Home ଓଡ଼ିଶା ବିଶ୍ବର ସବୁଠାରୁ ଛୋଟ ଶିବ ମୂର୍ତ୍ତି ତିଆରି କରିଲେ ବାଲୁକାଶିଳ୍ପୀ ସତ୍ୟ by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ ( ୧୦ ମାର୍ଚ୍ଚ , ବୁଧବାର )ବ୍ରହ୍ମପୁର :- ମହାଶିବରାତ୍ର ଉପଲ୍ଲକ୍ଷେ ନିଜର କଳା ମାଧ୍ୟମରେ ଆଉ ଏକ ନୂତନ ରେକର୍ଡ କରି ଚର୍ଚ୍ଚାରେ ସତ୍ୟ ନାରାୟଣ ମହାରଣା । ବିଶ୍ବ ର ସବୁଠାରୁ ଛୋଟ ଶିବ ମୂର୍ତ୍ତି ତିଆରି କରିଲେ ଏହି ବାଲୁକା ଶିଳ୍ପୀ ସତ୍ୟନାରାୟଣ । ପୂର୍ବରୁ ୱାଲ୍ଡ ରେକଡ୍ ସେଟର୍ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ୨୦୧୭ ମସିହାରେ ଛୋଟ ଶିବ ମୂର୍ତ୍ତି କରି ବିଶ୍ୱ ରେକର୍ଡ କରିଥିଲେ । ସେ ପୁଣି ଛୋଟ ଶିବ ମୂର୍ତ୍ତି କରି ନିଜ ରେକର୍ଡ ଭାଙ୍ଗିଛନ୍ତି । ଏଥର କାଠରେ ୩ଟି, ଚକ୍ ରେ ୪ ଟି, ପଥର ଓ କାଠରେ ଗୋଟିଏ ଲେଖାଏଁ ଶିବ ଲିଙ୍ଗ କରିଛନ୍ତି । ଯାହାକି ବିଶ୍ଵର ସବୁଠାରୁ ଛୋଟ ଶିବ ମୂର୍ତ୍ତି । ଯାହାର ଉଚ୍ଚତା ରହିଛି ଚକ୍ ମୂର୍ତ୍ତି ର ଉଚ୍ଚତା ,୧.୨ ସିଏମ୍ , ୨.୭ ସି.ଏମ୍ , ୩ ସି.ଏମ୍ ,୧ ଇଞ୍ଚ । ସେହିପରି କାଠ ମୂର୍ତ୍ତିର ଉଚ୍ଚତା ୫ ଏମ୍.ଏମ୍ ,୧.୩ ସି.ଏମ୍ ଏବଂ ୪.୨ ସି.ଏମ୍ । ପଥର ମୂର୍ତ୍ତିର ଉଚ୍ଚତା୧.୪ ସି.ଏମ୍ , ପଥର ଶିବଲିଙ୍ଗ ଉଚ୍ଚତା ୭ ଏମ୍.ଏମ୍ । କାଠ ଶିବଲିଙ୍ଗ ର ଉଚ୍ଚତା ୩ ଏମ୍.ଏମ୍ । ମହା ଶିବରାତ୍ରୀ ଅବସରରେ ଭଗବାନ ଶିବ ଶଙ୍କର ଏହି ମହାମାରୀ କୋରୋନା କବଳରୁ ବିଶ୍ଵକୁ ରକ୍ଷା କରନ୍ତୁ । ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ବୋଲି ପ୍ରେସ ବାର୍ତ୍ତାରେ ସୂଚନା ଦେଇଛନ୍ତି ସତ୍ୟ । ( ରିପୋର୍ଟ – ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ ) Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026