Home ଓଡ଼ିଶା ମାରିଓ ମେଲେଟା ମେମୋରିଏଲ ଜିଲ୍ଲା ନକ୍ ଆଉଟ୍ କ୍ରିକେଟ ପ୍ରତିଯୋଗିତା ବୋଡାସମ୍ବର ସ୍ପୋର୍ଟିଂ ; ପଦ୍ମପୁର କୁ ହରାଇ ବ୍ଲୁ ଡାଇମଣ୍ଡ ବରଗଡ଼ ଚମ୍ପିୟାନ by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ ( ୯ ମାର୍ଚ୍ଚ,ମଙ୍ଗଳବାର )ବରଗଡ଼ ,ସୋହେଲା :- ସୋହେଲା ମିନି ଷ୍ଟାଡିଅମ ଠାରେ ଚାଲିଥିବା ମାରିଓ ମେଳାଟା ମେମୋରିଏଲ ଜିଲ୍ଲା କ୍ରିକେଟ ନକ୍ ଆଉଟ୍ ପ୍ରତିଯୋଗିତାରେ ପଦ୍ମପୁର କୁ ହରାଇ ବରଗଡ଼ ଚମ୍ପିୟାନ ହୋଇଛି । ଟସ ଜିତି ବରଗଡ଼ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ରେ ୧୮୯ ରନ ସଂଗ୍ରହ କରିଥିଲେ । ବରଗଡ଼ ପକ୍ଷରୁ ଦେବେନ୍ଦ୍ର କୁଅଁର ସର୍ବାଧିକ ୫୦ , ଅମିତ ରାଉତ ୩୬, ଏମଡି ସଲିମ ୩୦ ରନ କରିଥିଲେ । ଏହାର ଜବାବରେ ପଦ୍ମପୁର ଦଳ ମାତ୍ର ୧୧୬ ରନ କରି ସମସ୍ତ ଉଇକେଟ ହରାଇଥିଲେ ଫଳରେ ବରଗଡ଼ ୭୩ ରନ ବ୍ୟବଧାନ ରେ ମ୍ୟାଚ ଜିତିନେଇ ଚମ୍ପିୟାନ ହୋଇଥିଲେ । ବରଗଡ଼ ପକ୍ଷରୁ ବି ବିଭାର ୪ ଉଇକେଟ, ଦେବେନ୍ଦ୍ର କୁଅଁର ୩ ଉଇକେଟ ନେଇଥିଲେ । ଦେବେନ୍ଦ୍ର କୁଅଁର ଫାଇନାଲ ମ୍ୟାଚ ର ତଥା ଟୁର୍ଣ୍ଣାମେଂଟ ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । ଆଜିର ମ୍ୟାଚ କୁ ଅମ୍ପାୟାର ପ୍ରଦୀପ ଦାସ, ଶୁଭମ ପାତ୍ର ପରିଚାଳନା କରିଥିଲେ , ସନ୍ତୋଷ ମେହେର ସ୍କୋରର ଥିଲେ । ରିତେଶ ଅଗ୍ରବାଲ ଧାରବିବରଣୀ ପ୍ରଦାନ କରିଥିଲେ । ଉଦଯାପନି ସଭାରେ ଜିଲ୍ଲା କ୍ରିକେଟ ଏସୋସିଏସନ ବରଗଡ଼ ର ପୂର୍ବତନ ସଭାପତି ଅରୁଣ ମହାନ୍ତି ମୁଖ୍ୟ ଅତିଥି , ଜିଲ୍ଲା କ୍ରୀଡା ସଂସଦ ବରଗଡ ସାଧାରଣ ସମ୍ପାଦକ କିଶୋର ମିଶ୍ର, ଜିଲ୍ଲା କ୍ରିକେଟ ଏସୋସିଏସନ ସଭାପତି ହରିହର ପ୍ରଧାନ , ଜିଲ୍ଲା କ୍ରିକେଟ ଏସୋସିଏସନ ସମ୍ପାଦକ ରବିନାରାୟଣ ପଣ୍ଡା , ଉପ ସଭାପତି ଶୁଭ୍ରାଂଶୁ ମହାପାତ୍ର, ୱିଲସନ ସିଂ, ପ୍ରଦୀପ ସାହୁ, ଜିଲ୍ଲା କ୍ରୀଡା ସାଂସଦ ବରଗଡ଼ ର କ୍ରିକେଟ ସମ୍ପାଦକ ଅମିୟ ସାହୁ , , ବୋରାସମ୍ବର ସ୍ପୋର୍ଟିଂ ସଭାପତି ସୁନୀଲ ସାହୁ , ଏଥେଲେଟିକ ଏସୋସିଏସନ ସୋହେଲା ସଭାପତି ସତ୍ୟନାରାୟଣ ଦେବତା ସମ୍ମାନୀତ ଅତିଥି ଭାବରେ ମଞ୍ଚାସିନ ଥିଲେ । ଅଶ୍ୱିନୀ କୁମାର ପାତ୍ର ସଭା ପରିଚାଳନା କରିଥିଲେ । ( ରିପୋର୍ଟ – ସତ୍ୟ ନାରାୟଣ ପ୍ରଧାନ ) Categories: ଓଡ଼ିଶା, ବରଗଡ଼, ହୋମ୍ Related Content Nandan Dwibedi receives Yuva Bharati Samman by Proprietor Abhimanyu Maharana September 22, 2026 ତୃତୀୟ ଥର ନିମନ୍ତେ ଖଣ୍ଡପଡ଼ା ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ by Proprietor Abhimanyu Maharana September 22, 2026 ବାଲିଗୁଡ଼ାରେ ବିଜେଡି ସଙ୍ଗଠନ ସଜାଡ଼ିବାକୁ ପ୍ରୟାସ ସମନ୍ୱୟ କମିଟି ଗଠିତ, ୧୦ ଜଣିଆ ସଦସ୍ୟ ମନୋନୀତ by Proprietor Abhimanyu Maharana September 22, 2026 ଆନନ୍ଦ ଉଲ୍ଲାସର ସହ ଖୁଦୁରୁକୁଣୀ ଓଷା ଉଦ୍ଯାପିତ by Proprietor Abhimanyu Maharana September 22, 2026 ବିଭିନ୍ନ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ମୂଲ୍ୟାଙ୍କନ : ୧୮୦୦ରୁ ଊର୍ଦ୍ଧ୍ୱ ଶିକ୍ଷାର୍ଥୀ ଦେଲେ ପରୀକ୍ଷା by Proprietor Abhimanyu Maharana September 22, 2026 ମାର୍ଗଦର୍ଶିକା ଉଲଂଘନ - ଉନ୍ନୟନ କାମ ସରିବାର ଦୀର୍ଘ ଦିନ ପରେ ଜିଲ୍ଲାପାଳଙ୍କ ସୁପାରିଶକୁ ଅପେକ୍ଷା by Proprietor Abhimanyu Maharana September 22, 2026