ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଦଶପଲ୍ଲା ବିଧାୟକ ଙ୍କ ସଚେତନ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର ) ନୂଆଗାଁ :- ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ଥିବା ଜଙ୍ଗଲ ରେ ନିଆଁ ଲାଗିଥିବା ଯୋଗୁଁ ଜଙ୍ଗଲରେ ବହୁ ମୂଲ୍ୟବାନ ଛୋଟ ବଡ଼ ଗଛ ପୋଡିଯିବା ସହ ବନ୍ୟପ୍ରାଣୀ ଙ୍କ ଜୀବନ ବିପଦ ଗ୍ରସ୍ତ ହୋଇଛି।ଏଭଳି ସଙ୍କଟ ମୟ ପରିସ୍ଥିତିରେ ଜଙ୍ଗଲରେ ଲାଗିଥିବା ନିଆଁ କୁ ରୋକିବା ପାଇଁ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଆନୁକୁଲ୍ୟରେ ଜୁମ୍ ଆପ୍ ରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ସଚେତନ କାର୍ଯ୍ୟକ୍ରମ ରେ କେବଳ ଯେ ଜଙ୍ଗଲ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ନିଆଁ ଲିଭାଇବେ ତାହା ନୁହେଁ ବରଂ ଆମ ସମସ୍ତଙ୍କର ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ଦଶପଲ୍ଲା ବିଧାୟକ କହିଥିଲେ ।

ତତ୍ ସହିତ ଜଙ୍ଗଲରେ ନିଆଁ ଲାଗିବା ଦ୍ଵାରା କେଉଁ କୁପ୍ରଭାବ ସୃଷ୍ଟି ହୁଏ ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବା ଆବଶ୍ୟକ ବୋଲି କହିବା ସହ ଯେପରି କୌଣସି ଗ୍ରାମରେ ଏକ ଗୃହରେ ନିଆଁ ଲାଗିଲେ ଆମ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥାଏ ସେହିପରି ତତ୍ପରତା ଆମ ମଧ୍ୟରେ ରହି ଜଙ୍ଗଲ ନିଆଁ କୁ ରୋକିବା ନିହାତି ଆବଶ୍ୟକ ବୋଲି ଦଶପଲ୍ଲା ବିଧାୟକ କହିଥିଲେ। ଜଙ୍ଗଲକୁ ନିଆଁ ରୁ ରୋକିବା ପାଇଁ ଲୋକମାନଙ୍କୁ ସଚେତନ କରିବା ନିହାତି ଆବଶ୍ୟକ ବୋଲି କହିଥିଲେ।ଜଙ୍ଗଲରେ ଲାଗିଥିବା ନିଆଁ କୁ ରୋକିବା ପାଇଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ର ସମସ୍ତ ଲୋକ ପ୍ରତିନିଧି ,ବିଜୁ ଜନତା ଦଳ ର କର୍ମୀ ସାମିଲ୍ ହେବା ପାଇଁ ଦଶପଲ୍ଲା ବିଧାୟକ ନିବେଦନ କରିଛନ୍ତି । ଆଗାମୀ ଦିନରେ ଯଦି ଜଙ୍ଗଲରେ ଲାଗିଥିବା ନିଆଁ କୁ ରୋକା ନଯାଏ ତେବେ ଯେଉଁ ମୂଲ୍ୟବାନ ବୃକ୍ଷ ଓ ବନ୍ୟପ୍ରାଣୀ ନେଇ ଦଶପଲ୍ଲା ରାଜ୍ୟରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ତାହା ଆଉ ରହିବ ନାହିଁ ଏଥିରେ ସନ୍ଦେହ ନାହିଁ ।

ତେଣୁ ସମୟ ଆସିଛି ଆମେ ସମସ୍ତେ ଏକ ହୋଇ ଜଙ୍ଗଲରେ ଲାଗିଥିବା ନିଆଁ କୁ ରୋକିବା ବୋଲି ବିଧାୟକ କହିଥିଲେ ।କିଛି ଦିନତଳେ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜନସାଧାରଣ ଙ୍କୁ ଜିଲ୍ଲାପାଳ ଙ୍କ ସଚେତନ ବାର୍ତ୍ତା କୁ ଦଶପଲ୍ଲା ବିଧାୟକ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ନୟାଗଡ ଜିଲ୍ଲାପାଳ ଡ଼. ପୋମା ଟୁଡୁ,ବନ୍ୟପ୍ରାଣୀ ଅଧିକାରୀ,ବନଖଣ୍ଡ ଅଧିକାରୀ,ତିନୋଟି ବ୍ଲକ୍ ର ଅଧ୍ୟକ୍ଷ, ଉପାଧ୍ୟକ୍ଷ,ଜିଲ୍ଲା ପରିଷଦ ସଭ୍ୟ , ବିଜୁ ଜନତାଦଳ ର ଛାତ୍ର ,ଯୁବ ,ମହିଳା , ବରିଷ୍ଠ କର୍ମୀ ଙ୍କ ସମେତ ଲୋକପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନେ ଅଂଶ ଗ୍ରହଣ କରିଥିଲେ।ଦଶପଲ୍ଲା ବିଧାୟକ ଙ୍କ ଏହି କାର୍ଯ୍ୟକ୍ରମ ପରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବିଜୁ ଜନତା ଦଳ କର୍ମୀ ମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିବା ଜଣା ପଡ଼ିଛି । (ଦଶପଲ୍ଲା ରିପୋର୍ଟ/ପୁଷ୍ପଲତା ପ୍ରଧାନ)  

Exit mobile version