ମାଣ୍ତିଆଢିପା ଧାନ ମଣ୍ତିରେ ଧାନ ବସ୍ତା ଚୋରୀ : ପାଇକମାଲ ଥାନାରେ ଅଭିଯୋଗ – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ (୮ ମାର୍ଚ୍ଚ ସୋମବାର ) ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଭିନ୍ନ ମଣ୍ତି ମାନଙ୍କରେ ହଜାର ହଜାର ଧାନ ବସ୍ତା ଗଦା ହୋଇଛି । ଧାନ କିଣାକୁ ନେଇ ଚାଷୀ ମାନେ ଆଜିକୁ ୨୩ ଦିନ ହେଲାଣି ଆନ୍ଦୋଳନ ଚଳାଇଛନ୍ତି  । ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାନ ବସ୍ତା  ପୁରା ଦିଆଯାଇଛି । ଚାଷୀ ମାନେ ଚିନ୍ତାରେ ହନ୍ତସନ୍ତ ହେଉଥିବା ବେଳେ ଅନ୍ଯ ପଟେ ଏ ଆଡେ ପାଇକମାଲ ଥାନା ଅନ୍ତର୍ଗତ ମାଣ୍ତିଆଢିପା ଧାନ ମଣ୍ତିରେ ଏରିଭାଲ ଧାନ ବସ୍ତା ଚୋରୀ ହେବାର ଅଭିଯୋଗ ହୋଇଛି  ।

ସୂଚନା ଅନୁସାରେ  ମାଣ୍ତିଆଢିପା ପଞ୍ଚାୟତର କେନାବୁଦା ଗ୍ରାମର ଧବଲେଶ୍ବର ସାହୁ ଗତ ତା ୩୧. ୧୨.୨୦ ରେ ୭୯ ପେକେଟ ଅର୍ଥାତ ୩୨,୮୭ କିଣ୍ଟାଲ ଧାନ ମାଣ୍ତିଆଢିପା ମଣ୍ତିରେ ଏରିଭାଲ ହୋଇ ଗୋଦାମ ଗୃହରେ ଜମା ହୋଇଥିଲା । ସେହି ଗୋଦାମ ଗୃହରୁ ୧୭ ପ୍ୟାକେଟ ଧାନ ନଥିବା ରୁ ଶ୍ରୀ ସାହୁ ଦେଖିବାକୁ ପାଇଥିଲା । ଧାନ ଚୋରୀ ହୋଇଥିବାର ଜାଣି ପାଇକମାଲ ଥାନାରେ ଏତଲା ଦେବା ସଙ୍ଗେ ସଙ୍ଗେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଶ୍ରୀ ଧବଲେଶ୍ବର ସାହୁ ଥାନାରେ ଅଭିଯୋଗ କରୁଛନ୍ତି । (ରିପୋର୍ଟ  – ନିରୋଜ କୁମାର ପାଣୀ)

Exit mobile version