ନାଗରିକ ବିକାଶ ସଂଗଠନ କଳାହାଣ୍ଡି ପକ୍ଷରୁ; ଆନ୍ତର୍ଜାତିକ ମହିଳା ଦିବସ ପାଳିତ – କଳାହାଣ୍ଡି

ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର) କଳାହାଣ୍ଡି :- ନାଗରିକ ବିକାଶ ସଂଗଠନ କଳାହାଣ୍ଡି ପକ୍ଷରୁ ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତର କାଉଗୁଡା ଗ୍ରାମରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି  । ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ପଞ୍ଚାୟତ ସ୍ତରୀୟ ସଭାନେତ୍ରୀ ସେବତୀ ରଣା  ସଭାପତିତ୍ବରେ ସଭା କାର୍ଯ୍ୟ ପରିଚାଳନା ହୋଇଥିଲା । ଏଥିରେ ମହିଳା ମାନଙ୍କର ଉପଲବ୍ଧି ହୋଇଥିବା ସରକାରୀ ଯୋଜନା, ଗ୍ରାମୀଣ ମହିଳା ଶିଶୁ ବିକାଶ ଯୋଜନା,ମିଶନ ଶକ୍ତି, ସ୍ବୟଂ ସହାୟକ ଗୋଷ୍ଠୀ, ବାଳିକା ସମୃଦ୍ଧି ଯୋଜନା, ସାମାଜିକ ନିରାପତ୍ତା, ମହିଳା ସଂଗଠନର ଉଦ୍ଦେଶ୍ୟ, ବର୍ତ୍ତମାନ ସମୟରେ ମହିଳା ମାନଙ୍କର ସ୍ଥିତି ଉପରେ ଆଲୋଚନା ହୋଇଥିଲା ।

ଆଲୋଚନାରେ ବ୍ଳକ ସ୍ତରୀୟ ଆଦିବାସୀ ନେତ୍ରୀ ପ୍ରତିମା ଜାଲ,ମିଶନ ଶକ୍ତିର ସାଥୀ ଭଉଣୀମାନେ, ଆଶା, ଅଙ୍ଗନବାଡ଼ି କର୍ମୀ, ପ୍ରଧାନ ଶିକ୍ଷକ ମାଡିବନ୍ଧା ଓ ମୋ ଚାଟଶାଳୀର ସ୍ଵେଚ୍ଛାସେବୀ ଶିକ୍ଷକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ । ନାଗରିକ ବିକାଶ ସଂଗଠନ ତରଫରୁ କଲ୍ୟାଣୀ ଦାସ, ଭବାନୀପାଟଣା ମହିଳା ମାନଙ୍କର ସ୍ଵପ୍ନ, ସଂଘର୍ଷ, ସଫଳତା ସମ୍ଭାବନାର ଶତାବ୍ଦୀ ଉପରେ ଆଲୋଚନା କରିଥିଲେ । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Exit mobile version