ନୂଆଗାଁ ବ୍ଲକ୍ ରେ ନୂତନ ଭାବେ ନିଯୁକ୍ତି ପାଇଲେ ଛଅ ଜଣ ସି ଆର୍ ସି ସି

ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ୬ ଟି କ୍ଲଷ୍ଟର ର ସି ଆର୍ ସି ସି ମାନଙ୍କ କାର୍ଯ୍ୟକାଳ ସରିଯାଇଥିବା ରୁ ସେହି କ୍ଳଷ୍ଟର ଗୁଡିକରେ ନୂତନ ଭାବେ ୬ ଜଣ ସି ଆର୍ ସି ସି ନିଯୁକ୍ତି ପାଇଛନ୍ତି । ଗୁମି କ୍ଳଷ୍ଟର ରେ ବେଣୁଧର ମଲ୍ଲିକ,ଆର୍ ଏନ୍ ନୋଡାଲ ଚାହାଳି ରେ ବିଭୂତି ଭୂଷଣ ମିଶ୍ର, ମଣ୍ଡା ଡିହ କ୍ଳଷ୍ଟର ରେ ନିମାଇଁ ଚରଣ ସାହୁ , ଜେ ଏନ୍ ପ୍ରସାଦ ରେ ପ୍ରସନ୍ନ କୁମାର ବେହେରା,ନୀଳାଦ୍ରି ପୁର କ୍ଳଷ୍ଟର ରେ ବିଜୟ କୁମାର ବେହେରା, ବାହାଡ ଝୋଲା କ୍ଲଷ୍ଟର୍ ରେ ସୁରେଶ ଚନ୍ଦ୍ର ପ୍ରଧାନ ନୂତନ ସି ଆର୍ ସି ସି ଭାବେ ନିଯୁକ୍ତି ପାଇଛନ୍ତି । ( ରିପୋର୍ଟ – ପୁଷ୍ପଲତା ପ୍ରଧାନ )

Exit mobile version