ଗଜପତିଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ; ଭକ୍ତି ସଙ୍ଗୀତ ସଂସଦଠାରେ ନିଫା ସ୍ୱେଚ୍ଛାସେବୀ ସଂଗଠନ “ନିଫl”ର କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ନିଫା (ନେସନାଲ ଇଣ୍ଟିଗ୍ରେଟେଡ୍‌ ଫୋରମ୍‌ ଫର୍ର୍‌ ଆର୍ଟିସ୍ଟ ଏଣ୍ଡ ଆକ୍ଟିଭିସ୍ଟ)ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଉପାନ୍ତ ତଥା ଆଦିବାସୀ ଅଧ୍ୟୁୂଷିତ ଜିଲ୍ଲାରେ କଳାକାରମାନଙ୍କୁ ପ୍ରୋତ୍ସାହନ ଏବଂ ବିଭିନ୍ନ ସମାଜସେବାର ଆଭିମୁଖ୍ୟ ନେଇ ଏହି ସଂଗଠନର ଅହଂ ଭୂମିକା ରହିବା ଏହି ଅବସରରେ ସଂଗଠନର ବିଭିନ୍ନ ପଦବୀରେ ନିମ୍ନଲିଖିତ ସଭ୍ୟ/ସଭ୍ୟାମାନଙ୍କୁ ମନୋନୀତ କରାଯାଇଛି ।

ସଭାନେତ୍ରୀ ରୂପେ ସ୍ନିଗ୍ଧା ମିଶ୍ର, ଉପ ସଭାପତି ରାମଚନ୍ଦ୍ର ମିଶ୍ର ,ସଂପାଦକ ପୂର୍ଣ୍ଣଚନ୍ଦ୍ର ରଥ, ସହ ସଂପାଦକ ଭାଗବତ ପାଢୀ, ଉପଦେଷ୍ଟା ଭାବେ ଆଶାଲତା ପାଣିଗ୍ରାହୀ, ବିଚିତ୍ରାନନ୍ଦ ବେବର୍ତ୍ତା, ହୀରାଚାନ୍ଦ ପଟ୍ଟନାୟକ, ଇତିଶ୍ରୀ ମହାପାତ୍ର ତଥା ଗଣମାଧ୍ୟମ ପ୍ରତିନିଧି ଭାବେ ଆଦର୍ଶ ଦାସ ମନୋନୀତ ହୋଇଛନ୍ତି । ସ୍ଥାନୀୟ ଭକ୍ତି ସଂଗୀତ ସଂସଦଠାରେ ଏକ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜେନ୍ଦ୍ର ରଥ, ବାବାଜୀ ବେହେରା, ରାଜେଶ ପାତ୍ର, ରଶ୍ମୀ ମିଶ୍ର, ଡି.ପ୍ରିୟଙ୍କା, ସଂଗୀତା ପାତ୍ର, ରଘୁନାଥ ପାତ୍ର, ବିଷ୍ଣୁପ୍ରିୟା ମଣ୍ଡଳ ଓ ସଂଯୁକ୍ତା ଗନ୍ତାୟତ ଯୋଗଦାନ କରିଥିଲେ ।

ଏହି ଅବସରରେ ସର୍ବସମ୍ମତି ନିଷ୍ପତ୍ତିକ୍ରମେ ଆଗାମୀ ୨୩ ମାର୍ଚ୍ଚ ୨୦୨୧ ତାରିଖ ଦିନ ସହିଦ ଦିବସ ଉପଲକ୍ଷେ ସ୍ଥାନୀୟ ଜିଲ୍ଲା ସ୍ୱାସ୍ଥ୍ୟ ଚିକତ୍ସାଳୟଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏହା ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ହେବ । ଶେଷରେ ରାଜେନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ (ପାରଳାଖେମୁଣ୍ଡି/ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version