ଓଡ଼ିଶା ତାଜା ନ୍ୟୁଜ ( ୯ ମାର୍ଚ୍ଚ,ମଙ୍ଗଳବାର ) ମାହାଙ୍ଗା :- ମାହାଙ୍ଗା ଆଜି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଂଚଳରେ ବିଜେଡି ର ହାଇଭୋଲଟେଜ ରୋଡ଼ ସୋ ଦେଖି ବିରୋଧୀ ମାନେ ଛାନିଆ ହୋଇଯାଇଛନ୍ତି, ବିଜେଡି ଦଳର ଦୁଇ ହେବି ୱେଟ ମନ୍ତ୍ରୀ ପ୍ରତାପ ଜେନା ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୋମବାର ଅପରାହ୍ନରେ ମାହାଙ୍ଗା ଗ୍ରସ୍ତ କରି ପାଞ୍ଚ କୋଟିରୁ ଉର୍ଦ୍ଧ ଟଙ୍କାରେ ନିର୍ମିତ ଆଦର୍ଶ ବିଦ୍ୟାଳୟ ଓ କଲେଜ ଗୃହ ଲୋକାର୍ପଣ ଉତ୍ସବ ରେ ଯୋଗଦେଇଛନ୍ତି, ମାହାଙ୍ଗା ଗୋତରା ଛକରୁ ଉଭୟ ମନ୍ତ୍ରୀଙ୍କୁ ଦଳୀୟ କର୍ମୀମାନେ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ପୂର୍ବ ମାହାଙ୍ଗାର ଉମର, ନାହାଙ୍ଗ, ବାଲିପଡ଼ା, ଗୌଡ଼ଗୋପ,
ଏରକଣା ପରିକ୍ରମା କରାଇବା ସହ ପୁଷ୍ପଗିରି ମହାବିଦ୍ୟାଳୟ ପରିସର ଉଦଘାଟନ ସ୍ଥଳକୁ ପାଛୋଟି ନେଇଥିଲେ, ସତୁରି ଲକ୍ଷ ଟଙ୍କାରେ ନିର୍ମିତ ନୂତନ କଲେଜ ଗୃହ ମନ୍ତ୍ରୀ ଜେନା ଓ ମନ୍ତ୍ରୀ ଦାଶ ଉଦଘାଟନ କରିଥିଲେ, ସେଠାରୁ ପୁନର୍ବାରମହିଳା କର୍ମୀମାନେ ଗୋକନ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ପାଛୋଟି ନେଇଥିଲେ, ସେଠାରେ ବିଶ୍ୱ ମହିଳା ଦିବସ ରେ ଉଭୟ ମନ୍ତୀ ଯୋଗଦେଇ ଉପସ୍ଥିତ ମହିଳା କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇବାସହ କିଭଳି ମହିଳାମାନେ ନବୀନ ବାବୁଙ୍କ ମହିଳା ସଶକ୍ତିକାରଣ ଯୋଜନାରେ ସାମିଲ ହୋଇ ସ୍ୱାବଲମ୍ବୀ ହୋଇପାରିବେ ସେଥିନେଇ ପରାମର୍ଶ ଦେଇଥିଲେ,
ଶେଷରେ ଉଭୟ ମନ୍ତ୍ରୀଙ୍କୁ ଏକ ବିରାଟ ପଟୁଆରରେ ଓଷଙ୍ଗ ପଂଚାୟତ ର କଉଡକୋଲା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଗୃହ ଉଦଘାଟନ ଉତ୍ସବ ସ୍ଥଳରେ ପହଂଚି ସାଢେ ଚାରିକୋଟି ଟଙ୍କାରେ ନିର୍ମିତ ନୂତନ ଗୃହକୁ ଲୋକାର୍ପଣ କରିବା ସହ ଆୟୋଜିତ କର୍ମୀ ସମାବେଶ ରେ ଯୋଗଦେଇ ନିବୀନ ସରକାର ଙ୍କ ବହୁମୁଖୀ ଶିକ୍ଷା ବ୍ୟବସ୍ତା ଉପରେ ଆଲୋଚନା କରିଥିଲେ, ମନ୍ତ୍ରୀ ସମୀର ଦାଶ ବିରୋଧୀ ମାନଙ୍କୁ ଟାର୍ଗେଟ କରି ସମାନେ ଯେତେ ଫମ୍ପା ଭାଷଣ ଦେଇ ବିଜେଡି ସରକାରଙ୍କ ବିକାଶ ଧାରାରେ ବାଧକ ସାଜିଲେବି
