Home ଓଡ଼ିଶା ମାନ୍ୟବର କୃଷିମନ୍ତ୍ରୀଙ୍କ – କୃଷି ଓଡ଼ିଶା ମସ୍କାଟ୍ (ପ୍ରତୀକ) ଉନ୍ମୋଚନ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୧୨ ମାର୍ଚ୍ଚ ଶୁକ୍ରବାର ) ଭୁବନେଶ୍ୱର :- ବିଶେଷ ଆନନ୍ଦର କଥା ଯେ ଚଳିତ ବର୍ଷ କୃଷି ଓଡ଼ିଶା ୨୦୨୧ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ମାର୍ଚ୍ଚ ୧୫ ତାରିଖର ୧୯ ତାରିଖ ପର୍ଯ୍ୟନ୍ତ ବିଜୁପଟ୍ଟନାୟକ ଖେଳପଡ଼ିଆ ବରମୁଣ୍ଡା, ଭୁବନେଶ୍ୱର ଠାରେ ଆୟୋଜନ କରାଯାଉଛି । 1. ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷି ଓଡ଼ିଶା ମହୋତ୍ସବକୁ ୧୫.୦୩.୨୦୨୧ ସମୟ ଦିବା ୧୧.୪୫ ଘଟିକାରେ ଶୁଭ ଉଦ୍ଘାଟନ କରିବେ । 2. ଓଡ଼ିଶାର ମହାମହିମ ରାଜ୍ୟପାଳ କୃଷି ଓଡ଼ିଶା ମହୋତ୍ସବକୁ ମାର୍ଚ୍ଚ ୧୯ ତାରିଖରେ ଉଦ୍ଯାପନ କରିବେ । 3. ଏହି କୃଷି ମହୋତ୍ସବ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ FICCI ସହଯୋଗୀତାରେ ଆୟୋଜନ କରାଯାଉଛି । ‘କୃଷି ଓଡ଼ିଶା-୨୦୨୧’ର ଆଭିମୁଖ୍ୟ 1. କୃଷି ଓ ଆନୁଷଙ୍ଗିକ କୃଷିର ଉନ୍ନତିକରଣ ପାଇଁ ଆବଶ୍ୟକ ଥିବା ବୈଷୟିକ ଜ୍ଞାନକୌଶଳ, କୃଷି ଯାନ୍ତ୍ରିକିକରଣ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସମ୍ବଳ ବିକାଶ, ବଜାର ସୁବିଧା, ଆବଶ୍ୟକୀୟ ଋଣର ସହଜ ଉପଲବ୍ଧତା ଉନ୍ନତ କୃଷି ସାମଗ୍ରୀର ବିନିଯୋଗ ଓ ବିତରଣ ବ୍ୟବସ୍ଥା ଏବଂ କୃଷି ଉଦ୍ୟୋଗ ସ୍ଥାପନ ଗୋଟିଏ ଛାତ ତଳେ ସବୁ ପ୍ରକାରର ଅଂଶୀଦାର ମାନଙ୍କୁ ଏକାଠି କରି ସେମାନଙ୍କର ଉନ୍ନତ ଜ୍ଞାନକୌଶଳ ତଥା ଲବ୍ଧ ବୈଷୟିକ ଜ୍ଞାନକୁ କୃଷି ଓଡ଼ିଶା ମାଧ୍ୟମରେ ପ୍ରଦର୍ଶିତ କରାଯାଉଛି । ଏହାଦ୍ୱାରା ଚାଷୀଭାଇମାନେ ପ୍ରଦର୍ଶନୀ ବୁଲି ବିଭିନ୍ନ ବିଭାଗଗୁଡ଼ିକୁ ଦେଖି ନିଜ ମଧ୍ୟରେ ଏକ ଆତ୍ମବିଶ୍ୱାସ ଜାଗ୍ରତ କରିବେ । ଏହାଦ୍ୱାରା ସେମାନେ ଝରରସଦ୍ଭଶ ସଗ୍ଦ ଭରକ୍ଷସରଙ୍ଖସଦ୍ଭଶ ଯଥାର୍ଥତା ପ୍ରତିପାଦନ କରିପାରିବେ । 2. ଏବର୍ଷ କୃଷି ଓଡ଼ିଶାର ବିଷୟବସ୍ତୁ ହେଲା “ସମନ୍ୱିତ ଚାଷ : ଚାଷୀର ବିକାଶ”(Integrated Farming : Towards Farmers Prosperity) ଏଇଠି ମୁଁ କହି ରଖୁଛି ଆଜିକାଲି ଚାଷ ଓ ଚାଷୀର ସଜ୍ଞା ବଦଳିଯାଇଛି । କୃଷିର ଅଧିକ ଆୟ ପାଇବାକୁ ହେଲେ ସମନ୍ୱିତ କୃଷିକୁ ଆପଣାଇବାକୁ ପଡ଼ିବ । ଏହାଦ୍ୱାରା ଅଳ୍ପ ଜାଗାରୁ ଅଧିକ ଲାଭ ମିଳିପାରିବ । ତେଣୁ ଯଥାର୍ଥରେ ସମନ୍ୱିତ ଚାଷ ହିଁ ଚାଷୀର ବିକାଶ ଘଟାଇଥାଏ । ଆଜି କୃଷି ଓଡ଼ିଶାର ମସ୍କାଟ ଉନ୍ମୋଚନ କରାଯାଉଛି । ମସ୍କାଟ ହେଉଛି “ଛତୁ”(Mushroom ) ଛତୁକୁ କାହିଁକି ମସ୍କାଟ ଭାବେ ଗ୍ରହଣ କରାଯାଇଛି 3. ଛତୁର ଗୁଣାତ୍ମକମାନ, ସହଜ ଉପଲବ୍ଧତା, ଅଧିକ ଲାଭ, ଉନ୍ନତ ପୁଷ୍ଟିଯୁକ୍ତ ଖାଦ୍ୟପ୍ରାଣ ହୋଇଥିବାରୁ ଏହାକୁ କୃଷି ଓଡ଼ିଶା ୨୦୨୧ରେ ମସ୍କଟ ଭାବେ ଚୟନ କରାଯାଇଛି । 