣ ରଥ ବିଭୁଭୂଷଣ ପଣ୍ଡା ସୁଧାଂଶୁ ଶେଖର ଗଡତିଆ ଓ ବିଜୟ ପାଣିଗ୍ରାହୀ ନିର୍ବାଚିତ ହେଲେ ।

ଟେଣ୍ଡର ଦୁର୍ନିତି ବିଷୟ ରେ ବିଶଦ ଭାବରେ ଆଲୋଚନା ହେଲା ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ନୂତନ କମିଟି କୁ ସୁପାରିଶ କରାଗଲା। ଶୃଙ୍ଖଳା ଉପରେ ସମସ୍ତ ସଦସ୍ୟ ଜୋର ଦେଇଥିଲେ। ନୂତନ ସଦସ୍ୟ ଗ୍ରହଣ କରିବା ପାଇଁ ଅନ୍ୟ ଏକ ପ୍ରସ୍ତାବ ପାସ ହୋଇଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ର ଟେଣ୍ଡର ଦୁର୍ନିତି ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଆସନ୍ତା ମଙ୍ଗଳବାର ଦିନ ଗ୍ରାମ୍ୟ ଉନ୍ନୟନ ବିଭାଗ ର ମୁଖ୍ୟ ଯନ୍ତ୍ରୀ ଙ୍କୁ ଭୁବନେଶ୍ବର ରେ ଘେରାଉ କରିବା ସହିତ ଭିଜିଲାନ୍ସ ତଦନ୍ତ ପାଇଁ ‘ ଭୁବନେଶ୍ବର ଚାଲ ‘ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇ ପ୍ରସ୍ତାବ ଗ୍ରହଣ କରାଗଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ର ମନ୍ତୀ ଏବଂ ସଚିବ ଙ୍କ ସହ ଆଲୋଚନା ପାଇଁ ଅନ୍ୟ ଏକ ପ୍ରସ୍ତାବ ନିଆଯାଇଥିଲା  (ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version