ଏଚସିଜି  ପଣ୍ଡା କ୍ୟାସର ହସ୍ପିଟାଲରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର) କଟକ :- ଆଜି ଥିଲା ଆନ୍ତର୍ଜାତିକ ମହିଳା ଦିବସ । ବିଭିନ୍ନ ସ୍ଥାନରେ ବିଶ୍ୱ ମହିଳା ଦିବସ ପାଳନ  କରାଯାଇଥିଲା । ଏହି ଅବସରରେ କଟକ ଭୁବନେଶ୍ୱର ଜାତୀୟ ରାଜପଥ ତେଲଙ୍ଗାପେଣ୍ଠ ଠାରେ ଥିବା ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲରେ ମଧ୍ୟ  ଆନ୍ତର୍ଜାତୀୟ ମହିଳା ଦବସ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ଆୟୋଜିତ ଉସ୍ଚବରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ  ଟୁକୁନୀ ସାହୁ ମୁଖ୍ୟ  ଅତିଥି ଭାବେ ଯୋଗ ଦେଇଥିଲା ବେଳେ,  ବିଶିଷ୍ଟ କ୍ରୀଡାବିତ ଅନୁରାଧା ବିଶ୍ୱାଳ,

ଓଡ଼ିଆ ସିନେ ଅଭିନେତ୍ରୀ ଅନୁ ଚୌଧୁରୀ, ଏସ୍ଏଚଜି ଗୋଷ୍ଠୀର ପୁରଷ୍କାର ପ୍ରାପ୍ତ ବିଶିଷ୍ଟ ମହିଳା ଜୟନ୍ତୀ ଏକା , ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ କୃପାସିନ୍ଧୁ ପଣ୍ଡା, ଲିପସା ପଣ୍ଡା,ଏ ଭି ପି ଗିରିଶ ମିଶ୍ର, ଡାକ୍ତର  ଡି ଡି ଦାସ, ସନ୍ଧିପ ମହାନ୍ତି  ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ,ପ୍ରତ୍ୟେକ ମହିଳା ତାଙ୍କ ଜୀବନର ପ୍ରତିଟି କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ଦରକାର ।

ଏଥିପାଇଁ ନିଷ୍ଠାର ସହିତ କାର୍ଯ୍ୟକରି ନିଜର ପରିବାରକୁ ଆଗକୁ ଆର୍ଥିକ ଏବଂ ଶିକ୍ଷା କ୍ଷେତ୍ରରେ ଅଗ୍ରସର କରାଇପାରିବାର ସକ୍ଷମ ହୋଇ ପାରିବେ ବୋଲି କହିଥିଲେ । ଆୟୋଜିତ ଉସ୍ଚବରେ ହସ୍ପିଟାଲର  ସଫଳ ମହିଳା କର୍ମଚାରୀଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅପରେସନ ମ୍ୟାନେଜର ଅରବିନ୍ଦ ଭୋଳ, ମ୍ୟାନେଜର ବିଜୟ କୁମାର ସାହୁ, ସୁଭାଶିଷ ବେହେରା, ଞାନରଞ୍ଜନ ମହାପାତ୍ର, ଅମ୍ବରିଶ ସାହୁ ପ୍ରମୁଖ । (କଟକରୁ ଅମୂଲ୍ୟ କୁମାର ବାରିକଙ୍କ ରିପୋର୍ଟ)

Exit mobile version