4. ଆମ ରାଜ୍ୟ ଛତୁ ଉତ୍ପାଦନରେ ସମଗ୍ର ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । 6. ସମ୍ପ୍ରତି ଆମ ରାଜ୍ୟରେ ବ୍ୟାପକ ଭାବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୁବବର୍ଗ ଛତୁଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି । କୃଷି ଓଡ଼ିଶା ୨୦୨୧ରେ ବିଭିନ୍ନ କାର୍ଯ୍ୟକ୍ରମ ବିବରଣୀ 7. ଏବର୍ଷ କୃଷି ଓଡ଼ିଶାରେ ୧୬୦ଗୋଟି ମଣ୍ଡପ ପ୍ରଦର୍ଶିତ ହେବ । 8. କୃଷି, ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା ମିଶନ, ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ସମ୍ପଦ ବିଭାଗ, ଓୟୁଏଟି, ଏନ୍.ଆର.ଆର.ଆଇ, କୃଷି ବିଜ୍ଞାନ କେନ୍ଦ୍ର ଓ ଅନ୍ୟାନ୍ୟ ବୈଷୟିକ ସଂସ୍ଥା ବ୍ୟତୀତ ବହୁ କୃଷି ଉଦ୍ୟୋଗୀ ବ୍ୟବସାୟିକ ପ୍ରତିଷ୍ଠାନ, କୃଷି ଯନ୍ତ୍ରପାତି ବିତରକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ବିତରକ, କୃଷକ ଉତ୍ପାଦନକାରୀ ସଂଘ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ମିଲେଟ ମିଶନ ଆଦି ସଂସ୍ଥା ଏହା କୃଷି ପ୍ରଦର୍ଶନୀରେ ଅଂଶଗ୍ରହଣ କରୁଛନ୍ତି । ଏବର୍ଷ କୃଷି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ହେଉଛି 9.୧୦ଗୋଟି ବିଷୟବସ୍ତୁ ଉପରେ କୃଷକ,କୃଷି ଉଦ୍ୟୋଗୀ, ବିଶେଷଜ୍ଞ ଓ ବୈଜ୍ଞାନିକମାନଙ୍କ ସହ ଆଲୋଚନା ଚକ୍ର । FPO : A step towards Farmers Empowermen କୃଷକ ଉତ୍ପାଦକ ଗୋଷ୍ଠୀ – କୃଷକ ସଶକ୍ତିକରଣ ନିମନ୍ତେ ଏକ ଅଭିନବ ପଦକ୍ଷେପ Floriculture : An unexplored opportunity for livelihood & prosperity ଫୁଲ ଚାଷ- ଜୀବିକା ନିର୍ବାହ ଏବଂ ସମୃଦ୍ଧିର ଏକ ନୂତନ ଦିଗନ୍ତ Fish Farming : A road to economic upliftment of farmers ମାଛ ଚାଷ – ଚାଷୀଙ୍କ ଆର୍ଥିକ ଉନ୍ନତିର ସୁଗମ ପଥ Poultry as a growing enterprise in Odisha କୁକୁଡ଼ା ପାଳନ – ଏକ କ୍ରମବର୍ଦ୍ଧିଷ୍ଣୁ ଉଦ୍ୟୋଗ Commercial dairying in Odisha an Entrepreneurial view ଉଦ୍ୟୋଗୀଙ୍କ ଦୃଷ୍ଟିରେ ବ୍ୟବସାୟିକ ଗୋପାଳନ Role of Integrated farming for improved agricultural