ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପୂର୍ବତନ ଛାତ୍ରୀ ଇର୍ଷିତା ଓଜେଏସ୍ ଟପ୍ପର୍

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର) ବରଗଡ଼ :- ଚଳିତ ବର୍ଷ ଓପିଏସ୍‌ସି ଦ୍ୱାରା ଆୟୋଜିତ ଓଡ଼ିଶା ଜୁଡିସିଆଲ୍ ସର୍ଭିସ୍‌ (ଓଜେଏସ୍‌) ପରୀକ୍ଷାରେ ବିକାଶ ଜୁନିୟର୍ କଲେଜ (ବର୍ତମାନର ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ରେ ୨୦୧୧-୧୩ ବ୍ୟାଚ୍‌ରେ ଅଧ୍ୟୟନ କରିଥିବା ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ଇର୍ଷିତା କେଶରୱାନୀ ଟପ୍ପର୍‌ ହୋଇଛନ୍ତି । ଇର୍ଷିତା ସମ୍ବଲପୁର ଜିଲ୍ଲାର ଗଡ଼ପୋଷ ଗ୍ରାମର ସଞ୍ଜୟ କୁମାର କେଶରୱାନୀ ଓ ମନୋରମା କେଶରୱାନୀ ଙ୍କ ସୁପୁତ୍ରୀ ଅଟନ୍ତି । ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଇର୍ଷିତା ପ୍ରଥମ ଶ୍ରେଣୀ ରେ ଉତ୍‌ତୀର୍ଣ୍ଣ ହୋଇଥିଲେ । ପ୍ରକାଶ ଥାଉକି, କିଛି ଦିନ ପୂର୍ବରୁ ବିକାଶ ଜୁନିୟର୍ କଲେଜ୍ ର ପୂର୍ବତନ ବିଜ୍ଞାନ ଛାତ୍ର ନିହାର ରଞ୍ଜନ ପ୍ରଧାନ ଇସ୍ରୋ ରେ ବୈଜ୍ଞାନିକ ରୂପେ ନିଯୁକ୍ତି ପାଇଛନ୍ତି ।

ବିକାଶ ର ଉଚ୍ଚମାନର ଶିକ୍ଷାଦାନ, ଛାତ୍ରଛାତ୍ରୀମାନଙ୍କ ବୋର୍ଡ୍‌, ପ୍ରବେଶିକା ପରୀକ୍ଷା ତଥା ଅନ୍ୟାନ୍ୟ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ର ରହସ୍ୟ ବୋଲି ବିକାଶ ଶିକ୍ଷାନୁଷ୍ଠାନ ର ଚେୟାରମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ପ୍ରକାଶ କରିବା ସହିତ ଇର୍ଷିତା ତଥା ତାଙ୍କ ପିତାମାତାଙ୍କୁ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା, ଡାଇରେକ୍ଟର ଏକାଡେମିକ୍ସ୍ ଶ୍ରୀ ଜି.ରାମକ୍ରୀଷ୍ଣା, ଡାଇରେକ୍ଟର ଏଡ୍‌ମିନିଷ୍ଟ୍ରେସନ୍ ଶ୍ରୀ ଡି.ବିବେକ କୁମାର, ଅଧ୍ୟକ୍ଷ ଶ୍ରୀ ମୁରାରୀ ପ୍ରସାଦ ସାହୁ ତଥା ବିଦ୍ୟାଳୟ ର ଅଧ୍ୟାପକ-ଅଧ୍ୟାପିକାମାନେ ଇର୍ଷିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  ‌(ସତ୍ୟ ନାରାୟଣ ପ୍ରଧାନ ବରଗଡ଼)

Exit mobile version