ମାଛଗାଁ କେନାଲ ପୋଲ ର ଶିଳାନ୍ୟାସ କଲେ – ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ

 ଓଡ଼ିଶା ତାଜା ନ୍ୟୁଜ (୧୩ ମାର୍ଚ୍ଚ ଶନିବାର ) ଏରସମା :-  ବାଲିକୁଦା ବ୍ଲକ ଅନ୍ତର୍ଗତ ବାଲିକୁଦା ଗ୍ରାମ ପଞ୍ଚାୟତର ସାନ ନାଳୀଓସ୍ଥିତ ମାଛଗାଁ ମୁଖ୍ୟ କେନାଲ ଉପରେ ଏକ ସେତୁର ଭିତ୍ତପ୍ରସ୍ତର ସ୍ଥାପନ ମାନ୍ୟବର ମନ୍ତ୍ରୀ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ଶ୍ରୀ ରଘୁନନ୍ଦନ ଦାସଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ୨୮ଲକ୍ଷ ୫୫ହଜାର ୨୩୬ ଟଙ୍କା ବ୍ୟୟ ଅଟକଳରେ ଉକ୍ତ ସେତୁ ନିର୍ମାଣ ସାନନାଳୀଓ ରୁ ବଡନାଳୀଓ କୁ ଗମନାଗମନର ମୁଖ୍ୟ ସହାୟକ ହେବ ବୋଲି ମାନ୍ୟବର ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକାଶ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାଲିକୁଦା ବ୍ଲକ ଅଧ୍ୟକ୍ଷା ମଧୁସ୍ମିତା ସାହୁ, ଜିଲ୍ଲାପରିଷଦ ସଭ୍ୟା ଜୟଶ୍ରୀ ଦର୍ପଦଳିନି ମଲ୍ଲିକ, ଜିଲ୍ଲା ଯୁବ ସଭାପତି ତଥା ସମିତି ସଭ୍ୟ ସୌମ୍ୟଜିତ ମହାପାତ୍ର,ବାଲିକୁଦା ସରପଞ୍ଚ ଅନୁଶୁୟା ସାହୁ, ବିଭାଗୀୟ ଯନ୍ତ୍ରୀ ପ୍ରତାପ ସତପଥି, ସହକାରୀ ନିର୍ବାହୀ ଯନ୍ତ୍ରୀ ଅନିଲ କୁମାର ରାଉତରାୟ, ସମାଜସେବୀ ଶ୍ରୀକାନ୍ତ ଦାସ, ବୈଦ୍ୟନାଥ ବିଶ୍ଵାଳ, ଯୁବସଂଗଠକ କମଳାକାନ୍ତ ମହାପାତ୍ର, ଭୀମସେନ ମୁଦୁଲି, ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଉକ୍ତ ସେତୁ ନିର୍ମାଣ ପାଇଁ ସର୍ବଦା ପ୍ରଚେଷ୍ଟା ଜାରୀ ରଖିଥିବା ବରିଷ୍ଠ ନାଗରିକ ପଦ୍ମଚରଣ ମହାନ୍ତି, କାଳନ୍ଦୀ କାଣ୍ଡି, ବିଜୟ ମହାନ୍ତି, ବଟକୃଷ୍ଣ ଦାସ, ପର୍ଶୁରାମ ମହାନ୍ତି, ବସନ୍ତ ମହାନ୍ତି, ଦୀପ୍ତି ମହାନ୍ତି, ମନୋରଞ୍ଜନ ମହାନ୍ତି ଓ ନିତ୍ୟାନନ୍ଦ ମହାନ୍ତିଙ୍କୁ ମନ୍ତ୍ରି ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ । (ରିପୋର୍ଟ : ରଶ୍ମି ରଂଜନ ଖୁଣ୍ଟିଆ)

Exit mobile version