ଓଡ଼ିଶା ତାଜା ନ୍ୟୁଜ (୧୦ ମାର୍ଚ୍ଚ ବୁଧବାର )ନୂଆଗାଁ :- ଅନେକ ବିଶ୍ୱାସ ଓ ଅନ୍ଧ ବିଶ୍ବାସ ମଣିଷର ସାମାଜିକ ଓ ମାନସିକ ଖେତ୍ରରେ ପ୍ରଭାବ ପକାଇ ଥାଏ ।ତେବେ ଭଗବାନ ଙ୍କ ସ୍ଥିତି ଯେ ଏହି ଇହ ଧାମରେ ରହିଛି ସେହି ବିଶ୍ୱାସ କୁ କେହି ଅସ୍ୱୀକାର କରି ପାରିବେ ନାହିଁ । ଏପରି ଏକ ଅଲୌକିକ ଶକ୍ତି ରହିଛି ର ତା ଦେଇ ଗୁମ୍ଫା ମଧ୍ୟରେ ଯାହା ଅନେକଙ୍କୁ ଆକର୍ଷିତ କରିଛି। କେତେବେଳେ ଏହି ଗୁମ୍ଫା ନିଜର ଚମତ୍କାରି ଶକ୍ତି ଦ୍ଵାରା ଭକ୍ତଙ୍କୁ ଆକର୍ଷିତ କରିଛି ତ ପୁଣି କେତେବେଳେ ଏହାର ପ୍ରାକୃତିକ ପରିବେଶ ର ମନୋରମ ଦୃଶ୍ୟ ଅନେକ ପର୍ଯ୍ୟଟକ ଙ୍କୁ ବିଭୋର କରିଛି । ର ତାଦେଇ ଗୁମ୍ଫାର କିଛି ଅଜଣା କଥା ଅନେକଙ୍କୁ ସ୍ତବ୍ଧ କରିଛି । ନିଜ ଆଖିରେ ନ ଦେଖିଲେ ହୁଏତ କେହି ବିଶ୍ବାସ କରିପାରିବେ ନାହିଁ।ଏହି ଗୁମ୍ଫା ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତାପଲ୍ଲୀ ପଞ୍ଚାୟତ ଅଧିନରେ ଥିବା ରତ୍ନଗିରି ପାହାଡ଼ ଉପରେ ବଣ ଜଙ୍ଗଲ ଘେରା ଅତୀବ ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ,ଯାହା ର ତାଦେଇ ଗୁମ୍ଫା ନାମରେ ପରିଚିତ । କାପ୍ତାପଲ୍ଲି ପଞ୍ଚାୟତ ରୁ ପକ୍କା ରାସ୍ତାରେ ୫ କିମି ଗଲା ପରେ ଦୁଇ ଆଦିବାସୀ ଗ୍ରାମ ଡେଙ୍ଗବାରୀ ଓ ଭଣ୍ଡାରି ବାରି ପଡେ।ସେଠାରୁ ଖାଲ ଖମା ରାସ୍ତାରେ ପ୍ରାୟ ଦୁଇ କିମି ଯିବା ପରେ ରତ୍ନଗିରି ପାହାଡ଼ ପାଦଦେଶରେ ପହଞ୍ଚିବାକୁ ହୁଏ । ସେଠାରୁ ବଣଜଙ୍ଗଲ ଭିତରେ ପ୍ରାୟ ପାଖାପାଖି ଏକ କିଲୋମିଟର ରତ୍ନଗିରି ପାହାଡ଼ ଉପରେ ଚଢ଼ିବା ପରେ ର ତାଦେଇ ଗୁମ୍ଫା ପଡେ ।
ପ୍ରଶାସନ ର ଦୃଷ୍ଟି ଆଢ଼ୁଆଳରେ ରତ୍ନଗିରି ପାହାଡ଼ ର ରତା ଦେଇ ଗୁମ୍ଫା
- Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
Related Content
ଆଦିବାସୀ ମହାବିଦ୍ଯାଳୟର ଯୁବ ଅଧ୍ଯାପକ ଦ୍ବୟଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
by
Proprietor Abhimanyu Maharana
August 2, 2026
ଆଦିବାସୀ ମହାବିଦ୍ଯାଳୟରେ କୃତ୍ରିମ ଗୁଣବତ୍ତା ତାଲିମ୍ ପ୍ରଦାନ
by
Proprietor Abhimanyu Maharana
August 2, 2026
ଅଚ୍ୟୁତ ସାମନ୍ତଙ୍କୁ ୭୫ତମ ସମ୍ମାନସୂଚକ ଡକ୍ଟରେଟ୍ : ମହାରାଜା ଗଙ୍ଗା ସିଂହ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ
by
Proprietor Abhimanyu Maharana
August 2, 2026
ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀଙ୍କ ଅବସର ଗ୍ରହଣ
by
Proprietor Abhimanyu Maharana
August 2, 2026
ଭିଜିଲାନ୍ସ ଜାଲରେ ମାଧବ ରାଜସ୍ଵ ନିରୀକ୍ଷକ
by
Proprietor Abhimanyu Maharana
August 2, 2026
ଫୁଲବାଣୀର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ( ଆଇ ଟି ଆଇ ) ପରିସର ମଧ୍ୟରେ : ବରିଷ୍ଟ ନାଗରିକ ସଂଘ ଚଳିତ ବର୍ଷ ର ବୃକ୍ଷ ରୋପଣ ଉତ୍ସବ
by
Proprietor Abhimanyu Maharana
August 2, 2026