Home ଓଡ଼ିଶା କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆନ୍ତର୍ଜାତିକ ମହିଳା ଦିବସ ଜୋରଦାର ଭାବେ ପାଳିତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) କେନ୍ଦ୍ରାପଡ଼ା :- ଆଜି ମହିଳା ଆନ୍ତର୍ଜାତିକ ଦିବସରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ୟାପକ ପରିମାଣରେ ମହିଳା ମାନେ ଏକତ୍ରୀକରଣ ହୋଇ ଗ୍ରାମ ଓ ପଂଚାୟତ ଏବଂ ବ୍ଲକ ମୁଖ୍ୟାଳୟ ଠାରେ ଶୋଭାଯାତ୍ରା ର ଦୃଶ୍ୟ ଦେଖିବାକୁ ମିଳିଥିଲା, ଅନ୍ୟ ପଟେ ସାଥିରେ ମହିଳା ମାନେ ବ୍ୟାନର ଓ ସ୍ଲୋଗାନ ଦେଇ ମହିଳା ମାନଙ୍କ ପ୍ରତି ହେଉଥିବା ରାଜ୍ୟରେ ଅନେକ ପ୍ରକାର ନିର୍ଯ୍ୟାତନା, ଜୌତୁକ ପାଇଁ ହଜାର ସଂଖ୍ୟାରେ ମହିଳାଙ୍କୁ ଜୀବନରୁ ମାରି ଦେଉଥିବା ଭଳି ଘଟଣା ସହିତ ଅତି ଚତୁରାର ସହ କନ୍ୟା ଭୃଣ ହତ୍ୟା ଭଳି ଅତି ନିର୍ମମ ଓ ଜଘନ୍ୟ ଘଟଣା ସହିତ ପ୍ରତ୍ୟେକ ପଂଚାୟତସ୍ତରରେ ଆଜିର ଦିନରେ ଯେଉଁ ଭଳି ମଦକୁ ଗଳି, ବସ୍ତି , ଗାଁ ରେ ଚୋରା ବିକ୍ରୟ କୁ ଆମେ ଦୃଢ଼ ନିଂଦା କରିବା ଏବଂ ଏହିଭଳି ଆଜିର ସମାଜରେ ମହିଳା ମାନଙ୍କ ପ୍ରତି ଘଟୁ ଥିବା କଦର୍ଯ୍ୟ କାର୍ଯ୍ୟ କୁ ଆମେ ରାଜ୍ୟ ସରକାର ଙ୍କୁ ବିଶେଷ ଅନୁରୋଧ କରୁଛୁ, କି ଏଥିପ୍ରତି ଯତ୍ନବାନ ହେଲେ ଆଗାମୀ ଦିନରେ ତେବେ ମହିଳା ମାନେ ରାଜ୍ୟରେ ତଥା ଦେଶରେ ସୁରକ୍ଷା ପାଇପାରିବେ , ତେବେ ଆଜିର ଏହି ମହିଳା ଆନ୍ତର୍ଜାତିକ ଦିବସଟିକୁ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେପି ମହିଳା ମୋର୍ଚ୍ଚା ପାଳନ କରୁଥିବା ବେଳେ ଅନ୍ୟ ପଟେ ଆଳି ଠାରେ ସଭାନେତ୍ରୀ ରେଖା ଜେନା, ସମ୍ପାଦିକା ଅନୁପମା ଦାସ, MBK ଅନୁସୟା ସାହୁ, CRP ସାଗରୀକା ସାମଲ,. ରେଣୁକା ମଲିକ, ଉର୍ବଶୀ ସିଂ, ସରସ୍ବତୀ ବିଶ୍ୱାଳ, ସରିତା ସିଂହ, ସୌଦାମିନୀ ବେହେରା, CRP ମନୋରମା ସେନାପତି ଏବଂ ଦେମାଳ ଗ୍ରାମପଂଚାୟତ ସ୍ତରୀୟ ମହାସଂଘର ସମସ୍ତ ମହିଳା କର୍ମକର୍ତ୍ତା ପ୍ରମୁଖ ଯୋଗ ଦାନ କରିଥିଲେ ( କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ ) Categories: ଓଡ଼ିଶା, କେନ୍ଦ୍ରାପଡା, ହୋମ୍ Related Content ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି by Proprietor Abhimanyu Maharana August 1, 2026 Vedanta Aluminium-Supported Young Archer Wins 3 Gold; Qualifies for CBSE Nationals by Proprietor Abhimanyu Maharana August 1, 2026 ଇପାରି ଗୋବିନ୍ଦମ୍ ଜୁଏଲର୍ସର ନବୀକୃତ ଶୋ'ରୁମ୍ ଉଦଘାଟିତ by Proprietor Abhimanyu Maharana August 1, 2026 ଚଳିତ ବନ୍ୟାରେ ପୁରୀ ଜିଲ୍ଲା ୧୭୨୨୧ ପ୍ରଭାବିତ by Proprietor Abhimanyu Maharana August 1, 2026 ଖୋ ଖୋ ବୈଷୟିକ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା by Proprietor Abhimanyu Maharana August 1, 2026 ମହିଳା ମାନେ କେବଳ ଲାଭାର୍ଥୀ ନୁହେଁ ବିକାଶ ପ୍ରକ୍ରିୟା ର କର୍ଣ୍ଣଧାର ହୁଅନ୍ତୁ : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା by Proprietor Abhimanyu Maharana August 1, 2026