ଓଡ଼ିଶା ତାଜା ନ୍ୟୁଜ ( ୯ ମାର୍ଚ୍ଚ,ମଙ୍ଗଳବାର ) ରଣପୁର :- ୧୬ ନମ୍ବର ଜାତୀୟ ରାଜପଥ କନ୍ଧ ନୟାଗଡ ବାଇପାସ୍ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଥିବା ଜଣା ପଡିଛି l ଏହି ଦୁର୍ଘଟଣାରେ ମିନି ଟ୍ରକ୍ ଚାଳକ ଗୁରୁତର ଭାବେ ଆହତ ହୋଇଥିବା ଜଣା ପଡିଛି l ଗୁରୁତର ଭାବେ ଆହତ ହୋଇଥିବା ଟ୍ରକ୍ ଚାଳକଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରା ଯାଇଛି l
ସୂଚନା ଅନୁଯାୟୀ ଗତ କାଲି ବିଳମ୍ବିତ ରାତିରେ କନ୍ଧ ନୟାଗଡ ବାଇପାସ୍ ରେ ରାସ୍ତା କଡରେ ଏକ ଖାଇବା ତେଲ ବୋଝେଇ ଟ୍ୟାଙ୍କରରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେବାରୁ ଗାଡିଟି ରାସ୍ତା କଡରେ ଛିଡା ହୋଇଥିବା ବେଳେ ଏକ ଦ୍ରୁତ ଗାମୀ ଟ୍ରଲର ଟ୍ୟାଙ୍କର ପଛରେ ମାଡ ହୋଇଥିଲା l ଫଳରେ ଟ୍ୟାଙ୍କର ପଛେ ପଛେ ଆସୁଥିବା ମିନି ଟ୍ରକ୍ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ମିନି ଟ୍ରକ ଟି ଟ୍ରଲର ପଛରେ ମାଡ ହୋଇଥିଲା l