productivity କୃଷି ଉତ୍ପାଦନ ବୃଦ୍ଧିରେ ସମ୍ମନ୍ୱିତ ଚାଷରେ ଭୂମିକା Crop diversification for farmers profitability ଫସଲ ଖସଡ଼ା ପରିବର୍ତ୍ତନ – ଚାଷୀଙ୍କର ଅଧିକ ଆୟ Crop diversification for farmers profitability ପରିବର୍ତ୍ତିତ ଜଳବାୟୁ ଏବଂ ପୁଷ୍ଟି ସାଧନ ପାଇଁ କ୍ଷୁଦ୍ର ଶସ୍ୟ ଚାଷ Millets for climate Resilient Agriculture & Nutrition Security କୃଷି ଆୟ ବୃଦ୍ଧିର ମାଧ୍ୟମ – ଜୈବିକ କୃଷି Organic Farming – Enhancing farm Income through creation of value chain ଓଡ଼ିଶାରେ କୃଷି ଉଦ୍ୟୋଗ ସ୍ଥାପନ : ସୁବିଧା ଓ ସୁଯୋଗ 10. ବ୍ୟାଙ୍କ ଅଧିକାରୀମାନଙ୍କ ସହିତ ବ୍ୟବସାୟିକ କୃଷି ପରିଚାଳନା ଓଡ଼ିଶାରେ କୃଷି ଉଦ୍ୟୋଗ ସ୍ଥାପନ : ସୁବିଧା ଓ ସୁଯୋଗ (Agri-Entrepreneurship in Odisha : Scope and Opportunity) ବିଷୟରେ କର୍ମଶାଳା ଆୟୋଜନ । 11. ୩୦ଗୋଟି ଜିଲ୍ଲାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ କ୍ଷୁଦ୍ର ପ୍ରଦର୍ଶନୀ ମାଧ୍ୟମରେ କୃଷି ଓଡ଼ିଶା କାର୍ଯ୍ୟକ୍ରମ ସାମାଜିକ ଗଣମାଧ୍ୟମରେ ସିଧା ପ୍ରସାରଣ । 12. ପାଞ୍ଚ ଦିନ ବ୍ୟାପୀ ସମସ୍ତ କାର୍ଯ୍ୟକ୍ରମକୁ ସାମାଜିକ ଗଣମାଧ୍ୟମ (Social Media) ରେ ପ୍ରସାରଣ । 13. ଚାଷୀ, ଉଦ୍ୟୋଗୀ ବିଭିନ୍ନ ଅଂଶୀଦାର ଓ ସରକାରଙ୍କ ମଧ୍ୟରେ ଆଲୋଚନା । 14. ରାଜ୍ୟର ୩୦ଗୋଟି ଜିଲ୍ଲାରୁ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଚାଷୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବ । 15 .ସମସ୍ତ ଜିଲ୍ଲାରୁ କୃଷକମାନଙ୍କୁ କୃଷି ପ୍ରଦର୍ଶନୀ ପରିଭ୍ରମଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । 16. କୃଷି ଓଡ଼ିଶା ୨୦୨୧ର ସ୍ମରଣିକା ଉନ୍ମୋଚନ କରାଯିବ । 17. ଏତଦ୍ ବ୍ୟତୀତ ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରାଯିବ । 18. ସେହିପରି ଚଳିତ ବର୍ଷ କୃଷି ଓଡ଼ିଶା ଆୟୋଜନରେ କୋଭିଡ୍-୧୯ ମାର୍ଗଦର୍ଶିକା ଅନୁସରଣ କରାଯାଇ ଏ ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ କରାଯିବ । 19. ଏହି କାର୍ଯ୍ୟକ୍ରମରେ ଆମ୍ଭମାନଙ୍କୁ ସାହାଯ୍ୟ କରୁଥିବା ସଂସ୍ଥା ଯଥା – ଭୁବନେଶ୍ୱର ମହାନଗର ନିଗମ, ଅଗ୍ନିଶମ ବିଭାଗ, ରାଜ୍ୟ ପୋଲିସ, ସମସ୍ତ ମେଡିଆ ଭାଇମାନଙ୍କୁ ମୋର ଧନ୍ୟବାଦ । କୃଷି ଓଡ଼ିଶା ପ୍ରଦର୍ଶନୀର ପ୍ରଭାବ 1. ଏହି କୃଷି ମହୋତ୍ସବର ପ୍ରଭାବ ସୁଦୂର ପ୍ରସାରୀ ଚାଷୀ, କୃଷି ଉଦ୍ୟୋଗୀ, କୃଷି ବିଶେଷଜ୍ଞ ଓ କୃଷି ସାମଗ୍ରୀ ବିତରଣକାରୀ ସମସ୍ତଙ୍କ ପାଇଁ ଏହା ଏକ ଜ୍ଞାନ ଲାଭର ପ୍ରକୃଷ୍ଟ ସ୍ଥାନ । 