ଅନ୍ତର୍ଜାତୀୟ ମହିଳା ଦିବସରେ ଆଶା, ଅଙ୍ଗନୱାଡି, ସ୍ୱାସ୍ଥ୍ୟ କର୍ମୀ, ସୁପରଭାଇଜର ଙ୍କୁ ସମ୍ମାନିତ

ଓଡ଼ିଶା ତାଜା ନ୍ୟୁଜ ( ୮ମାର୍ଚ୍ଚ , ସୋମବାର) ବ୍ରହ୍ମପୁର :- ବ୍ରହ୍ମପୁର ସ୍ଥିତ ଆଗା ସାହି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ଓ ମହିଳା ଶିଶୁ ବିକାଶ ମିଶନ ଶକ୍ତି ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ସଦସ୍ୟ ହରି ହର ପାଢୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ୟାମସୁନ୍ଦର ତ୍ରିପାଠୀ,କୁକୁଡାଖଣ୍ଡି ମେଡିକାଲ ର ଆୟୁଷ ଡାକ୍ତର ବିଜୟ ଲଷ୍ମୀ ପଣ୍ଡା,ଶିଶୁ ସୁରକ୍ଷା କାର୍ଯ୍ୟଳୟ ର ଆଇନ ଅଧିକାରୀ ସୁଦାମ ପାଣିଗ୍ରାହୀ, ଜିଲ୍ଲା ତାଲିମ ଅଧିକାରୀ ଶିବ ପ୍ରସାଦ ରଥ, ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ. ଚଳିତ ବର୍ଷ ମହିଳା ମାନେ ପସନ୍ଦ କୁ ଆହ୍ୱାନ କରିବା, ଆହ୍ୱାନ ଆସିଲେ ନିଜେ ପରିବର୍ତନ ହେବା ସହ ଗୋଷ୍ଠି ର ମହିଳା ମାନଙ୍କୁ ପରିବର୍ତନ କରାଇବା ଆବଶ୍ୟକ ରହିଛି ବୋଲି ଅତିଥି ମାନେ ନିଜର ମତ ପ୍ରକାଶ କରିଥିଲେ .

ଆଜିର ମହିଳା ଆତ୍ମ ନିର୍ଭରଶୀଳ, ପ୍ରଗତିକାମୀ, ଉଦ୍ୟମୀ ଓ ସଶକ୍ତ ଅଛନ୍ତି . ଆମ ଜିଲ୍ଲାରେ କୋଭିଡଭଳି ମହାମାରୀ ସମୁଖରେ ବୀରତ୍ୱ ସହ ଜ଼ିଲ୍ଲା, ବ୍ଲକ, ପଂଚାୟତ, ଗ୍ରାମ ମାନଙ୍କରେ ମହିଳା ସୁପରଭାଇଜର, ମହିଳା ସ୍ୱାସ୍ଥ୍ୟ କର୍ମୀ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ମାନଙ୍କ ଧର୍ଯ୍ୟର ସହ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଛନ୍ତି. ଏଭଳି କୃତୀତ୍ୱ ପାଇଁ କୁକୁଡାଖଣ୍ଡି ବ୍ଲକର କାର୍ଯ୍ୟରତicds ସୁପରଭାଇଜର ଉଷା ପଟନାୟକ, କରୋନା ସମୟରେ କାର୍ଯ୍ୟରତ ଖଲିକୋଟ ବ୍ଲକ ର ସ୍ୱାସ୍ଥ୍ୟକର୍ମୀ ଯାଜ୍ଞଶିନୀ ଜେନା, ଦିଗପହଣ୍ଡି ଆଶା କର୍ମୀ ଗୀତାଞ୍ଜଳି ସାହୁ, କୋଦାଳ ଛଚିନା ଗ୍ରାମ ର ଆଶା କର୍ମୀ ଛାୟା ନାୟକ, ବେଗୁନିଆପଡା ଅଙ୍ଗାରଗାଁ ର ସୁଚିତ୍ରା ଜେନା, ଶେରଗଡ଼ ବ୍ଲକ ନରେନ୍ଦ୍ରପୁର ଗ୍ରାମର ଅଙ୍ଗନୱାଡି କର୍ମୀ ସୁଜାତା ପାଢୀ, ଆସ୍କା ବାଲାଜୀ ମନ୍ଦିର ସାହି ଅଙ୍ଗନବାଡି କର୍ମୀ କୁନି ସାହୁ ଙ୍କୁ ସଂମାନ୍ନୀତ କରାଯାଇଛି. କୋଭିଡ ସମୟରେ ପୁରୁଷ ମାନଙ୍କ ସହ ସମାନ ସହାଭାଗିତା ହୋଇ ନିଜ ପାଇଁ ଓ ସମାଜ ରେ ଅଧିକ ମହତ୍ୱ ପୂର୍ଣ୍ଣ ସ୍ଥାନ ହାସଲ କରୁଥିବାରୁ ସମସ୍ତ ମହିଳା କର୍ମୀ ମାନଙ୍କୁ ଆଜିର ଦିବସରେ ହାର୍ଦ୍ଧିକ ଅଭିନନ୍ଦନ । ( ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )

Exit mobile version