ହୋଲ୍ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ବେଆଇନ୍, ଭାବେ ବୃଦ୍ଧି କରି ନବୀନ ସରକାର ଭୁବନେଶ୍ୱରବାସୀଙ୍କ ରକ୍ତ ଶୋଷଣ କରିବା ପାଇଁ ମସୁଧା କରିଛନ୍ତି ରାଜୀବ ପଟ୍ଟନାୟକ – କଂଗ୍ରେସ ବିଧାୟକ

ଓଡ଼ିଶା ତାଜା ନ୍ୟୁଜ (୧୦ ମାର୍ଚ୍ଚ ବୁଧବାର ) ଭୁବନେଶ୍ୱର :- ଭୁବନେଶ୍ୱର ବଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଭୁବନେଶ୍ୱରରେ ବେଆଇନ୍ ଭାବେ ହୋଲ୍ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ବୃଦ୍ଧିର ପ୍ରତିବାଦରେ ମାଷ୍ଟରକ୍ୟାଂଟିନ ଛକରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ ପର୍ଯ୍ୟନ୍ତ ଯାଇଥିଲା ଏବଂ ସେଠାରେ ରାସ୍ତା ଉପରେ ବସି କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭରେ ବିଏମ୍ସି କମିଶନର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତଳିକା ଦାହ କରାଯାଇଥିଲା । ଏହି ଉପଲକ୍ଷେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଭୁବନେଶ୍ୱର ବାସିନ୍ଦା ୨୨ ବର୍ଷ ଧରି ନବୀନ ସରକାରକୁ ସମର୍ଥନ କରୁଛନ୍ତି । ମାତ୍ର ପ୍ରତିବଦଳରେ ନବୀନ ବାବୁ ଭୁବନେଶ୍ୱର ବାସିନ୍ଦାଙ୍କ ତଂଟି ଚିପି ହୋଲ୍ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ଆଦାୟ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ।