2. ବିଗତ ବର୍ଷର ଅନୁଭୂତି ଓ ଅନୁସନ୍ଧାନରୁ ଜଣାପଡ଼େ ଯେ ଏହି କୃଷି ଓଡ଼ିଶାକୁ ବୁଲି ଦେଖିଥିବା ଅନେକ ଚାଷୀଭାଇ ବିଭିନ୍ନ ପ୍ରକାରର କୃଷି ଜ୍ଞାନକୌଶଳ ଆପଣେଇ ସେମାନଙ୍କର ଉତ୍ପାଦନ ବୃଦ୍ଧି କରିଛନ୍ତି ଓ କୃଷି ଉଦ୍ୟୋଗୀ ହୋଇପାରିଛନ୍ତି । 3. ଏହାଦ୍ୱାରା ଆମ ରାଜ୍ୟର କୃଷି ଉନ୍ନତ ହେବା ସଙ୍ଗେ ସଙ୍ଗେ ଆନୁଷଙ୍ଗିକ କ୍ଷେତ୍ରରେ ଆମେ ଯଥେଷ୍ଟ ଅଗ୍ରଗତି କରିଛୁ । 4. ବିଗତ କରୋନା ମହାମାରୀ ସମୟରେ ଏହା ଦେଖାଯାଇଛି ଯେ ରାଜ୍ୟର ଯୁବବର୍ଗ ଓ ପ୍ରବାସୀ ଓଡ଼ିଆମାନେ କୃଷି ଓ ଆନୁଷଙ୍ଗିକ କୃଷି ଜୀବିକା ଭାବେ ଗ୍ରହଣ କରିଛନ୍ତି । ଏହା ଏକ ଶୁଭ ସମ୍ବାଦ । 5. ତେଣୁ କୃଷି ଓଡ଼ିଶାର ଅନୁଭୂତି ଓ ପ୍ରେରଣା ଚାଷୀ ଓ ଯୁବବର୍ଗମାନଙ୍କ ପାଇଁ ଏକ ଆଲୋକବର୍ତ୍ତିକା । 6. ଚଳିତ ବର୍ଷ କୃଷି ଓଡ଼ିଶା ୨୦୨୧ ମହାକୁମ୍ଭ ଏହିସବୁ ଲକ୍ଷ୍ୟ ଉଦ୍ଦେଶ୍ୟକୁ ନେଇ ଆୟୋଜନ କରାଯାଉଛି । କୃଷି ଓଡ଼ିଶା ୨୦୨୧ ସମସ୍ତଙ୍କ ପାଇଁ ପଥପଦର୍ଶକ ହେଉ ଏହାହିଁ ବିଶ୍ୱାସ । 7. କୃଷି ଓଡ଼ିଶା ୨୦୨୧ ସମଗ୍ର ଚାଷୀ ସମାଜରେ ଆଣିଦେଉ ନୂତନ ଆଶା ଓ ବିଶ୍ୱାସ । ଆମ ରାଜ୍ୟର କୃଷି ମାନଚିତ୍ର ହେଉ ସମୃଦ୍ଧିଶାଳୀ ଓ ରପ୍ତାନୀଭିତ୍ତିକ । Categories: ଓଡ଼ିଶା, ମହାନଗର, ହୋମ୍ Related Content ସିପ୍ରାରାଣୀ ମାଟ୍ରିକ ପରୀକ୍ଷାରେ ବୋଲଗଡ଼ରେ ଶୀର୍ଷରେ by Proprietor Abhimanyu Maharana May 5, 2026 ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ by Proprietor Abhimanyu Maharana May 4, 2026 ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା : ଦୁଇ ଜଣ ଗିରଫ - ଦୁଇ ଦେଶୀ ବନ୍ଧୁକ ଜବତ by Proprietor Abhimanyu Maharana May 4, 2026 Brutal Crime in Nasrapur Sparks Outrage : Accused Arrested by Proprietor Abhimanyu Maharana May 4, 2026 Delay in water supply in Pune : Water to taps only between 1 and 2 pm by Proprietor Abhimanyu Maharana May 4, 2026 ODISHA VIGILANCE NABS SRI PRASANTA PRADHAN, ASI OF RAJKANIKA POLICE STATION, DIST-KENDRAPARA FOR TAKING BRIBE TO FURNISH FAVOURABLE REPORT IN A LAND DISPUTE CASE. by Proprietor Abhimanyu Maharana May 4, 2026