ଗଜପତି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଆଗୁଆ ପଦକ୍ଷେପ ନେଇ ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୧ ମାର୍ଚ୍ଚ ୨୦୨୧, ଗୁରୁବାର ପାରଳାଖେମୁଣ୍ଡି :- ଗରୁଡ଼ ଧ୍ୱଜ ଚୌଧୁରୀ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ବ୍ୟାଙ୍କ’ର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଗ୍ରୀଷ୍ମ ପ୍ରବାହ’କୁ ଦୃଷ୍ଟ ଆଗରେ ରଖି ଏହାର ମୁକାବିଲା କିଭଳି କରାଯିବ ସେ ନେଇ ଏକ ଜିଲ୍ଲା ସ୍ତରୀୟ ଏକ ଆଗୁଆ ପଦକ୍ଷେପ ବୈଠକ ଜିଲ୍ଲାପାଳ ଅନୁପମ ସାହା’ଙ୍କ ଅଧ୍ୟକ୍ଷତା’ରେ ଅନୁଷ୍ଠିତ ହୋଇଯାଇଛି।। ଏହି ବୈଠକରେ ଡିଆରଡିଏ: ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ ଚୌଧୁରୀ , ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଓ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଶ୍ରୀ ସରୋଜ କୁମାର ବେହେରା ପ୍ରମୁଖ ମଞ୍ଚାସିନ ଥିଲେ।। ଏହି ବୈଠକ’ରେ ଜିଲ୍ଲା’ର ସମସ୍ତ ବ୍ଲକ’ର ବିଡ଼ିଓ’ଙ୍କ ସମେତ , ଜିଲ୍ଲା ଓ ବ୍ଲକ ସ୍ତର’ର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ’କୁ କିପରି ମୁକାବିଲା କରା ଯାଇପାରିବ , ସେ ସମ୍ପର୍କ’ରେ ଆଲୋଚନା ହୋଇଥିଲା ।

ଜିଲ୍ଲାସ୍ତର’ରେ ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷ’ରୁ କଣ୍ଟ୍ରୋଲ ରୁମ ଖୋଲା ଯିବା , ଜିଲ୍ଲା’ର ସାତଟି ବ୍ଳକରେ ପାନୀୟ ଜଳର ବ୍ୟବସ୍ଥା ଓ ଅଚଳ ନଳକୂପକୁ ସଚଳ କରିବା ସହ ଆବଶ୍ୟକ ସ୍ଥଳେ ନୂତନ ନଳକୂପ ଖୋଳିବା , ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓଆରଏସ: ଓ :ସାଲାଇନ ମହଜୁଦ ରଖିବା , ବିଭିନ୍ନ ସ୍କୁଲ, , କଲେଜ , ଅଙ୍ଗନବାଡି କେନ୍ଦ୍ର ରେ ଜଳର ସୁବ୍ୟବସ୍ଥା କରିବା , ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ’ରେ ତୁରନ୍ତ ଜଳଛତ୍ର ଖୋଲିବା, ସହର’ରେ ଜଳ ଯୋଗାଣ ସୂଚାରୁ ରୂପେ ଯୋଗାଇବା , ଜଙ୍ଗଲ ଓ ବନ୍ୟଜନ୍ତୁ’ଙ୍କ ସୁରକ୍ଷା କରାଯିବା , ବନ୍ୟଜନ୍ତୁ’ଙ୍କୁ ଯେପରି ଜଳ ର ଅଭାବ ନ ହେବ ଓ ଜଙ୍ଗଲ ରେ ନିଆଁ ନ ଲାଗିବ ସେଥିପ୍ରତି ଦୃଷ୍ଟି ଦେବା , ପଞ୍ଚାୟତ ଓ ଗ୍ରାମ୍ୟ ସ୍ତରରେ ଜଳ ଛତ୍ର ଖୋଲିବା , ଅଚଳ ନଳକୂପ’କୁ ସଚଳ କରିବା ଓ ଗ୍ରାମ’ରେ ଜଳ ଯୋଗାଣ’ର ସୁବ୍ୟବସ୍ଥା କରିବା ପ୍ରଭୃତି ଉପରେ ଆଗୁଆ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ବିଭାଗୀୟ ଅଧିକାରୀ ଓ ବିଡ଼ିଓ ମାନଙ୍କୁ ପରାମର୍ଶ ଦେଇଥିଲେ ।(ପାରଳାଖେମୁଣ୍ଡି/ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version