ସମସ୍ୟା ,ସଂଘର୍ଷ ଓ ସଫଳତାକୁ ମହିଳାଙ୍କ ମଧ୍ୟରେ ଉପଲବ୍ଧ କରିବା ଦିବସ ହେଉଛି ଆନ୍ତର୍ଜାତିକ ମହିଳା ଦିବସ

ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) ବ୍ରହ୍ମପୁର :- ମହିଳା ମାନଙ୍କର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ସଫଳତାକୁ ମନେ ରଖିବା ସହ ଏହାକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଉଛି । ସମାଜରେ ନାରୀକୁ ସମାନ ଅଧିକାର ଓ ସମ୍ମାନ ଦେବା ଲକ୍ଷ୍ୟରେ ଏହି ଦିବସଟି ଉତ୍ସର୍ଗୀକୃତ କହିଲେ ଭୁଲ ହେବନାହିଁ । ଆଜି ଅଖିଳ ଭାରତ ଗଣତାନ୍ତ୍ରୀକ ମହିଳା ସମିତି ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ସ୍ଥାନୀୟ ସହିଦ୍ ଲକ୍ଷ୍ମଣ ନାୟକ ହଲ ଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଇଥିଲା ।
ଏଥିରେ ମହିଳମାନଙ୍କ ସମସ୍ୟା , ସମସ୍ୟା ବିରୁଦ୍ଧରେ ସଂଘର୍ଷ ଓ ସଂଘର୍ଷ ମଧ୍ୟରେ ଉପଲବ୍ଧ ସଫଳତାକୁ ଆଲୋଚନା କରିବା ସହିତ ମହିଳା ମାନଙ୍କ ସମସ୍ୟା ଓ ଏହା ବିରୁଦ୍ଧରେ ମହିଳା ଓ ପୁରୁଷଙ୍କର ଏକତା ବଦ୍ଧ ଲଢେଇ ସଂପର୍କରେ ଆଲୋଚନା କରାଯାଇଥିଲା । ଆଜିର ଆଲୋଚନା ସଭାରେ ଜିଲ୍ଲା ସଭାନେତ୍ରି ଜୟନ୍ତି ବାଳା ମିଶ୍ର, ଜିଲ୍ଲା ସଂପାଦିକା ବିଷ୍ଣୁ ପ୍ରିୟା ସାହୁ, ଉପସଭାନେତ୍ରୀ ରଂଜୁବାଳା ସାହୁ, କୋଷାଧ୍ୟକ୍ଷ ପ୍ରତିଭା ବ୍ରହ୍ମା, ଜିଲ୍ଲାନେତ୍ରୀ ଗାୟତ୍ରି ଗୈାଡ, ମିନତି ସ୍ୱାଇଁ ଙ୍କ ସହ ବହୁ ମହିଳା ଯୋଗ ଦେଇଥିଲେ ।
( ରିପୋର୍ଟ : ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ )