ନିଷ୍ଠା ପରିବାର ଦ୍ୱାରା ଏକ ଅସହାୟ ଅଜଣା ବୃଦ୍ଧା ଉଦ୍ଧାର

ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ବରଗଡ଼ :- ଶନିବାର ଦିନ ଅତାବିରା ବ୍ଳକ ପରିସର ମଧ୍ୟ ରେ ଏକ ଅଜଣା ବୃଦ୍ଧ ଅସହାୟ ଅବସ୍ଥା ରେ ଥିଲେ । ବୟସ ପାଖାପାଖି ୬୫ ବର୍ଷ ରୁ ୭୦ ବର୍ଷ ହେବ । ବହୁତ ଦିନରୁ ଭୋକିଲା ଜଣା ପଡୁଥିଲେ । ତାଙ୍କ ଖାଦ୍ୟପେୟ ର ସୁବ୍ୟବସ୍ଥା ପରେ ଅମୀୟ ଚରଣ ପ୍ରଧାନ ଏବଂ ନିଷ୍ଠା ପରିବାର ର ପୁରାତନ ସଦସ୍ୟ ଝାସକେତନ ମହାପାତ୍ର (ଯାତ୍ରୀ ବାବୁ) ଅତାବିରା ବ୍ଲକ ଅଧିନରେ କାମ କରନ୍ତି ।

ଉଭୟେ ଏହି ଖବର ନିଷ୍ଠା ପରିବାର କୁ ଦେଇଥିଲେ । ନିଷ୍ଠା ପରିବାରର  ସଦସ୍ୟ ଦିନେଶ ପ୍ରଧାନ, ବିଦ୍ୟାଧର ଭୋଇ ଏବଂ ଲିଂଗରାଜ ସାହୁ ସଂଗେ ସଂଗେ ତାଙ୍କୁ ଉଦ୍ଧାର କରି ଏକ ଗାଡି ଯୋଗେ ଭେଡେନ ସ୍ଥିତ ଅଲିଭା ଘର ବୃଦ୍ଧାଶ୍ରମ ରେ ଥଇଥାନ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )

Exit mobile version