ପ୍ରକାଶ ପାଇଲା ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ତୃତୀୟରେ ପ୍ରତୀକ୍ଷା ଓ ପଞ୍ଚମରେ ଓମ ପ୍ରକାଶ ଟପର

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର ) ରଣପୁର :- ଆଜି ରଣପୁର ଶିକ୍ଷା ବ୍ଲକର ତୃତୀୟ ଓ ପଞ୍ଚମ ଶ୍ରେଣୀର ବୃତ୍ତି ପରୀକ୍ଷା ଫଳ ପ୍ରକାଶିତ ପାଇଛି l ପ୍ରକାଶ ପାଇଥିବା ବୃତ୍ତି ପରୀକ୍ଷା ରେଜଲ୍ଟ ତାଲିକା ଅନୁଯାୟୀ ରଣପୁର ସୁଆଁସିଆ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ପ୍ରତୀକ୍ଷା ପ୍ରିୟଦର୍ଶିନୀ ବ୍ଲକରେ ସର୍ବାଧିକ ନମ୍ବର ରଖି ତୃତୀୟ ଶ୍ରେଣୀରେ ଟପର ହୋଇଥିବା ବେଳେ ସେହିପରି ପଞ୍ଚମ ଶ୍ରେଣୀରେ ନିଳପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ଓମ ପ୍ରକାଶ ସାହୁ ସର୍ବାଧିକ ନମ୍ବର ରଖି ବ୍ଲକ ଟପର ହୋଇଥିବା ଜଣା ପଡିଛି l

ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ମୋଟ 20 ଜଣ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ 20 ଜଣ ସଫଳ ଲାଭ କରିଥିବା ଜଣା ପଡିଛି l ପ୍ରତୀକ୍ଷା ଙ୍କର ସଫଳତାରେ ତାଙ୍କ ପିତା ଗଙ୍ଗାଧର ମହାରଣା ଓ ମାତା କନକଲତା ସ୍ୱାଇଁ ଅତ୍ୟନ୍ତ ଖୁସି ଓ ଗର୍ବ ଅନୁଭବ କରିଛନ୍ତି l ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ରିତାଞ୍ଜଳୀ ମହାରଣା ମଧ୍ୟ ଅତ୍ୟନ୍ତ ଆନନ୍ଦିତ ହେବା ସହ ପ୍ରତୀକ୍ଷାର ଉତ୍ତମ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇ ଛନ୍ତି l ଏହି ବୃତ୍ତି ପରୀକ୍ଷାରେ ସଫଳତା ଲାଭ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ରତ୍ନାକର ପାଣି ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ପ୍ରଦାନ କରିଛନ୍ତି l (ପ୍ରିୟମ୍ବଦା ମହାପାତ୍ରଙ୍କ ରିପୋର୍ଟ)

Exit mobile version