Home ଓଡ଼ିଶା କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆନ୍ତର୍ଜାତିକ ମହିଳା ଦିବସ ଜୋରଦାର ଭାବେ ପାଳିତ by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) କେନ୍ଦ୍ରାପଡ଼ା :- ଆଜି ମହିଳା ଆନ୍ତର୍ଜାତିକ ଦିବସରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ୟାପକ ପରିମାଣରେ ମହିଳା ମାନେ ଏକତ୍ରୀକରଣ ହୋଇ ଗ୍ରାମ ଓ ପଂଚାୟତ ଏବଂ ବ୍ଲକ ମୁଖ୍ୟାଳୟ ଠାରେ ଶୋଭାଯାତ୍ରା ର ଦୃଶ୍ୟ ଦେଖିବାକୁ ମିଳିଥିଲା, ଅନ୍ୟ ପଟେ ସାଥିରେ ମହିଳା ମାନେ ବ୍ୟାନର ଓ ସ୍ଲୋଗାନ ଦେଇ ମହିଳା ମାନଙ୍କ ପ୍ରତି ହେଉଥିବା ରାଜ୍ୟରେ ଅନେକ ପ୍ରକାର ନିର୍ଯ୍ୟାତନା, ଜୌତୁକ ପାଇଁ ହଜାର ସଂଖ୍ୟାରେ ମହିଳାଙ୍କୁ ଜୀବନରୁ ମାରି ଦେଉଥିବା ଭଳି ଘଟଣା ସହିତ ଅତି ଚତୁରାର ସହ କନ୍ୟା ଭୃଣ ହତ୍ୟା ଭଳି ଅତି ନିର୍ମମ ଓ ଜଘନ୍ୟ ଘଟଣା ସହିତ ପ୍ରତ୍ୟେକ ପଂଚାୟତସ୍ତରରେ ଆଜିର ଦିନରେ ଯେଉଁ ଭଳି ମଦକୁ ଗଳି, ବସ୍ତି , ଗାଁ ରେ ଚୋରା ବିକ୍ରୟ କୁ ଆମେ ଦୃଢ଼ ନିଂଦା କରିବା ଏବଂ ଏହିଭଳି ଆଜିର ସମାଜରେ ମହିଳା ମାନଙ୍କ ପ୍ରତି ଘଟୁ ଥିବା କଦର୍ଯ୍ୟ କାର୍ଯ୍ୟ କୁ ଆମେ ରାଜ୍ୟ ସରକାର ଙ୍କୁ ବିଶେଷ ଅନୁରୋଧ କରୁଛୁ, କି ଏଥିପ୍ରତି ଯତ୍ନବାନ ହେଲେ ଆଗାମୀ ଦିନରେ ତେବେ ମହିଳା ମାନେ ରାଜ୍ୟରେ ତଥା ଦେଶରେ ସୁରକ୍ଷା ପାଇପାରିବେ , ତେବେ ଆଜିର ଏହି ମହିଳା ଆନ୍ତର୍ଜାତିକ ଦିବସଟିକୁ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେପି ମହିଳା ମୋର୍ଚ୍ଚା ପାଳନ କରୁଥିବା ବେଳେ ଅନ୍ୟ ପଟେ ଆଳି ଠାରେ ସଭାନେତ୍ରୀ ରେଖା ଜେନା, ସମ୍ପାଦିକା ଅନୁପମା ଦାସ, MBK ଅନୁସୟା ସାହୁ, CRP ସାଗରୀକା ସାମଲ,. ରେଣୁକା ମଲିକ, ଉର୍ବଶୀ ସିଂ, ସରସ୍ବତୀ ବିଶ୍ୱାଳ, ସରିତା ସିଂହ, ସୌଦାମିନୀ ବେହେରା, CRP ମନୋରମା ସେନାପତି ଏବଂ ଦେମାଳ ଗ୍ରାମପଂଚାୟତ ସ୍ତରୀୟ ମହାସଂଘର ସମସ୍ତ ମହିଳା କର୍ମକର୍ତ୍ତା ପ୍ରମୁଖ ଯୋଗ ଦାନ କରିଥିଲେ ( କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ ) Categories: ଓଡ଼ିଶା, କେନ୍ଦ୍ରାପଡା, ହୋମ୍ Related Content International Performing Arts Festival (IPAF) Bhubaneswar for its 9th Year by Proprietor Abhimanyu Maharana October 24, 2026 ସିଂହଦ୍ୱାରରେ ଦେବୀସଭା ବିଦାୟ ନେଲେ ଗୋସାଣୀ by Proprietor Abhimanyu Maharana October 23, 2026 ଧର୍ମପ୍ରାଣା ମହିଳା ବିଦୁଲତା ମହାନ୍ତି ଙ୍କ ପରଲୋକ by Proprietor Abhimanyu Maharana October 23, 2026 କେ.ନୂଆଗାଁ ପୋଲିସର ସଫଳତା, ୯ ଜୁଆଡି ଗିରଫ : ଲକ୍ଷାଧିକ ଟଙ୍କା ଜବତ by Proprietor Abhimanyu Maharana October 23, 2026 ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ , ୭ଟି ସ୍ଥାନରେ ରେଡ୍ : ବିପୁଳ ପରିମାଣର ସମ୍ପତ୍ତି ଠାବ by Proprietor Abhimanyu Maharana October 23, 2026 ସ୍ୱତନ୍ତ୍ର ଅଭିଯାନ ୬.୦ ଅଧୀନରେ ଖୋର୍ଦ୍ଧାରୋଡ୍ ମଣ୍ଡଳ ପକ୍ଷରୁ ‘ରେଳ ଜନ ସମ୍ବାଦ’ ଆୟୋଜିତ by Proprietor Abhimanyu Maharana October 23, 2026