ମଣିନାଗ ପୀଠରେ ଷୋଡଶ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର ରଣପୁର :-  ଆଜି ଠାରୁ ରଣପୁର ଅଧିଷ୍ଠାତ୍ରୀ ଦେବୀ ଉପର ମଣିନାଗ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି l ଏହି ଯଜ୍ଞ ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମଣିନାଗ ଯଜ୍ଞ କମିଟି ତରଫରୁ ସୂଚନା ମିଳିଛି l କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ମାସ 11 ତାରିଖରେ ଅଙ୍କୁରୋପଣ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଛି l 12 ତାରିଖରେ ଯଜ୍ଞ ଆରମ୍ଭ, 13 ତାରିଖରେ ମହାଶକ୍ତି ଯଜ୍ଞ ଆରମ୍ଭ, 14 ତାରିଖରେ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି l ଏଥିରେ ଅଧ୍ୟାପକ ଗୋଦାବରୀଶ ଶତପଥୀ ମୁଖ୍ୟ ପରାମର୍ଶ ଅଟନ୍ତି l ଭକ୍ତ ମାନେ ରଣପୁର ବଧି ପୁଷ୍କରିଣୀରୁ କଳସ ବୁଡାଇ ଜଳ ପୂର୍ଣ୍ଣ କଳସକୁ ମୁଣ୍ଡରେ ମୁଣ୍ଡାଇ କଳସ ଯାତ୍ରାରେ ଚାଲି ଚାଲି ଉପର ମଣିନାଗ ପୀଠରେ ପହଂଚିଥିଲେ l ଯଜ୍ଞ କମିଟିର ସଦସ୍ୟମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ କୋଭିଡ଼ କଟକଣା ନିୟମ ପାଳନ ଉପରେ ଗୁରୁତ୍ୱ ଦେଇ ଯଜ୍ଞ କାର୍ଯ୍ୟ ଚାଲୁ ରଖିଛନ୍ତି l

ସୂଚନା ଥାଉ କି, ରଣପୁର ସମେତ ଜିଲ୍ଲାର ଐକ୍ୟ ବହନ କରୁଥିବା ଏହି ପୀଠଟି ପାହାଡ଼ ପାଦ ଦେଶରୁ ପ୍ରାୟ ୫ କିଲୋମିଟର ଉଚ୍ଚରେ ଅବସ୍ଥିତ।ପ୍ରଭୁ ନୀଳମାଧବ ଅନ୍ତଧ୍ୟାନ ହୋଇ ପୁରୀ ଗଲା ପରେ ମହାପ୍ରଭୁଙ୍କ ନିର୍ଦ୍ଦେଶରେ ଶବର ରାଜା ବିଶ୍ଵାବସୁ ଙ୍କ ସାନଭାଇ ବିଶ୍ଵ ବାସବ ମା ‘ ଙ୍କୁ ଏହି ପାହାଡ଼ ଶିଖରରେ ସ୍ଥାପନ କରିଥିଲେ। ଏହା ଉପର ମଣି ନାଗ ଭାବେ ପରିଚିତ। ରଣପୁର ର ରାଜା ପାହାଡ଼ ଶିଖରର ସେହି ସ୍ଥାନରେ ମା’ ଙ୍କୁ ପୂଜାର୍ଚ୍ଚନା କରୁଥିଲେ ମଧ୍ୟ ସବୁଦିନ ପାହାଡ଼ ଉପରକୁ ଯାଇ ପୂଜାର୍ଚ୍ଚନା କରିବା କଷ୍ଟ ସାଧ୍ୟ ହେଉଥିବାରୁ ଦିନେ ମା ‘ ଙ୍କ ସ୍ୱପ୍ନାଦେଶ କ୍ରମେ ପାହାଡ଼ ପାଦଦେଶରେ ଦେଶରେ ଅନ୍ୟ ଏକ ବିଗ୍ରହ ପ୍ରତିଷ୍ଠା କଲେ। ସେହି ଦିନରୁ ପାଦ ଦେଶରେ ପୂଜା ପାଉଥିବା ମା’ ଙ୍କ ପୀଠ ତଳ ମଣି ନାଗ ପୀଠ ଭାବେ ପରିଚିତ ହେଲା ଏବଂ ପାହାଡ଼ ଶିଖର ପୀଠ ଉପର ମଣି ନାଗ ପୀଠ ଭାବେ ବିବେଚିତ ହେଲା । (ପ୍ରିୟମ୍ବଦା ମହାପାତ୍ରଙ୍କ ରିପୋର୍ଟ)

Exit mobile version