କୋଦଳା ଅଙ୍ଗନବାଡି କେନ୍ଦ୍ରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ ( ୯ ମାର୍ଚ୍ଚ,ମଙ୍ଗଳବାର )କୋଦଳା :- କୋଦଳା ସେକଟର ଗୌରାଦେଇପୁର ଅଙ୍ଗନବାଡିଗୃହ ଠାରେ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହିଙ୍କ ନିର୍ଦ୍ଦେଶ କ୍ରମେ ସୁପରଭାଇଜର ମମତା ଦାଶଙ୍କ ତତ୍ୱାବଧାନରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ କୋଦଳା ସେକ୍ଟର ର ସମସ୍ତ ଅଙ୍ଗନବାଡି କର୍ମୀ ଓ ସହାୟିକା ଏକତ୍ରିତ ହୋଇ ଆନ୍ତଜାତୀୟ ମହିଳା ଦିବସ ପାଳନ କରିବା ସହିତ “ମୋ ଗେହ୍ଲା ଝିଅ”ଓ “ନିର୍ଭୟ କଢି ” କାର୍ଯ୍ୟକ୍ରମ ଆୟୋଜନ କରିଥିବା ଜଣାପଡ଼ିଛି । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ପରିଦର୍ଶିକା ମମତା ଦାଶ “ନାରୀ ଆଉ ଅବଳା କି ଦୁର୍ବଳା ହୋଇ ରହିନାହିଁ । ବର୍ତ୍ତମାନର ସମାଜ ମ‌ହିଳାଙ୍କୁ ନିଜ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେଇଛି । ମହିଳା ପୁରୁଷ ସଙ୍ଗେ କାନ୍ଧ କୁ କାନ୍ଧ ମିଳାଇ ସମାନ ହୋଇ ଆଗକୁ ବଢୁଛି । ମହିଳାଙ୍କୁ ସମ୍ମାନ ଦେଇ ସ୍ବତନ୍ତ୍ର ଭାବେ ଆଜି ବିଶ୍ବରେ ପାଳିତ ହେଉଛି ” ବିଶ୍ବ ମହିଳା ଦିବସ ” ବୋଲି ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ନାରୀ ସଶକ୍ତିକରଣ ଦିଗରେ ଦୃଷ୍ଟାନ୍ତ ମୂଳକ ଉଦାହରଣର ସୃଷ୍ଟି କରିଛି ।

 

ଯାହାକୁ ଆଧାର କରି ପ୍ରଶାସନ ପକ୍ଷରୁ ବିଶ୍ବ ମହିଳା ଦିବସ ଅତି ଗୁରୁତ୍ୱ ସ‌ହ ପାଳନ କରାଯାଉଛି ତେଣୁ ମହିଳା ମାନେ ନିଜକୁ ନିଜେ ସୁରକ୍ଷ୍ୟା ଦେବା ସହିତ ସ୍ୱାବଲମ୍ବି ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସର ରେ “ମୋ ଗେହ୍ଲାଝିଅ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଠାଣ ସାହି କେନ୍ଦ୍ର ର ଦୁଇ ନବଜାତ କନ୍ୟାରତ୍ନ ର ମା ମାନଙ୍କୁ ବନ୍ଦାପନା କରି ସମ୍ମାନିତ କରାଯାଇଥିବା ବେଳେ ଦୁଇ କନ୍ୟାରତ୍ନଙ୍କୁ ପୋଷାକ ସହିତ ଶିଶୁଖାଦ୍ୟ ପ୍ରଦାନ କରାଯାଇଥିଲା । ତତ ସହିତ “ନିର୍ଭୟକଢ଼ି “କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ହରିଜନ ସାହି କେନ୍ଦ୍ରର ୪ଜଣ କିଶୋରୀ ବାଳିକା ନୃତ୍ୟ ଗୀତ ମାଧ୍ୟମରେ ଆମେବି କିଛି କମ ନୁହଁ ବୋଲି କହିଥିଲେ । ଆମେ ନିଜକୁ ନିଜେ ସୁରକ୍ଷ୍ୟା ଦେବାକୁ ପ୍ରସ୍ତୁତ ଏବଂ କଢ଼ିରୁ ଫୁଲ ହୋଇ ଫୁଟିବୁ ଓ ନିଜକୁ ନିଜେ ସ୍ୱାବଲମ୍ବି ହୋଇ ପାରିବୁବୋଲି ନିଜ ମନ୍ତବ୍ୟରେ ପରିପ୍ରକାଶ କରିଥିଲେ । ବାପା ମା କହିଲେ ମଧ୍ୟ “ବାଲ୍ୟବିବାହ କୁ ନା” କରିବାକୁ ସୁପରଭାଇଜର କହିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟ ରେ ମହିଳା ସଙ୍ଘ ମା, କିଶୋରୀ ବାଳିକା ଏବଂ ମୋ ଗେହ୍ଲାଝିଅ ମା’ ମାନେ ଉପସ୍ଥିତ ଥିଲେ । ( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version